ପାନ, ଗୁଟ୍‌ଖା ଛେପ ପକାଇଲେ ଅର୍ଥଦଣ୍ଡ

ଭୁବନେଶ୍ୱର,୨୨ା୪(ବ୍ୟୁରୋ)

କରୋନା ସଂକ୍ରମଣ ଭୟ କେତେକ ଖରାପ ଅଭ୍ୟାସ ଛାଡିବାକୁ ମଣିଷକୁ ବାଧ୍ୟ କରିଛି। ଛେପ ଓ ଖଙ୍କାର ଦ୍ୱାରା ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ରହିଛି। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ଜନସାଧାରଣଙ୍କୁ ରାଜ୍ୟ ସରକାର ତାଗିଦ କରିଛନ୍ତିି। ମାତ୍ର ସରକାରୀ କର୍ମଚାରୀମାନେ ପାନ ଓ ଗୁଟ୍‌ଖା ଖାଇ ଛେପ ପକାଉଛନ୍ତି। ଏ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ବିଧାନସଭା କର୍ମଚାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ବିଧାନସଭା ପରିସରରେ ଯଦି କୌଣସି କର୍ମଚାରୀ ପାନ, ସୁପାରି କିମ୍ବା ଗୁଟ୍‌ଖା ଛେପ ପକାଇବେ ସେଥିପାଇଁ ସେମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ମଙ୍ଗଳବାର ବାଚସ୍ପତି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିିଲ ୨୦ରୁ ବିଧାନସଭାକୁ ସମସ୍ତ ଗ୍ରୁପ-ଏ ଏବଂ ୫୦ ପ୍ରତିଶତ ଗ୍ରୁପ୍‌-ବି,ସି ଓ ଡି କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସରେ ଅନେକ କର୍ମଚାରୀ ପାନ ଓ ଗୁଟ୍‌ଖା ଖାଇ ଏଣେତେଣେ ଛେପ ପକାଉଛନ୍ତି। ଏହାଦ୍ୱାର ବିଧାନସଭା ବାତାବରଣ ଖରାପ ହେଉଛି। କର୍ମଚାରୀଙ୍କ ଉପରେ କଡା ନଜର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଧାନସଭା ପରିସରରେ ଏକ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିଷ୍ପତ୍ତି ହୋଇଛି। ନିଜ ନିର୍ବାଚନ ମଣ୍ଡଳୀର ଯଦି କୌଣସି ଲୋକ ଅନ୍ୟ ରାଜ୍ୟରେ ଥିବେ ତେବେ ସେମାନଙ୍କର ସମସ୍ତ ବିବରଣୀ ବିଧାୟକମାନେ ଏଠାରେ ଦେଇ ପାରିବେ। ଏହାଦ୍ୱାରା ଲୋକ ସଭା ବାଚସ୍ପତି, ସମ୍ପୃକ୍ତ ରାଜ୍ୟ ବାଚସ୍ପତି ତଥା ସେହି ରାଜ୍ୟ ସରକାରଙ୍କୁ ତୁରନ୍ତ ଖବର ଦେଲେ ସମସ୍ୟାର ସମାଧାନ କରାଯିବ।
ବାଚସ୍ପତି ପାତ୍ର ମଙ୍ଗଳବାର ରାଜ୍ୟରେ କରୋନା ସ୍ଥିତି ନେଇ ଭିଡିଓ କନଫରେନ୍ସିଂରେ ଲୋକ ସଭା ବାଚସ୍ପତି ଓମ୍‌ ପ୍ରକାଶ ବିର୍ଲାଙ୍କ ସହ ଆଲୋଚନା କରିଥିଲେ। ଏହି ମହାମାରୀକୁ ମୁକାବିଲା କରିବା ନେଇ ବିର୍ଲା ସମସ୍ତ ଏମ୍‌ପି ଓ ବିଧାୟକଙ୍କ ସହଯୋଗ କାମନା କରିଥିଲେ। କୋଭିଡ୍‌-୧୯ ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ସେ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଓଡିଶା ବାଚସ୍ପତି ଲୋକ ସଭା ବାଚସ୍ପତିଙ୍କୁ ସୂଚନା ଦେଇଥିଲେ। ଓଡିଶାରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ, ହାତଧୁଆ, କ୍ୱାରାଣ୍ଟାଇନ୍‌ ଆଦିକୁ କଡାକଡି ପାଳନ କରାଯାଉଛି। ସମ୍ଭାବ୍ୟ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କୁ ବାଧ୍ୟତାମୂଳକ ପଞ୍ଜୀକରଣ ଓ କ୍ୱାରାଣ୍ଟାଇନ୍‌ରେ ରଖିବା ସହ ସମସ୍ତ ଜିଲାରେ କୋଭିଡ୍‌ ହସ୍ପିଟାଲ ସ୍ଥାପନ କରିବାକୁ ନେଇ ମଧ୍ୟ ପାତ୍ର ସୂଚନା ଦେଇଥିଲେ।
ଏନ୍‌ଆଇସିରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବେଳେ ବିଧାନସଭା ସଚିବ ଦାଶରଥି ଶତପଥୀ, ଏନ୍‌ଆଇସିର ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri