ପାନୀୟଜଳ ପ୍ରକଳ୍ପ ଅକାମୀ : ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ହଇରାଣ

ତେଲକୋଇ, ୨୬।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନ ଏସ.ଏନ.ପୁରଗୋଡା ରେ ପାନୀୟଜଳ ସମସ୍ୟା ଉକତ୍ଟ ରହିଛି । ଦୀର୍ଘ ୫ବର୍ଷ ପୂର୍ବରୁ ହୋଇଥିବା ଓଭରହେଡ ଟାଙ୍କି ସମେତ ବିଭିନ୍ନ ଗ୍ରାମକୁ ସ୍ବଜଳଧାରା ଯୋଜନା ବିଫଳ ହୋଇଛି । ସ୍ବଜଳଧାରା ଯୋଜନାରେ ଏହି ପଞ୍ଚାୟତ ମୁଖ୍ୟାଳୟରେ ୩ହଜାରରୁ ଊର୍ଦ୍ଧ୍ୱ ପରିବାର ପାଇଁ ଏହି ଓଭରହେଡ ଟାଙ୍କି କରାଯାଇଥିଲା। ତେବେ ବିଭାଗୀୟ ଅବହେଳା ଯୋଗୁ ତଳ ମୁଣ୍ଡରେ ଉକ୍ତ ଟାଙ୍କି ନିର୍ମାଣ ଯୋଗୁ ଉପରମୁଣ୍ଡର ୭୦ପ୍ରତିଶତ ଲୋକେ ଏବେ ସମାକୋଇ ନଦୀରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଯୋଜନାରେ ସ୍ବଜଳଧାରା ପାଇଁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ସମ୍ପୃକ୍ତ ପଞ୍ଚାୟତର ୩ହଜାରରୁ ଅଧିକ ପରିବାରକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ ଏହି ଯୋଜନା ଗତ ୨୦୧୪ ମସିହାରୁ ସମ୍ପୂର୍ଣ୍ଣ କରାଯାଇଥିଲେ ହେଁ ବର୍ତ୍ତମାନ ପଞ୍ଚାୟତ ମୁଖ୍ୟାଳୟରେ ପାନୀୟଜଳ ଲାଗି ସମସ୍ୟା ସୃଷ୍ଟି କରିଛି। ପଞ୍ଚାୟତର ବୁଦ୍ଧିଜୀବୀ ଶରତ ପହିଙ୍କ କହିବାନୁଯାୟୀ ସରକାରଙ୍କ ଯୋଜନା ବିଫଳ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ଅଭିଯୋଗ ଆସିବା ପରେ କାହିଁକି ପାନୀୟଜଳ ଯୋଗାଣ ହୋଇପାରୁ ନାହିଁ ସେନେଇ ତଦନ୍ତ ଆରମ୍ଭ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର...

ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ଜାରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ ଜିଲା ଓ ପୌର ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିିଛି। ସହରକୁ ସରସ ସୁନ୍ଦର...

ସ୍ବାସ୍ଥ୍ୟସେବା ଉପରୁ ତୁଟୁଛି ଭରସା

ଭୋଗରାଇ, ୭।୩(ଡି.ଏନ.ଏ.)-ରାଜ୍ୟରେ ସର୍ବବୃହତ ବ୍ଲକ ଭାବେ ପରିଚିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ହୋଇରହିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାଠାରୁ ଏହାର ଦୂରତା...

ଖଇରାରେ ଘରବାହୁଡା ପ୍ରକ୍ରିୟା ଆରମ୍ଭ

ଖଇରା, ୪।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ପରେ ଖଇରା ଅଞ୍ଚଳରୁ ଓଡିଶା ବାହରେ ରହୁଥିବା ବ୍ୟକ୍ତିମାନଙ୍କର ଘର ବାହୁଡା କାର୍ଯ୍ୟ ଆରମ୍ଭ...

ବଜ୍ରପାତରେ ଯୁବକଙ୍କ ଜୀବନଗଲା

ସଜନାଗଡ, ୧୫ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ହାତିଆଶିଳା ଗ୍ରାମର ଗୁରା ସିଂ ( ୨୧ )ନାମକ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିିଛି। ଶୁକ୍ରବାର ସାରେ...

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର...

ଭୋଗରାଇର ୭ ପଞ୍ଚାୟତ ସଟଡାଉନ

ଭୋଗରାଇ,୧୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୭ ପଞ୍ଚାୟତ ବାରବାଟିଆ, କୁମ୍ଭାରମୂଳୀ, ଭୋଗରାଇ, ସୁଲତାନପୁର, ନିମାତପୁର, ସୁନାଧରବସାଣ, ଜୟୀରାମପୁରକୁ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତ...

‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୨।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ...

Advertisement
Archives

Model This Week