ପାନିଆ ବାଦ୍ୟକାର ଗଣେଶଙ୍କୁ ମିଳିଛି ସ୍ବୀକୃତି, ମିଳୁନି ଭତ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୨:କେନ୍ଦ୍ରାପଡ଼ା ବ୍ଲକ ବଡମାଣତିଆ ଗ୍ରାମର ପାନିଆ ବାଦ୍ୟକାର ଗଣେଶ ଚନ୍ଦ୍ର ରାଉତଙ୍କୁ ସଙ୍ଗୀତ ମୂର୍ଚ୍ଛନା ଓ ଲଳିତ କଳା ସଂସ୍କୃତି ଏକାଡେମୀ ପକ୍ଷରୁ ଓଡ଼ିଶା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥ ଭଞ୍ଜ କଳାମଣ୍ଡପରେ ଗତ ୩୦ ତାରିଖରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବାଦ୍ୟକାର ରାଉତଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କଣ୍ଠଶିଳ୍ପୀ ଗୀତା ଦାସ, ଅଭିନେତା ଶ୍ରୀକାନ୍ତ ଗୌତମ, ଗୀତିକାର ଅରୁଣ ମନ୍ତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ରାଉତଙ୍କୁ ଏପରି ଅନେକ ସ୍ବୀକୃତି ଓ ସମ୍ବର୍ଦ୍ଧନା ମିଳିଥିବା ବେଳେ ତାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ଅଦ୍ୟାବଧି କଳାକାର ଭତ୍ତା ମିଳୁନାହିଁ। ବାରମ୍ବାର ଭତ୍ତା ପାଇଁ ଆବେଦନ ପତ୍ର ଦେଉଥିଲେ ମଧ୍ୟ ଏହା ବିଚାରକୁ ନିଆଯାଉ ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କ ସମ୍ପର୍କରେ କଳାକାର ସଂଘର କର୍ମକର୍ତ୍ତା ସୁବ୍ରତ ରାଉତ କହିଛନ୍ତି ଯେ, ସାଧାରଣ ପ୍ଲାଷ୍ଟିକ ପାନିଆ ଓ ଅତି ପତଳା କାଗଜ ମାଧ୍ୟମରେ ଯେକୌଣସି ସ୍ବର ଦେବାରେ ଗଣେଶ ସିଦ୍ଧହସ୍ତ। ଏଥିପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ଖୋଜାପଡେ। କେନ୍ଦ୍ରାପଡ଼ା ଜିଲାରେ ନୁହେଁ, ତାଙ୍କର ଏହି ସଙ୍ଗୀତ କଳାଚାତୁରି ପୁରୀ, ଭୁବନେଶ୍ୱର, ରାଉରକେଲା ସହ ରାଜ୍ୟ ବାହାରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଦୀର୍ଘ ୨୫ ବର୍ଷ ଧରି ସଙ୍ଗୀତର ମଧୁର ମୂର୍ଚ୍ଛନା ତୋଳିଧରିଥିବା ଏହି କଳାକାରଙ୍କୁ ଅଦ୍ୟାବଧି କଳାକାର ଭତ୍ତା ମିଳୁନାହିଁ। ସେ ପେସାରେ ଜଣେ ପାଣି ପାଇପ ମିସ୍ତ୍ରି। କେନ୍ଦ୍ରାପଡ଼ା ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ସମ୍ପାଦକ ଅଛନ୍ତି। ସ୍ଥାୟୀ ନିଯୁକ୍ତି, ପେନ୍‌ସନ ଓ ସର୍ବନିମ୍ନ ମଜୁରି ପାଇବାକୁ ସଂଘ ଦାବି କରୁଛି। ମାସକୁ ମାତ୍ର ୧୦୦୦ ଟଙ୍କା ମଜୁରିରେ ଘର ଚଳାଉଥିବା ସୁବ୍ରତ କହିଛନ୍ତି। ତବଲା ବାଦକ ସରୋଜକାନ୍ତ ପରିଡା କହିଛନ୍ତି ଯେ, ସାମାନ୍ୟ ପାନିଆରେ ସବୁ ପ୍ରକାର ସ୍ବର ଧରିବାରେ ଗଣେଶ ମାହିର। ଶାସ୍ତ୍ରୀୟ ସଙ୍ଗୀତକୁ ମଧ୍ୟ ସାବଳୀଳ ଭାବେ ସାଧାରଣରେ ଶୁଣାଇ ସେ ବାହା ବାଃ ନେଇଛନ୍ତି। ଲୋକପ୍ରିୟ ହିନ୍ଦୀ ଓ ଓଡ଼ିଆ ଗୀତ, ସିନେମା ସଙ୍ଗୀତ, ଭଜନ ଓ ଜଣାଣ ପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସଙ୍ଗୀତ ସାଧନା ସମ୍ପର୍କରେ ଗଣେଶ କହିଛନ୍ତି ଯେ, ପିଲାଦିନେ ନଗେଶପୁର ଯାତ୍ରା ଦେଖିବାକୁ ଯାଇଥିଲି। ଏହି ଯାତ୍ରା ଆରମ୍ଭରେ ଜଣେ କଳାକାର ମୁହଁରେ କାଗଜ ଓ ପାନିଆ ରଖି ପାଟି ଭିତରର ପବନ ସାହାଯ୍ୟରେ ସୁନ୍ଦର ସ୍ବର ଦେଉଥିଲେ। ଏହି କଳାକୁ ଆପଣେଇବା ପାଇଁ ପ୍ରଥମେ କଷ୍ଟ ହୋଇଥିଲା। ତେବେ କିଛିଦିନ ମଧ୍ୟରେ ନିଜ ଚେଷ୍ଟାରେ ବହୁ ସ୍ବରକୁ ଆୟତ୍ତ କରିଥିଲି। ଏହି ଲୋକକଳା ଏବେ ବୁଡି ଯିବାକୁ ବସିଛି ବୋଲି ସେ କ୍ଷୋଭର ସହ କହିଛନ୍ତି। ସେ କୁହନ୍ତି, ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଦ୍ୟଯନ୍ତ୍ର ଜନସାଧାରଣଙ୍କ ମନକୁ ଯାଉଛି। ତେବେ ନିଜ କଳାରେ ବିଭୋର ଥିବା ଜଣେ କଳାକାର ସର୍ବଦା ଅନ୍ୟଠାରୁ ନିଜେ ବେଶି ଶାନ୍ତି ପାଆନ୍ତି। ପିଲାଳିଆମିରେ ଆରମ୍ଭ କରିଥିବା ଏହି ସ୍ବର ସାଧନା ଯୋଗୁ ସାମ୍ପ୍ରତିକ ସମୟରେ ଦର୍ଶକଙ୍କ ବାହା ବାଃ ପାଉଛନ୍ତି। ଏହି ସ୍ବର ସାଧନା ପାଇଁ ପ୍ଲାଷ୍ଟିକ ପାନିଆ, ଅତି ପତଳା କାଗଜ (ଟିସୁ ପେପର ହେଲେ ଉତ୍ତମ) ଉପକରଣ ଭାବେ ଆବଶ୍ୟକ ଥିବା ବେଳେ ବିଭିନ୍ନ ସ୍ବର ଅନୁକରଣ କରିବାକୁ ସାଧନା ଦରକାର ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କୁ ପଚାରିବାରେ ଏହି କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ତାଙ୍କର ଭତ୍ତା ଆବେଦନ ପତ୍ର ଯାଞ୍ଚ ସରିଛି। ଆଗାମୀଦିନରେ ପ୍ରୋତ୍ସାହନ ରାଶି ମିଳିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri