ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ ପାନୀୟ ଜଳ ପାଇଁ ବସ୍ତି ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗାଁର ଜନସଂଖ୍ୟା ୧ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଭୋଟରଙ୍କ ସଂଖ୍ୟା ପ୍ରାୟ ୬ ଶହ ହେବ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। ଦଳିତ ସମ୍ପ୍ରଦାୟର ପ୍ରାୟ ୬୦ରୁ ଅଧିକ ପରିବାର ରହୁଛନ୍ତି। ଏମାନଙ୍କ ପାଇଁ ପଡ଼ାରେ ଗୋଟିଏ ମାତ୍ର ନଳକୂପ ରହିଛି। ବିଭିନ୍ନ ସମୟରେ ଏହା ମଧ୍ୟ ଅଚଳ ହୋଇପଡୁଛି। କେତେବେଳେ ପାଣି ବାହାରୁ ନାହିଁ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନଳକୂଅ ଅଚଳ ହେଉଛି। ଅସ୍ପୃଶ୍ୟତା କାରଣରୁ ଅନ୍ୟ ନଳକୂଅ ବ୍ୟବହାର କରିବାକୁ ସେମାନଙ୍କୁ ବାରଣ କରାଯାଇଛି। ଗ୍ରୀଷ୍ମଋତୁ ଆରମ୍ଭରୁ ଏହି ନଳକୂଅ ୩ ଥର ଅଚଳ ପରେ ମରାମତି ହୋଇଛି। ଏବେ ୮ଦିନ ହେଲା ପୁଣି ନଳକୂଅ ଅଚଳ। ବସ୍ତିବାସିନ୍ଦା ଏ ନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ବହୁ ଲୋକଙ୍କ ପାଇଁ ଗୋଟିଏ ନଳକୂଅ ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ବସ୍ତିରେ ଆଉ ଏକ ନଳକୂଅ ଖୋଳାଇବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏ ନେଇ ବସ୍ତିବାସିନ୍ଦା ସରପଞ୍ଚ ବନଜାବାସିନୀ ମହାପାତ୍ରଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ନୂଆ ନଳକୂଅ ଖୋଳିବା ପାଇଁ ସରପଞ୍ଚ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗାଁ ସ୍କୁଲ ପାଖରେ ଏକ ସୋଲାର ପ୍ଲାଣ୍ଟ ମାଧ୍ୟମରେ ୫ ଲକ୍ଷ ଟଙ୍କା ବ୍ୟୟରେ ଉଠା ପାଇପ୍‌ ଜଳ ବସ୍ତିବାସିନ୍ଦାଙ୍କୁ ଯୋଗାଇ ଦିଆଯିବା ନେଇ ସମସ୍ତ ପ୍ରସ୍ତୁତି ସରିଛି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। କିନ୍ତୁ ନଳକୂଅ କି ଉଠା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥାର ଆଜିଯାଏ ଶୁଭାରମ୍ଭ ହୋଇପାରୁ ନାହିଁ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ବଣିଆ କହିଛନ୍ତି, ଏଥର ନଳକୂଅ ଅଚଳ ଥିବା ଖବର ଜାଣିନୁ। ଗତଥର ଲିଖିତ ଅଭିଯୋଗ ପରେ ନଳକୂଅ ତୁରନ୍ତ ମରାମତି କରିଥିଲୁ। ଉଠା ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆକ୍ସନ୍‌ ପ୍ଲାନ୍‌ କରି ପଠାଯାଇଛି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ଢାଲି: କହିଲେ ଘରବାହୁଡ଼ା କରିବି

ଭୁବନେଶ୍ୱର,୨।୩: ବିଜେଡି ଛାଡ଼ିବା ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଘରବାହୁଡ଼ା କରିବି। ରବିବାର ଭାଜପା ଯୋଗଦେବି। ତେବେ...

ଆଜି ଆସିବ ଭାଜପାର ୧୦୦ଜଣିଆ ପ୍ରାର୍ଥୀ ତାଲିକା, ଚର୍ଚ୍ଚାରେ ଓଡିଶାର ଏହି ୩ ନେତା

ନୂଆଦିଲ୍ଲୀ,୨।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍‌...

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ୱର,୨।୩: ଜୟଦେବ ବିଧାୟକ ଅରବିନ୍ଦ ଢାଲି ଶନିବାର ବିଜେଡି ଛାଡିଛନ୍ତି। ସେ ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ...

ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ 

ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ସୁରଙ୍କ ପୁଅ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨।୩: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ାରେ କଂଗ୍ରେସ ଅଫିସରେ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତମାନେ...

ଏଥର କିଡ୍‌ନୀ ବାହାରକୁ ଯାଉନାହିଁ

କଟକ/ପଟ୍ଟାମୁଣ୍ଡାଇ, ୨ା୩(ଶିଳ୍ପା ପ୍ରିୟଦର୍ଶିନୀ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶ୍ରୀଓମ୍‌ ଶିବୁ(୧୮)ଙ୍କ ମୃତ୍ୟୁ ପରେ ତାଙ୍କ କିଡ୍‌ନୀ ୨ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଉଛି। ରମେଶ...

ଭାଜପା ଫୋକସ୍‌ରେ ଭଦ୍ରକ ଲୋକ ସଭା ଆସନ

ଭଦ୍ରକ,୨।୩ (ସନାତନ ରାଉତ): ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ଭାଜପା ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ହରାଇଥିଲା। ଏଥର ଦଳ ଏହି ନିର୍ବାଚନମଣ୍ଡଳୀ ଉପରେ...

ମାର୍ଣ୍ଡିଙ୍କ ପାଇଁ ଚ୍ୟାଲେଞ୍ଜ ମକରଧ୍ୱଜ

ବାଙ୍ଗିରିପୋଷି,୨ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ। ଏଠାକାର ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri