ପାଣ୍ଡ୍ୟାଙ୍କୁ କ୍ଲୁଜନରଙ୍କ ସହ ତୁଳନା କଲେ ଷ୍ଟିଭ୍‌ ଓ୍ବ

ଲଣ୍ଡନ, ୧୧।୬(ପି.ଟି.)- ପ୍ରାକ୍ତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଭାରତୀୟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୁଳନା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ୧୯୯୯ ବିଶ୍ୱକପ୍‌ ପ୍ରଦର୍ଶନ ସହ କରିଛନ୍ତି। ପାଣ୍ଡ୍ୟା ଯେଉଁଭଳି ଭାବରେ ବଡ଼ ଶଟ୍‌ମାନ ଖେଳୁଛନ୍ତି ବିପକ୍ଷ ଅଧିନାୟକଙ୍କ ପାଖରେ ତାଙ୍କୁ ରୋକିବାର କୌଣସି ଉପାୟ ନାହିଁ ବୋଲି ଓ୍ବ କହିଛନ୍ତି। ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଓଭାଲରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୨୭ ବଲ୍‌ରୁ ୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ଭାରତ ସ୍କୋର ୩୫୦ ଅତିକ୍ରମ କରିଥିବାବେଳେ ଅଷ୍ଟ୍ରେଲିଆ ୩୬ ରନରେ ଏହି ମ୍ୟାଚ୍‌ରେ ହାରି ଯାଇଥିଲା।
ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ସ୍ତମ୍ଭରେ ଓ୍ବ ଉଲ୍ଲେଖ କରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ଇନିଂସ ପ୍ରତିପକ୍ଷ ଟିମ୍‌କୁ ଚମକାଇ ଦେଇଛି। ୧୯୯୯ ବିଶ୍ୱକପ୍‌ ଖେଳିଥିବା ଲାନ୍ସ କ୍ଲୁଜନରଙ୍କ ସହ ଏହି ଖେଳାଳି ସମକକ୍ଷ ହୋଇପାରିବେ। ଅଧିକାଂଶ ଖେଳାଳି ନିଜ ଇନିଂସର ଶେଷ ଭାଗରେ ଯେଉଁଭଳି ବଡ଼ ଶଟ୍‌ ଖେଳିଥାନ୍ତି ପାଣ୍ଡ୍ୟା ନିଜ ଇନିଂସ ଆରମ୍ଭରୁ ସେହି ପ୍ରକାର ଶଟ୍‌ ଖେଳିବାର ଦକ୍ଷତା ରଖିଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରତିହତ କରିବା ପ୍ରତିପକ୍ଷ ଅଧିନାୟକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପାରେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୪ଟି ଚୌକା ଓ ୩ ଛକା ମାରିଥିଲେ। ପାଣ୍ଡ୍ୟାଙ୍କ ଏହି ଇନିଂସ ଓ୍ବ’ଙ୍କୁ ୧୯୯୯ ବିଶ୍ୱକପ୍‌ରେ କ୍ଲୁଜନରଙ୍କ ବିସ୍ଫୋରକ ବ୍ୟାଟିଂକୁ ମନେ ପକାଇ ଦେଇଛି। ୨୦ ବର୍ଷ ତଳେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ କ୍ଲୁଜନର ନିମ୍ନକ୍ରମରେ ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ହାସଲ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୨୨.୧୭ ଷ୍ଟ୍ରାଇକରେଟ୍‌ରେ ୨୮୧ ରନ୍‌ ସଂଗ୍ରହ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ଆଡିଲେଡ,୯।୧୧: ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ,୧୪।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ...

ପ୍ରଥମ ଟି୨୦: ଇଂଲଣ୍ଡ ୫ ଉଇକେଟରେ ବିଜୟୀ

କେପ୍‌ ଟାଉନ,୨୯।୧୧(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଜନି...

ଭିଲଓ୍ବାରା କିଙ୍ଗ୍ସ ବିଜୟୀ

ଲକ୍ଷ୍ନୌ, ୧୯।୯: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଭିଲ୍‌ଓ୍ବାରା କିଙ୍ଗ୍ସ ୩ ଉଇକେଟରେ ମନିପାଲ ଟାଇଗର୍ସକୁ ପରାସ୍ତ କରିଛି। ଟାଇଗର୍ସ ଦଳ...

ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା

ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ...

ବିଶ୍ୱକପ୍‌ ପୂର୍ବରୁ ବଡ଼ ଝଟ୍‌କା: ଏହି ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଲେ…

ଜୋହାନ୍ସବର୍ଗ,୧୩।୯: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାର ଠିକ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଦଳର ମୁଖ୍ୟ...

ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଶୁଭସଙ୍କେତ

ଦୁବାଇ,୮ା୯ : ଏସିଆ କପରେ ଭାରତ ଅନ୍ତିମ ସୁପର-୪ ମ୍ୟାଚରେ ଲଢୁଆ ପ୍ରଦର୍ଶନ ସହ ବିଜୟ ହାସଲ କରିଛି । ବିରାଟ କୋହଲିଙ୍କ ଅପରାଜିତ ୧୨୨...

ଏନ୍‌ସିଏ କ୍ୟାମ୍ପ ପାଇଁ ଓଡ଼ିଶାରୁ ୫ ମନୋନୀତ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଓଡ଼ିଶାର ୫ ଖେଳାଳି...

Advertisement
Archives

Model This Week