ପାଣ୍ଡ୍ୟାଙ୍କୁ କ୍ଲୁଜନରଙ୍କ ସହ ତୁଳନା କଲେ ଷ୍ଟିଭ୍‌ ଓ୍ବ

ଲଣ୍ଡନ, ୧୧।୬(ପି.ଟି.)- ପ୍ରାକ୍ତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଭାରତୀୟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୁଳନା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ୧୯୯୯ ବିଶ୍ୱକପ୍‌ ପ୍ରଦର୍ଶନ ସହ କରିଛନ୍ତି। ପାଣ୍ଡ୍ୟା ଯେଉଁଭଳି ଭାବରେ ବଡ଼ ଶଟ୍‌ମାନ ଖେଳୁଛନ୍ତି ବିପକ୍ଷ ଅଧିନାୟକଙ୍କ ପାଖରେ ତାଙ୍କୁ ରୋକିବାର କୌଣସି ଉପାୟ ନାହିଁ ବୋଲି ଓ୍ବ କହିଛନ୍ତି। ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଓଭାଲରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୨୭ ବଲ୍‌ରୁ ୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ଭାରତ ସ୍କୋର ୩୫୦ ଅତିକ୍ରମ କରିଥିବାବେଳେ ଅଷ୍ଟ୍ରେଲିଆ ୩୬ ରନରେ ଏହି ମ୍ୟାଚ୍‌ରେ ହାରି ଯାଇଥିଲା।
ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ସ୍ତମ୍ଭରେ ଓ୍ବ ଉଲ୍ଲେଖ କରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ଇନିଂସ ପ୍ରତିପକ୍ଷ ଟିମ୍‌କୁ ଚମକାଇ ଦେଇଛି। ୧୯୯୯ ବିଶ୍ୱକପ୍‌ ଖେଳିଥିବା ଲାନ୍ସ କ୍ଲୁଜନରଙ୍କ ସହ ଏହି ଖେଳାଳି ସମକକ୍ଷ ହୋଇପାରିବେ। ଅଧିକାଂଶ ଖେଳାଳି ନିଜ ଇନିଂସର ଶେଷ ଭାଗରେ ଯେଉଁଭଳି ବଡ଼ ଶଟ୍‌ ଖେଳିଥାନ୍ତି ପାଣ୍ଡ୍ୟା ନିଜ ଇନିଂସ ଆରମ୍ଭରୁ ସେହି ପ୍ରକାର ଶଟ୍‌ ଖେଳିବାର ଦକ୍ଷତା ରଖିଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରତିହତ କରିବା ପ୍ରତିପକ୍ଷ ଅଧିନାୟକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପାରେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୪ଟି ଚୌକା ଓ ୩ ଛକା ମାରିଥିଲେ। ପାଣ୍ଡ୍ୟାଙ୍କ ଏହି ଇନିଂସ ଓ୍ବ’ଙ୍କୁ ୧୯୯୯ ବିଶ୍ୱକପ୍‌ରେ କ୍ଲୁଜନରଙ୍କ ବିସ୍ଫୋରକ ବ୍ୟାଟିଂକୁ ମନେ ପକାଇ ଦେଇଛି। ୨୦ ବର୍ଷ ତଳେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ କ୍ଲୁଜନର ନିମ୍ନକ୍ରମରେ ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ହାସଲ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୨୨.୧୭ ଷ୍ଟ୍ରାଇକରେଟ୍‌ରେ ୨୮୧ ରନ୍‌ ସଂଗ୍ରହ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri