ପାଣି ସମସ୍ୟା ନେଇ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା

କନିଷି,୯ ।୬(ଡି.ଏନ.ଏ.)-ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁରେ ରବିବାର ଗ୍ରାମବାସୀ ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଏଥିପାଇଁ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଶତାଧିକ ମହିଳା, ପୁରୁଷ ହାଣ୍ଡି, ମାଠିଆ ଧରି ବସିଥିଲେ। ଏହି ସମୟରେ ପଞ୍ଚାୟତର ଅନ୍ୟ ଜଣେ ଜନପ୍ରତିନିଧି ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଶତାଧିକ ମହିଳା ତାଙ୍କୁ ଅଟକାଇଥିଲେ। ପରେ ସମ୍ପୃକ୍ତ ଜନ ପ୍ରତିନିଧି ଜଣକ ତାଙ୍କ ବାପା ଓ ଭାଇଙ୍କ ସହ ମିଶି ଜଣେ ଆନ୍ଦୋଳନରେ ସାମିଲ ହୋଇଥିବା ଝିଲି ଦଳବେହେରାଙ୍କ ଘରକୁ ଯାଇ ଗାଲିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିବା ଗୋଲନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏପରିକି ପୁଅକୁ ମଧ୍ୟ ମାଡ ମରାଯାଇଥିବା ଝିଲି ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ୩ ମାସ ହେଲା ପାନୀୟ ଜଳ ଯୋଗାଇବା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରତି ଘର ପିଛା ୧ ହଜାର ଟଙ୍କା ଆଦାୟ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମରେ ଜଳ ବ୍ୟବସ୍ଥା ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଶତାଧିକ ମହିଳା, ପୁରୁଷ ଏକାଠି ହୋଇ ଶୀଘ୍ର ପାନୀୟ ଜଳ ଯୋଗାଅ ନ ହେଲେ ଆମ ଟଙ୍କା ଫେରାଅ ଅଭିଯୋଗ କରି ଧାରଣାରେ ବସିଥିଲେ।
ଖରାଦିନ ଯୋଗୁ ଗ୍ରାମର ପୋଖରୀ, ନଳକୂପ ଶୁଖିଗଲାଣି। ପ୍ରାୟ ୩ କିଲୋମିଟର ଦୂରରୁ ଲୋକଙ୍କୁ ପାଣି ଆଣିବାକୁ ପଡୁଛି। ସରପଞ୍ଚ ଯାହା ଟଙ୍କା ଆଦାୟ କରିଛନ୍ତି ସେଥିରୁ କେତେ ନିଜ ଲୋକଙ୍କୁ ବାଣ୍ଟି ଦେଇଥିବା ବେଳେ ବଳକା ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଛି। ସରପଞ୍ଚ ଗୀତାଞ୍ଜଳି ପାତ୍ରଙ୍କ ସ୍ବାମୀ ଧାରଣାସ୍ଥଳକୁ ଆସି ଏକ ସପ୍ତାହ ସମୟ ମାଗିଛନ୍ତି। ଆମେ ଯାହା ଟଙ୍କା ଆଦାୟ କରିଥିଲୁ ବର୍ତ୍ତମାନ ଅଳ୍ପ ଟଙ୍କା ପାଖରେ ଅଛି। ବଳକା ଅନ୍ୟମାନଙ୍କ ପାଖରେ ରହିଛି। ତୁରନ୍ତ ସେମାନଙ୍କ ନିକଟରୁ ଟଙ୍କା ଆଣି ମଟର ଓ ପାଇପ୍‌ ଲାଇନ ମରାମତି କରି ପ୍ରତି ସାହିକୁ ପାଣି ଯୋଗାଣ ହେବ ବୋଲି କହିଥିଲେ। ପ୍ରତିଶ୍ରୁତି ପାଇବା ପରେ ମହିଳା, ପୁରୁଷମାନେ ଧାରଣାରୁ ଓହରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri