ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ ଗ୍ରୀଷ୍ମ ପ୍ରକୋପ ଦେଖାଦେଇଛି। ଫୁଲଭଟ୍ଟା ପଞ୍ଚାୟତ ଅଧୀନରେ ଥିବା ବିସୁଭଟ୍ଟା, କାଉଁଝରନ୍‌, ଭଟ୍ଟାପାଣି, ପଡେରକୁଣ୍ଡ, ଡୁଡୁମପଦର, କୁସୁମଗୁଡ଼ା, ପୋଡ଼ାପଦର ଗ୍ରାମର ଲୋକେ କୁନ୍ଦୁରାସ୍ଥିତ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ପଦକ୍ଷେପ ହୋଇନାହିଁ। ପଥୁରିଆ ଅଞ୍ଚଳ ହୋଇଥିବାରୁ ସେଠାକାର ନଳକୂପରୁ ଖରାଦିନ ହେଲେ ପାଣି ବାହାରିବା କଷ୍ଟକର ହୋଇପଡୁଛି। ପ୍ରଶାସନ ପ୍ରତିବର୍ଷ ଟ୍ୟାଙ୍କର ଯୋଗେ ଏ ସବୁ ଅଞ୍ଚଳକୁ ଜଳ ଯୋଗାଉଛି। ଚଳିତ ବର୍ଷ ଖରା ଆରମ୍ଭ ହେବାର ୨ ମାସ ପରେ ବି ପ୍ରଶାସନ ଜଳ ଯୋଗାଣରେ ଉଦାସୀନତା ଦେଖାଉଛି। ବିସୁଭଟ୍ଟା ଗ୍ରାମର ୩ କି.ମି. ରାସ୍ତା ସରକାରୀ ମଞ୍ଜୁରୀ ପାଇଥିବାବେଳେ ପ୍ରଶାସନ କିନ୍ତୁ ୧ ବର୍ଷ ହେବ ନିର୍ମାଣ ଅଧାରେ ରଖିଥିବା ଯୋଗୁ ଜଳ ଯୋଗାଣ ଟ୍ୟାଙ୍କ ପହଞ୍ଚତ୍ ପାରୁନାହିଁ। କୁନ୍ଦୁରା ବ୍ଲକ ସଦରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗ ଅଧୀନରେ ଦୁଇଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ ଥିବାବେଳେ ଜଣେ ଛୁଟିରେ ରହିଛନ୍ତି ା ଗତ ଦିନରେ ନଳକୂପ ଖନନ, ମରାମତି, ପୁନଃ ନିର୍ମାଣ ପ୍ରକ୍ରିୟା ବ୍ଲକ ଅଧୀନରେ ଥିବାବେଳେ ଏହା ଏବେ ପଞ୍ଚାୟତ ଅଧୀନରେ ରହିଛି। ଗ୍ରାମାଞ୍ଚଳରେ ନଳକୂପ ସମସ୍ୟା ହେଲେ ଏଥିପ୍ରତି ପିଇଓମାନେ କର୍ଣ୍ଣପାତ କରୁନାହାନ୍ତି ା ବିଶୁଭଟ୍ଟା ଏକ ବିଚ୍ଛିନ୍ନାଞ୍ଚଳ ଭଳି ଥିବାବେଳେ ଏଠାରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ବର୍ଷ ବର୍ଷ ଧରି ପଡ଼ୁନାହିଁ ା ବିଶୁଭଟ୍ଟା ଅଞ୍ଚଳରେ ପଥୁରିଆ ଜମିକୁ ଖୋଳିବା ସମ୍ଭବ ହୋଇପାରୁ ନ ଥିବା ଯୋଗୁଁ ଝରଣା ଉପରେ ଭରସା କରୁଛନ୍ତି ଏଠାକାର ବାସିନ୍ଦା। ପ୍ରଶାସନିକ ଉଦାସୀନତା ଯୋଗୁ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତରେ ଏଭଳି ପାଣି ସମସ୍ୟା ଲାଗିରହିଛି। ଏବେଠୁ ପ୍ରଶାସନ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ କେହି ରୋକିପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗ ମଡେଲ ସ୍କୁଲ ପରିସରରେ ନିମ୍ନମାନର ସିସି ରୋଡ୍‌

ବିଷମକଟକ,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ ପରିସରରେ ସିସି(ସିମେଣ୍ଟ କଂକ୍ରିଟ)ରୋଡ୍‌ କାମ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ...

ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ

ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା...

ରାୟଗଡ଼ାରେ ତ୍ରିରଙ୍ଗା ଉଡ଼ାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୬।୧: ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।...

କାର୍‌ ଧକ୍କାରେ ପ୍ରାଣ ହରାଇଲେ ବାଇକ୍‌ ଚାଳକ

ପାପଡାହାଣ୍ଡି/ମଇଦଲପୁର, ୬।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଡୁମରିପଦର ନିକଟରେ ଶନିବାର ସକାଳୁ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ...

ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡ଼ା ଅଫିସ,୯ା୧: ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି...

ଝିଅ ଜ୍ୱାଇଁଙ୍କ ଧାର ଟଙ୍କା ଶୁଝି ନ ପାରି ମା’ପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ, ୭।୫: ରାୟଗଡ଼ା ଜିଲା ଶେଷକାଲ ଥାନା ଅଧୀନ ଜେମାଦେଈପେଣ୍ଠ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିଅ ଜ୍ୱାଇଁଙ୍କଠାରୁ ଆଣିଥିବା ଧାର ଟଙ୍କା...

ଗଛକୁ ପିଟିଲା ବାଇକ୍‌: ଜଣେ ମୃତ, ୨ ଆହତ

କାଶୀପୁର,୧୫।୬: ରାୟଗଡା ଜିଲା କାଶୀପୁର ଥାନା ଅଧିନ ନଳାଚୂଆଁ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା...

୧୦ ବର୍ଷରେ ୧୭ ଶିକ୍ଷକ ଲମ୍ବା ଛୁଟିରେ, ଜଣେ କାର୍ଯ୍ୟଚ୍ୟୁତ

ନବରଙ୍ଗପୁର,୨୬ା୧୨(ବି.ପ୍ର.):ନବରଙ୍ଗପୁର ଜିଲାରେ କେତେକ ସ୍ଥାନରେ ଶିକ୍ଷକ ଲମ୍ବା ଛୁଟିରେ ଥିବାବେଳେ ଆଉ କେଉଁଠାରେ ନକଲ ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ଯାଞ୍ଚ ପରେ ଧରା ପଡ଼ିଲେ...

Advertisement
Archives

Model This Week