ପାଠ୍ୟପୁସ୍ତକ ଜ୍ଞାନକୁ ଜୀବନରେ ବିନିଯୋଗ କର: ଓ୍ବାଙ୍ଗ୍‌ଚୁକ୍‌

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ):ଶିକ୍ଷା କ୍ରାନ୍ତି ବା କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ‘ପଢ଼ିବା, ଲେଖିବା ଓ ଗଣିତ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନେ ସମାଜରେ ସକାରାତ୍ମକ ଚିନ୍ତନ ଆଣିବା ପାଇଁ ନିଜର ପାଠ୍ୟପୁସ୍ତକ ଜ୍ଞାନକୁ ବାସ୍ତବିକ ଜୀବନରେ ବିନିଯୋଗ କରି ନିଜକୁ ମଜଭୁତ୍‌ କରିବା ଉଚିତ ବୋଲି ମାଗାସେସେ ପୁରସ୍କାର ବିଜେତା ସୋନମ୍‌ ୱାଙ୍ଗଚୁକ୍‌ କହିଛନ୍ତି। ବୁଧବାର ସେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରମାନେ କେଉଁ ପ୍ରଣାଳୀରେ ଶିକ୍ଷାକୁ ଗ୍ରହଣ କରିବେ ବିଦ୍ୟାଳୟଗୁଡ଼ିକ ସେ ଦିଗରେ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି କହିଛନ୍ତି। ଶକ୍ତି ସଂରକ୍ଷଣକୁ ଗୁରୁତ୍ୱ ଦେଇ ସେ କହିଥିଲେ, ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱବୋଧକୁ ଉପଲବ୍ଧି ବା ଏକ ସ୍ବଚ୍ଛ, ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ିତୋଳିବା ପାଇଁ ପ୍ରୟାସ କରିନାହାନ୍ତି, ସେ ପର୍ଯ୍ୟନ୍ତ ବିଶ୍ୱର ସ୍ଥିତି ଖରାପ ଆଡ଼କୁ ଗତିକରିବ। ଏହାସହ ଗାନ୍ଧିଜୀଙ୍କ ପରି ସମସ୍ତେ ଏକ ସାଧାରଣ ଜୀବନଶୈଳୀକୁ ଆପଣେଇବା ପାଇଁ ୱାଙ୍ଗଚୁକ୍‌ ପ୍ରବର୍ତ୍ତାଇଥିଲେ, ଯଦ୍ଦ୍ବାରା ସାରା ବିଶ୍ୱ ଏକ ହୋଇପାରିବ। ଶେଷରେ ଛାତ୍ରୀଛାତ୍ରଙ୍କୁ ବାର୍ତ୍ତା ଦେଇ ସେ କହିଥିଲେ, ଖାଦ୍ୟକୁ ନଷ୍ଟ ନ କରିବା, ବାଇସାଇକେଲ ଚଲାଇବା, ବିଦ୍ୟୁତ୍‌ର ଠିକ୍‌ ବିନିଯୋଗ ସହ ସମାଜରେ କିପରି ନିଜକୁ ପ୍ରେରଣାର ଉତ୍ସ ଭାବେ ଗଢ଼ିତୋଳିବା ସେଥିପାଇଁ ସର୍ବଦା ଚେଷ୍ଟା ଜାରି ରଖିବା ଦରକାର। କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପ୍‌ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ, ସିନିୟର ପ୍ରିନ୍ସି୍ସପାଲ ନୀଳକଣ୍ଠ ପାଣିଗ୍ରାହୀ, ଭାଇସ୍‌ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ଜେନେରାଲ ମ୍ୟାନେଜର୍‌ କମ୍ୟୁନିକେଶନ୍‌ ଶରତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।...

ନକଲି ଔଷଧ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର,୧୩।୬: ରାଜ୍ୟରେ ହେଉଥିବା ନକଲି ଔଷଧ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...

ରାଜ୍ୟପାଳଙ୍କୁ ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର, ୯ା୮ (ବ୍ୟୁରୋ):ଆଜାଦୀ କା ଅମୃତ ମହୋତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ...

୫୬ ବୃଦ୍ଧାଶ୍ରମକୁ ଦିଆଯିବ ମେଡିକାଲ କିଟ୍‌

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟର ୫୬ଟି ବୃଦ୍ଧାଶ୍ରମକୁ ମେଡିକାଲ କିଟ୍‌ ଯୋଗାଇ ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଏହି...

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧।୭(ବ୍ୟୁରୋ): ସୋମବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।...

ଅପରାହ୍ନ ୩ଟା ୩୦ରେ ରୁକୁଣା ରଥ ଟଣା

ପୁରୁଣା ଭୁବନେଶ୍ୱର,୬ା୪ (ଡି.ଏନ୍‌.ଏ.): ଆସନ୍ତା ୯ତାରିଖ ଅର୍ଥାତ୍‌ ଶନିବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ...

୩୧ ଯାଏ ରାଜଭବନ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର,୮।୭(ବ୍ୟୁରୋ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜଭବନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜୁଲାଇ ୩୧ ତାରିଖ ଯାଏ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଅତି...

ରାଜ୍ୟ ସରକାର ଭ୍ରମିତ କରୁଛନ୍ତି: ଭାଜପା

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଏସ୍‌ଆଇଟି ତଦନ୍ତ ପ୍ରସଙ୍ଗରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେମନ୍ତଙ୍କ...

Advertisement
Archives

Model This Week