ପାଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ୨ ଗୁରୁତର

ଅନୁଗୋଳ ଅଫିସ୍, ୨୧ା୪- ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ତାଳଚେର ଥାନାର ଜଣେ ମହିଳା ଏସଆଇ ଅର୍ଚ୍ଚନା ନାୟକ ଏବଂ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଟ୍ରୋଲିଂବେଳେ କେତେଜଣ ଲୋକ ତାଳଗଡା ଅଞ୍ଚଳରେ ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ପୋଲିସ ପଚରାଉଚରା କରୁଥିଲା। ସେହି ସମୟରେ ପାଟ୍ରୋଲିଂ ଗାଡ଼ିକୁ (ନଂ. ଓଡି-୦୫-ଏପି-୨୭୦୫) ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା।  ଅନୁଗୋଳ ଏସପି ଜଗମୋହନ ମୀନା, ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକର କୌଣସି ପତ୍ତା ପୋଲିସ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେଧଡ଼କ ଚାଲିଛି ଗୋଚାଲାଣ

କୁଆମରା,୯।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲାର ବିଭିନ୍ନ ସାପ୍ତାହିକ ହାଟରୁ ପଡ଼ୋଶୀ ରାଜ୍ୟକୁ ଅବାଧରେ ଗୋରୁ ଚାଲାଣ କରାଯାଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ...

ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ...

ପିପିଲି ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ

ପୁରୀ ଅଫିସ,୩ା୧୦: ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି...

ଅନୁମତି ପରେ ଶ୍ରୀସେତୁ କାମ

ପୁରୀ ଅଫିସ,୧୪ ।୧୧: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପ କାମ ଚାଲିଥିବାବେଳେ ଆଗକୁ...

ମାଲକାନଗିରିରେ ୧୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି,୧୫ା୮: ଶନିବାର ମାଲକାନଗିରି ଜିଲାରେ ୭୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଜିଲାରେ ଆଜି ସୁଦ୍ଧା ମୋଟ୍‌ ୧୧୫୬ଟି...

ସ୍କୁଲ ବନ୍ଦ ନ କରିବାକୁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦେବା ପାଇଁ...

କରୋନା ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,୧୮।୧୨(ଡି.ଏନ.ଏ.) ଦେବଗଡ ନେହେରୁ ଯୁବକେନ୍ଦ୍ର ଓ ବାରକୋଟ ବ୍ଲକ ଶିରିଗିଡା ବାବା ବାଣେଶ୍ୱର କ୍ଲବ ମିଳିତ ଆନୁକୂଲ୍ୟରେ ଶିରିଗିଡା ଗ୍ରାମରେ ଏସ୍‌ଏଚଜି ସଦସ୍ୟାଙ୍କୁ ନେଇ କରୋନା...

ବିଷଖାଇ ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ, ୧।୫(ଡି.ଏନ୍‌.ଏ.): ଡାବୁଗାଁ ଜୟନ୍ତ ନଗରର ସୁରେନ୍ଦ୍ର ଖୁଣ୍ଟିଆ(୩୬) ବୁଧବାର ବିଷଖାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ତାଙ୍କ ବଡ଼ଭାଇ ପ୍ରମୋଦ ଡାବୁଗାଁ ଥାନାରେ ଏତଲା...

Advertisement


Archives

Model This Week