ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ ବିଶ୍ୱାଳ। ସରପଞ୍ଚଙ୍କ ବହିଷ୍କାର ସମ୍ପର୍କରେ ଫୋନ୍‌ ଯୋଗେ ଉଚ୍ଚ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚିତ କରାଯାଇଥିବା ବିଡିଓ ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହାକୁ ନେଇ ସରପଞ୍ଚ ‘ଧରିତ୍ରୀ’କୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆବାସ ଯୋଜନାରେ ଅର୍ଥ କାରବାର ସମ୍ପର୍କରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ହେଲେ ଅଭିଯୋଗକାରୀ କୌଣସି ପ୍ରମାଣ ଦେଇପାରି ନ ଥିଲେ। ବିରୋଧୀ ଗୋଷ୍ଠୀଙ୍କ ପ୍ରରୋଚନାରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନରେ ଅର୍ଥ କାରବାର ହେଉଥିବା ଅକ୍ଟୋବରରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିଲା। ଲାଞ୍ଚ କାରବାର ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ପ୍ରଘଟ ହୋଇଥିଲା। ସରପଞ୍ଚ ଲାଞ୍ଚ ମାଗୁଥିବା ଏବଂ ପ୍ରତିବାଦ କଲେ ଧମକ ଦେଉଥିବା ନେଇ ହିତାଧିକାରୀ ଲବଙ୍ଗ ବେହେରା, ସୁଶାନ୍ତ ବିଶ୍ୱାଳ, ଅଞ୍ଜଳି ଦେହୁରୀ ବିଡିଓ ଏବଂ ପଞ୍ଚାୟତିରାଜ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଗ୍ରାମର ଟିଟୁ ଦେହୁରୀଙ୍କ ସ୍ତ୍ରୀ ଏବଂ ବାପାଙ୍କ ନାମରେ ପୃଥକ୍‌ ଭାବେ ଆବାସ ଗୃହ କାର୍ଯ୍ୟାଦେଶ ମଞ୍ଜୁର କରାଯାଇଥିଲା। ଏପରି ଏକାଧିକ ଅଭିଯୋଗକୁ ଭିତ୍ତିକରି ରାଜ୍ୟ ସରକାର ସରପଞ୍ଚ ଦୁଃଶାସନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ...

ଚନ୍ଦ୍ରଭାଗାରେ ଜଳ କ୍ରୀଡ଼ାର ମଜାନେବେ ପର୍ଯ୍ୟଟକ

ପୁରୀ ଅଫିସ, ୨୯।୯: ଆସୁଛି ପର୍ଯ୍ୟଟନ ଋତୁ। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ପ୍ରଶାସନ...

ପ୍ରାକୃତିକ ବିପର୍ଯ୍ୟୟଠାରୁ ବଳିଯାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, ୯।୭ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏପରି କି ଏହା ପ୍ରାକୃତିକ...

ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଟୁଡୁ

ଭୁବନେଶ୍ୱର,୬।୯(ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ଅସୁସ୍ଥତା ଯୋଗୁ ଓଡ଼ିଶା ଗସ୍ତରେ ଆସି ପାରି ନ ଥିଲେ।...

ଆପଣଙ୍କ ବ୍ଲକରେ କେବେ ନିର୍ବାଚନ ଜାଣନ୍ତୁ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି...

ଘୁଞ୍ଚିଲା ଓଜେଇଇ ଆବେଦନ ତାରିଖ

ଭୁବନେଶ୍ୱର,୨୦।୩(ବ୍ୟୁରୋ):ମେ’ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷା (ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେଶନ) ପାଇଁ ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା...

ମନୋଜ ରଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ବୋଲାଉଥିବା ମନୋଜ ରଥଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ...

ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ...

Advertisement
Archives

Model This Week