ପାଟଣାରେ ମିଳୁନି ଧାନ ବିହନ

ପାଟଣା, ୨୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକରେ ବିହନ ଧାନର ଘୋର ଅଭାବ ପରିଲକ୍ଷିତ ହୋଇଛି। ଚାଷୀ ସମବାୟ ସମିତିକୁ ପ୍ରତିଦିନ ଦୌଡ଼ିଲେ ବି ଧାନ ବିହନ ନ ପାଇ ହତାଶ ହୋଇ ଫେରୁଛି। ଫଳରେ ଚାଷୀ କୁଳ ଅସନ୍ତାଷ ପ୍ରକାଶ କରିଛନ୍ତି। ପାଟଣା ସମବାୟ ସମିତି ତରଫରୁ ପୁଟୁଳିଆଠାରେ ମଙ୍ଗଳବାର ଧାନ ବିହନ ବିକ୍ରି ସମୟରେ ଚାଷୀଙ୍କ ଦରକାରୀ ବିହନ ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲ୍ୟାମ୍ପ ଏମଡି ହରମୋହନ ମହାନ୍ତ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଥିଲେ। ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
୫ଶହରୁ ଊର୍ଦ୍ଧ୍ୱ ଚାଷୀ ମାନେ ସାମଜିକ ଦୂରତାକୁ ମଧ୍ୟ ଊଲ୍ଲଂଘନ କରି ବିହନ ନେବା ପାଇଁ ଠେଲା ପେଲା କରିବା ସହ ଧାଡି ଭାଙ୍ଗିବା ଦେଖିବାକୁ ମିଳିଥିଲା। ଚାଷୀଙ୍କର ଲଲାଟ, ସହଭାଗୀ, ପୂଜା, ପ୍ରତୀକ୍ଷା ଓ କଳା ଚମ୍ପା ଧାନ ବିହନ ଆବଶ୍ୟକ ଥିବା ବେଳେ ଏସବୁ ଧାନ ବିହନ ପାଟଣାରେ ମିଳୁନାହିଁ। ଫଳରେ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ ନ ମିଳିବାରୁ ଘରୋଇ ବିକ୍ରେତାଙ୍କଠାରୁ ଉଚ୍ଚା ଦରରେ ଧାନ ବିହନ କିଣିବାକୁ ପଡୁଛି। ବ୍ଲକର କେବଳ ପାଟଣା ସମବାୟ ସମିତି ୫ ଶହ କୁଇଣ୍ଟାଲ ଧାନ ବିହନ ଦେଇଥିବା ବେଳେ ବାଲେଶ୍ୱର ସିଡ୍ସ କର୍ପୋରେଶନ କେବଳ ଶହେ କୁଇଣ୍ଟାଲ ବିହନ ଯୋଗାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ପାଟଣା ଲ୍ୟାମ୍ପ ଏମଡି ହରମୋହନ ମହାନ୍ତ ସୂଚନା ଦେଇଛନ୍ତି। ଏସମ୍ପର୍କରେ ପାଟଣା କୃଷି ଅଧିକାରୀ ପରେଶ କୁମାର ଦାଶଙ୍କୁ ପଚାରିବାରୁ ବ୍ଲକରେ ୧୭ କୁଇଣ୍ଟାଲ ଧାନ ବିହନର ଆଶ୍ୟକତା ଥିବା ବେଳେ ଓଡିଶା ରାଜ୍ୟ ବିହନ ନିଗମ ମାତ୍ର ୪୭୫ କୁଇଣ୍ଟାଲ ବିହନ ଯୋଗାଇ ଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri