ପାଟକୁରାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା : ବିଧାନସଭାରେ ହଟ୍ଟଗୋଳ; କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିଲମ୍ବନ ଦାବି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ହଟାଯାଉ, ନଚେତ୍‌ ଗୃହ ଚଳାଇ ଦେବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାରେ ହଙ୍ଗାମା କରିଥିଲେ। ପ୍ରସଙ୍ଗ ଗୋଟିଏ ହେଲେ ମଧ୍ୟ ଭାଜପା ଏବଂ କଂଗ୍ରେସ ଭିନ୍ନ ଭିନ୍ନ ଢଙ୍ଗରେ ସରକାରଙ୍କୁ ଘେରିଛନ୍ତି। ପାଳି କରି ଉଭୟ ଦଳ ଗୃହକୁ ବାରମ୍ବାର ଅଚଳ କରିଛନ୍ତି। ଏହାକୁ ନେଇ ଗୃହରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ଭାଜପା ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ କୈଫିୟତ ତଲବ କରୁଥିବାବେଳେ କଂଗ୍ରେସ ସଦସ୍ୟମାନେ ଚୁପ୍‌ ହୋଇ ବସିଥିଲେ। ସାମ୍ବାଦିକଙ୍କ ବିଷୟବସ୍ତୁ ହୋଇଥିବାରୁ କଂଗ୍ରେସ ମଧ୍ୟ ଏହି ବିଷୟକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲା। ଭାଜପା ସହିତ ତାଳ ଦେଇ ନ ଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଗର୍ଜନ କରିଥିଲା। ଏଥିପାଇଁ ଏକ ଆଇନ ଅଣାଯାଉ ବୋଲି ସେମାନେ ଦାବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହକୁ ବିଭିନ୍ନ ପର୍ଯ୍ୟାୟରେ ୧୧ଟା ୪୯ମିନିଟ୍‌ରୁ ଅପରାହ୍ନ ୩ଟା ଯାଏ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଶୂନ୍ୟକାଳ ଆରମ୍ଭ ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପାଟକୁରାଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଏକ ଟିଭି ଚ୍ୟାନେଲ ସାମ୍ବାଦିକଙ୍କୁ ଏସ୍‌ପି ମାଡ଼ ମାରିଥିବା ବିଷୟ ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟରେ ସାମ୍ବାଦିକମାନେ ମଧ୍ୟ ସୁରକ୍ଷିତ ନୁହନ୍ତି। ଏସ୍‌ପି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି, ତାଙ୍କୁ ମାଡ଼ ମାରିଛନ୍ତି। ତୁରନ୍ତ ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଜିଲାପାଳମାନେ ବିଜେଡିର ଜିଲା ସଭାପତି ଏବଂ ଏସ୍‌ପିମାନେ ଜିଲା ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯାଇଥାନ୍ତି। ସେମାନଙ୍କୁ ଏଭଳି ବ୍ୟବହାର କରିବା କେତେଦୂର ଯଥାର୍ଥ ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଥିଲେ। ଏସ୍‌ପିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ବିରୋଧୀ ଦଳ ନେତା ଉଠାଇଥିବା ପ୍ରସଙ୍ଗକୁ ସମର୍ଥନ କରି କହିଥିଲେ, ବୁଧବାର ମୁଖ୍ୟମନ୍ତ୍ରୀ ପାଟକୁରାରେ ରୋଡ୍‌ ଶୋ’ କରୁଥିଲେ। ଗୋଟିଏ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଗଲା, ରାଜ୍ୟରେ ଗଣତନ୍ତ୍ର ନା ରାଜତନ୍ତ୍ର ନା ପୋଲିସତନ୍ତ୍ର ନା ନବୀନତନ୍ତ୍ର ଚାଲିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜି ବି ଦେଶ ସ୍ବାଧୀନ ହୋଇନି। ଦେଶ ଓ ରାଜ୍ୟ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ।
ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଗତ ଦୁଇ ତିନି ଦିନ ପୂର୍ବରୁ ଆମେ ଆଇନଶୃଙ୍ଖଳା କଥା ଉଠାଇଥିଲୁ। ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିଲେ। ସେହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଧକ୍କା ମରାଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରକୁ ଜମି ହଡ଼ପ ମାମଲାରେ ଯାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସେଠାରେ ଭଡ଼ାଟିଆ ଗୁଣ୍ଡା ଲଗାଇ ମାଡ଼ ମରାଗଲା। ସେହି ସଂସ୍ଥାର ଲୋକଙ୍କୁ ବିଜେଡି ଟିକେଟ ଦେଇଛି। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭକୁ କାହିଁକି ସୁରକ୍ଷା ଦିଆଯାଉନାହିଁ। ମହାରାଷ୍ଟ୍ରରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ ରହିଛି। ରାଜ୍ୟରେ ମଧ୍ୟ ସାମ୍ବାଦିକଙ୍କ ପାଇଁ ଆଇନ ହେଉ। ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ସେ କହିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରୁଲିଂ ଦିଆଯାଉ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ମାତ୍ର ବାଚସ୍ପତି ସଦସ୍ୟମାନଙ୍କୁ ନିଜ ସିଟ୍‌କୁ ଚାଲିଯିବାକୁ କହିବା ସହିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏ ବିଷୟରେ ଚିନ୍ତା କରି କହିବି ବୋଲି ବାଚସ୍ପତି କହିଥିଲେ। ମାତ୍ର ଭାଜପା ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଏଡ଼ାଇ ଦେଇ ନାରାବାଜି କରିଥିଲେ। ପୋଲିସ ଶାସନ ଚଳିବ ନାହିଁ, ଚଳିବ ନାହିଁ, ପୋଲିସ ଜୁଲମ ବନ୍ଦ କର, ବନ୍ଦ କର ସ୍ଲୋଗାନ ଦେଇ ବିଧାନସଭାକୁ କମ୍ପାଇ ଦେଇଥିଲେ। ଏପରିକି ଗୃହରେ ଧାରଣାରେ ବସିଥିଲେ। ହଟ୍ଟଗୋଳ ଚାଲିଥିବାବେଳେ ବାଚସ୍ପତି ପ୍ରଦୀପ ମହାରଥୀଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ। ମହାରଥୀ ହଟ୍ଟଗୋଳ ଚାଲିଥିବାବେଳେ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦେବା ଲାଗି କହିଥିଲେ। ହଟ୍ଟଗୋଳ ଜୋରଦାର ହେବାରୁ ବାଚସ୍ପତି ଗୃହକୁ ୧୧ଟା ୪୯ ମିନିଟ୍‌ରେ ୧୫ ମିନିଟ୍‌ ଲାଗି ମୁଲତବୀ ଘୋଷଣା କରିଥିଲେ। ଏହା ପରେ ଆଉ ୩୦ ମିନିଟ୍‌ ମୁଲତବୀ କରାଯାଇଥିଲା। ୧୨ଟା ୫୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ସଦସ୍ୟମାନେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ହଟ୍ଟଗୋଳ କରିଥିଲେ। ତେବେ ଏହି ପ୍ରସଙ୍ଗ ଉଠାଇଥିବା ଭାଜପା ସଦସ୍ୟମାନେ କଂଗ୍ରେସ ସହ ତାଳ ଦେଇ ନ ଥିଲେ। ଚୁପ୍‌ଚାପ ନିଜ ସିଟ୍‌ ନିକଟରେ ଛିଡ଼ା ହୋଇ ରହିଥିଲେ। ଏହାକୁ ଦେଖି କଂଗ୍ରେସ ସଦସ୍ୟମାନେ ସଲାସୁତରା ଚଳିବ ନାହିଁ ଚଳିବ ନାହିଁ, ବାଚସ୍ପତି ଆମର ଦାବି ମାନି ନିଅ, ମାନି ନିଅ ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୧୨ଟା ୫୬ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri