ପାଚେରି ଡେଇଁ ଧାରଣାରେ ବସିଲେ ଅନ୍ତେବାସୀ

ଶେରଗଡ଼,୨୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ବୁଧବାର ବାସିଖାଦ୍ୟ ଦିଆଯାଇଥିବାରୁ ଅନ୍ତେବାସୀମାନେ ପାଚେରୀ ଡେଇଁ ରାସ୍ତା ଅବରୋଧ କରିଥିଲେ। ଖବରପାଇ ପ୍ରଶାସନ ଓ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି। ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ୧୧୫ ପ୍ରବାସୀ ରହୁଛନ୍ତି। ମେନୁ ଅନୁଯାୟୀ ବୁଧବାର ମଧ୍ୟାହ୍ନଭୋଜନରେ ଅନ୍ତେବାସୀଙ୍କୁ ଭାତ ଓ ଅଣ୍ଡା ତରକାରି ଦିଆଯାଇଥିଲା। ଯେଉଁମାନେ ଆମିଷ ନ ଖାଇବେ ସେମାନଙ୍କ ପାଇଁ ସୋୟାବିନ୍‌ ତରକାରି ହୋଇଥିଲା। ମାତ୍ର ଖାଦ୍ୟ ପରଷା ଯିବା ବେଳେ ବାସିଭାତ ଦିଆଯାଇଥିବାରୁ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପ୍ରତିବାଦରେ ସମସ୍ତ ଅନ୍ତେବାସୀ ପାଚେରି ଡେଇଁ ବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ହିଞ୍ଜିଳି-କଙ୍କୋରଡା ରାସ୍ତାରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଖବରପାଇ ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦୟାସିନ୍ଧୁ ପରିଡା ଓ ହିଞ୍ଜିଳିକାଟୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମଙ୍ଗଳବାର ରାତିର ବଳକା ଭାତକୁ ଆଉଥରେ ରାନ୍ଧି ଦିଆଯାଇଥିବା ଅନ୍ତେବାସୀ ଅଭିଯୋଗ କରି ବିଡିଓଙ୍କୁ ତାହା ଦେଖାଇଥିଲେ। ବୁଝାଶୁଝା ପରେ ଅନ୍ତେବାସୀମାନେ ରାସ୍ତାରୁ ଉଠି କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଇଥିଲେ। ବିଡିଓ ଓ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ପୁଣି ଥରେ ଭାତ ରାନ୍ଧି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଦନ୍ତା ହାତୀର ପ୍ରାଣ ଗଲା

ସମ୍ବଲପୁର ଅଫିସ,୨୧ା୧୨: ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେଶନ ମଧ୍ୟରେ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ...

ବେଆଇନ ପଥର ଖାଦାନରେ ଶ୍ରମିକ ମୃତ

ଯାଜପୁର ଅଫିସ/ଚଢେଇଧରା/ ଜେନାପୁର (ଡି.ଏନ.ଏ.),୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ କଳାପଥର ଖାଦାନ ପାଇଁ କେବଳ ରାଜସ୍ବ ଲୁଟ ହେଉନାହିଁ, ବରଂ ଶ୍ରମିକମାନଙ୍କ...

ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ...

ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା...

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫(ବ୍ୟୁରୋ): ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା,ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା। ଅଫିସରୁ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପ୍ରକଳ୍ପ...

ମହିଳାଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩୧ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଜଣେ ରୋଗୀଙ୍କ ମୃତ୍ୟୁ...

କନଷ୍ଟେବଲଙ୍କୁ ସୁରକ୍ଷା ଦେଉଛି ପୋଲିସ ବିଭାଗ

ସମ୍ବଲପୁର,୨୨।୨(ବ୍ୟୁରୋ): ପୁଣି ବିବାଦ ଘେରକୁ ଆସିଛି ଝାରସୁଗୁଡା ଜିଲା ପୋଲିସ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳ ଦାସ ହତ୍ୟା...

ଶ୍ରାବଣରେ ବର୍ଷା ଅଭାବ: ଚିନ୍ତାରେ ଚାଷୀ

ନାଉଗଁା,୩ା୮(ସ୍ବ.ପ୍ର): ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଚଳିତ ବର୍ଷ ନାଉଗଁା ବ୍ଲକରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଶ୍ରାବଣ ମାସ ଶେଷ ହେବାକୁ...

Advertisement
Archives

Model This Week