ପାଗଳା କୁକୁର କାମୁଡ଼ାରେ ୬ ଗୁରୁତର

ପାଟଣା,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ଏକ ବୁଲା ପାଗଳା କୁକୁର କାମୁଡ଼ାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ସେମାନଙ୍କୁ ପଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିମାନେ ବଡ଼ ପାଟଣା ପଞ୍ଚାୟତ ଅଧୀନ କାମେଶ୍ୱରପୁର ଗ୍ରାମର କାଦମ୍ବିନୀ ଭଞ୍ଜ, ନୂଆପଡା ଗ୍ରାମର ମଦନ ମହାନ୍ତ, ମଧୁ ମୁଣ୍ଡା, ପଟଣାର ଆକାଶ ମୁଣ୍ଡା, ନାରଣ ନାଏକ ଓ ଅକ୍ଷୟ ମୁଣ୍ଡା ବୋଲି ଜଣାପଡ଼ିବ। ତେବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଆରପିଏଫ୍‌ ତରଫରୁ କରୋନା ସଚେତନତା

ଖପ୍ରାଖୋଲ, ୧୪ା୪(ଡି.ଏନ.ଏ.): ସିଆରପିଏଫ୍‌ ତରଫରୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା...

ମେଡ଼ିକାଲ ଛାତ୍ର ମୃତ୍ୟର ତଦନ୍ତ ନେଇ ଡିନ୍‌ଙ୍କୁ ଭେଟିଲେ ବୁଦ୍ଧିଜୀବୀ

ବଲାଙ୍ଗୀର ଅଫିସ,୨୫।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଥମ ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ର଼୍ୟାଗିଂଜନିତ ବୋଲି ଅଭିଯୋଗ ହେବା...

ଫୁଲ ତୋଳିବାକୁ ଯାଇ ଫେରିଲେନି ମହିଳା

ନିରାକାରପୁର,୨୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଧୀନରେ ଥିବା ଗୋଳବାଇ ପଞ୍ଚାୟତ କାୟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସେ...

୫ ହଜାର ଲାଞ୍ଚ ନେବା ବେଳେ ଦର୍ପନାରାୟଣପୁର ଫରେଷ୍ଟର, ଓ୍ବାଚ୍‌ର୍‌ ଭିଜିଲାନ୍ସ ଦ୍ୱାରା ଗିରଫ

ରଣପୁର,୨୩ ।୧୦(ସ୍ବ.ପ୍ର.)-ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ଲାଞ୍ଚ ନେଉଥିବାବେଳେ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର...

ଭିଡ଼ ବଢ଼ାଇଲା ସଂକ୍ରମଣ ଆଶଙ୍କା

କାମାକ୍ଷାନଗର, ୭।୮(ଡି.ଏନ.ଏ.) – ଶଟ୍‌ଡାଉନ ଉଠିବା ପରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ଗୁରୁବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କ ପ୍ରତି କୋହଳ ମନୋଭାବ...

ଅବକାରୀ ବିଭାଗର ଚଢ଼ାଉ ବେଳେ ଢ଼େଲାପଥର ମାଡ଼: ଭାଙ୍ଗିଲା ଗାଡ଼ି, ଡ୍ରାଇଭର ଆହତ

ଛେଣ୍ଡିପଦା,୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ରଥ ସାହିରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଦ ମାଫିଆମାନେ...

ଷ୍ଟୋଭ୍‌ ଫାଟି ଜଣେ ମୃତ, ଜଣେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌...

ଶିଶୁ କନ୍ୟାଙ୍କୁୁ ଅସଦାଚରଣ

ଖୁଣ୍ଟା,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା (ନଂ.୫୪/୨୦୨୦)...

Advertisement
Archives

Model This Week