ପାକ୍‌ ରାଜନୈତିକ ଦଳଗୁଡ଼ିକୁ କୁରେଶୀଙ୍କ ଆହ୍ବାନ: କଶ୍ମୀର ପ୍ରସଙ୍ଗରେ ଏକ ହୁଅ

ଇସ୍‌ଲାମାବାଦ, ୧୩ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଆହ୍ବାନ କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରର ମୁରାଦାବାଦ୍‌ଠାରେ ଇଦ୍‌ ପାଳନ ଅବସରରେ ସେ ଯୋଗଦେଇ କହିଛନ୍ତି, କଶ୍ମୀର ପଛରେ ସାରା ପାକିସ୍ତାନ ଓ ଏହାର ସମସ୍ତ ରାଜନୈତିକ ନେତୃବୃନ୍ଦ ଅଛନ୍ତି। ଅଗଷ୍ଟ ୧୪ରେ କଶ୍ମୀର ସମର୍ଥନରେ ଏକ ପ୍ରତିଧ୍ୱନି ଶୁଣାଯିବ। ଏହି ଦିନକୁ କଶ୍ମୀର ଏକତା ଦିବସ ଭାବେ ପାକିସ୍ତାନ ପାଳନ କରିବ। ଭାରତ ୩୭୦ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିବା ବିରୋଧରେ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରାଯିବ ବୋଲି କୁରେଶୀ ପ୍ରକାଶ କରିଛନ୍ତି। ଏକାଠି ହେବା ପରିବର୍ତ୍ତେ ରାଜନୀତି କରାଗଲେ ସବୁ ବେକାର ହୋଇଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମକୁ ଏକହୋଇ ସ୍ବର ଉଠାଇବାକୁ ପଡ଼ିବ ବୋଲି କୁରେଶୀ କହିଛନ୍ତି। ପ୍ର୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଗଷ୍ଟ ୧୪ରେ ପିଓକେ ଗସ୍ତ କରି ଏହାର ବିଧାନସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦକୁ ନେବା ଲାଗି ପାକିସ୍ତାନ ସ୍ଥିର କରିଛି ଓ ଚାଇନା ଏଥିଲାଗି ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଥିବା କୁରେଶୀ ଏହି ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପାଇଁ ନାଁ ବାଛିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଗତ ସପ୍ତାହରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପଦରୁ ଜନ୍‌ ବୋଲ୍ଟନଙ୍କୁ ପଦରୁ ହଟାଇବା ପରେ ମଙ୍ଗଳବାର ଏହି ପଦ ପାଇଁ ୫ ଜଣଙ୍କ...

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ...

ଆଇଏସ୍‌ଆଇ ମୁଖ୍ୟଙ୍କୁ ହଟାଇବାକୁ ଚାହୁଁଛି ପାକ୍‌ ସେନା

ଇସ୍‌ଲାମାବାଦ, ୨୩ା୯: ତାଲିବାନ୍‌ ସରକାରରେ ପାକିସ୍ତାନର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଛି। ତାଲିବାନ୍‌ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ...

ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା

ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍‌ ନୁହେଁ।...

ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ...

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ...

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଫିଟିବ କି ବାଟ

ମିନସ୍କ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୮ଦିନ ହେଲାଣି ଭୟଙ୍କର ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ଗୁରୁବାର ବେଲାରୁଷ ସୀମାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ...

ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ କାହାର ହେବ କ୍ଷତି ?…

ବେଜିଂ, ୧୬।୪ : ତାଇୱାନ ପ୍ରସଙ୍ଗରେ ଚାଇନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିିବାରେ ଲାଗିଛି। କିନ୍ତୁ ନିକଟରେ ତାଇୱାନ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ...

Advertisement
Archives

Model This Week