ପାକିସ୍ତାନ ସରକାର ବନ୍ଦ କରିବାକୁ ଯାଉଛନ୍ତି ୪ଶହ ବିଭାଗ: ଫୟାଦ ଚୌଧୁରୀ

ଇସ୍‌ଲାମାବାଦ,୧୭।୧୦: ପୁଣି ଚର୍ଚ୍ଚାରେ ଇମ୍ରାନ ଖାଁଙ୍କ ସରକାରର ମନ୍ତ୍ରୀ ଫୟାଦ ଚୌଧୁରୀ। ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିବା ଏହି ମନ୍ତ୍ରୀ ପୁଣିଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଏବେ ପାକିସ୍ତାନ ସରକାର ୪ଶହ ବିଭାଗ ବନ୍ଦ କରିବାକୁ ଯାଉଛନ୍ତି। ତେଣୁ ଚାକିରି ପାଇଁ ଆଉ ସରକାରଙ୍କ ଆଡେ ନ ଅନାଇବାକୁ ସେ ପାକିସ୍ତାନବାସୀଙ୍କୁ କହିଛନ୍ତି। ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ସରକାର ଏକ କୋଟି ରୋଜଗାର ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ। ହେଲେ ତାଙ୍କ ମନ୍ତ୍ରୀଙ୍କ ଏହି କଥା ଏବେ ପାକିସ୍ତାନବାସୀଙ୍କ ରାଗର କାରଣ ପାଲଟିଛି। ଏହାପରେ ପାକିସ୍ତାନ ମିଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫୟାଦ କହିଛନ୍ତି ସେ ସେମିତି କିଛି କହି ନାହାନ୍ତି। ହେଲେ ଗଣମାଧ୍ୟମରେ ତାଙ୍କ କଥାକୁ ଓଲଟା ସିଧା କରି ପରିବେଷଣ କରାଯାଉଛି। ଦେଶର ଆର୍ଥିକ ପରିସ୍ଥିତିକୁ ଦେଖି ସରକାର ପ୍ରାୟ ୪ଶହ ବିଭାଗ ବନ୍ଦ କରିଦେବା ସେ ସୂଚନା ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା କହିଲା ସ୍ଥିତି ନିୟନ୍ତ୍ରଣାଧୀନ

ବେଜିଂ,୨୮ା୫: ଭାରତ-ଚାଇନା ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ଆଲୋଚନା ଓ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଉପଯୁକ୍ତ ବ୍ୟବସ୍ଥା...

କାନ୍ଦାହାରକୁ କବ୍‌ଜା କଲା ତାଲିବାନ

କାବୁଲ,୧୩।୮: ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରବାରେ ଲାଗିଛି। ଏବେ ତାଲିବାନମାନେ କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଏହା ବ୍ୟତୀତ ତାଲିବାନ ମଧ୍ୟ...

ତାଲିବାନ୍‌ ସହ ୧୦ ଦେଶର ବୈଠକ

ମସ୍କୋ, ୨୧ା୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନ୍‌ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷିଆ ବୁଧବାର ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଛି। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଆଣିବା...

ଆଫଗାନିସ୍ତାନରେ ୨୪ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା ଯୋଜଜାନ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମ୍‌ରେ ୨ ଜଣ...

ଗତ ୨୪ ଘଣ୍ଟାରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୨,୬୦୦

ଓ୍ବାଶିଂଟନ,୧୬।୪: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ବୁଧବାର ଆମେରିକାରେ ସର୍ବାଧିକ ୨,୬୦୦ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ କରୋନା ସଂକ୍ରମଣରେ କୌଣସି ଦେଶରେ ୧୪...

କିଭ୍‌ କୋର୍ଟରେ ରୁଷୀୟ ଯୁଦ୍ଧ ଅପରାଧୀ

କିଭ୍‌/ମସ୍କୋ,୧୪।୫: ୟୁକ୍ରେନ୍‌ ରାଜଧାନୀ କିଭ୍‌ସ୍ଥିତ ଏକ କୋର୍ଟରେ ଶୁକ୍ରବାର ରୁଷୀୟ ସୈନ୍ୟ ଭାଡିମ୍‌ ଶିଶିମାରିନ୍‌ଙ୍କ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ୨୧...

ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

ରାଫାଲ ବିମାନକୁ ଖରାପ ନଜରରୁ ରକ୍ଷା କରିବ ଲେମ୍ବୁ

ପ୍ୟାରିସ,୯।୧୦: ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫାଲ। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା...

Advertisement
Archives

Model This Week