ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ  ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଷ୍ଟ୍ରପତି ଆରିଫ ଆଲଓ୍ବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଂଶସା କରିଥିଲେ। ସେହି ସମୟରେ ବିରୋଧି ଦଳର ନେତାମାନେ ସଂସଦରେ ଇମ୍ରାନଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ‘ଗୋ ନିୟାଜି ଗୋ’ କହି ସ୍ଲୋଗାନ ଦେବା ପରେ ଇମ୍ରାନ ଖାଁଙ୍କ ଦଳ ତେହରିକ-ଇ-ଇନ୍‌ଶାଫ ଓ ପାକିସ୍ତାନ ପିପୁଲ୍ସ ଦଳ ମୁହାଁମୁହଁି ହୋଇଥିଲେ। ପରସ୍ପର ମଧ୍ୟରେ ମାଡ଼ପିଟ ହୋଇଥିଲା। ସୂଚନାଯୋଗ୍ୟ, ଇମ୍ରାନଙ୍କ ପୁରା ନାମ ଇମ୍ରାନ ଅହମ୍ମଦ ଖାଁ ନିୟାଜୀ ହୋଇଥିବା ବେଳେ ବିରୋଧୀ କେବଳ ନିୟାଜୀ ନଁାକୁ ବ୍ୟବହାର କରି ତାଙ୍କ ଉପରେ ବର୍ଷିଥିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି ଉପରେ ପ୍ରଶ୍ନ ଉଠାଇ ସବୁ ମଞ୍ଚରେ ତାଙ୍କୁ ମିଳୁଥିବା ବିଫଳତା ଯୋଗୁ ବିରୋଧୀ ଭର୍ତ୍ସନା କରିଥିଲେ। ଏହି ସମୟରେ ଜଣେ ମହିଳା ଏମ୍‌ପିଙ୍କୁ ମଧ୍ୟ ଠେଲାପେଲା କରାଯାଇଥିବା ନେଇ ଜଣାପଡ଼ିଛି। ଏହି ଘଟଣା ଘଟିବା ସମୟରେ ସଂସଦରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ନୌସେନା, ବାୟୁସେନା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହାର ଏକ ଭିଡିଓକୁ ପାକିସ୍ତାନର ବରିଷ୍ଠ ମହିଳା ଖବରଦାତା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି...

ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବ ଶ୍ରୀଲଙ୍କା

କଲମ୍ବୋ,୧୩।୩ : ଶ୍ରୀଲଙ୍କା ‘ବୁର୍ଖା’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଏଥିସହ ୧ ହଜାରରୁ ଅଧିକ ଇସ୍‌ଲାମିକ ବିଦ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯିବ। ସରକାରଙ୍କ ଏହି...

ବିପ୍ଳବୀ ନେତା ଚେ ଗୁଏଭାରାଙ୍କ ପୁଅ କାମିଲୋଙ୍କ ପରଲୋକ

ବୁଏନ୍ସ ଏୟାର୍ସ,୧।୯: ଆଜେଣ୍ଟିନା ଜନ୍ମିତ ମାର୍କ୍ସବାଦୀ ବିପ୍ଳବୀ ନେତା ଏର୍ନେଷ୍ଟୋ ଚେ ଗୁଏଭାରାଙ୍କ ପୁଅ କାମିଲୋ ଗୁଏଭାରା ମାର୍ଚଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ...

ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି।...

ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ...

ଟୁଇଟ୍‌ ବିକିବେ ଟୁଇଟର ସିଇଓ

ନୂଆଦିଲ୍ଲୀ, ୭ା୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍‌ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବାକୁ ଶନିବାର ଘୋଷଣା କରିଛନ୍ତି। ୬ ମାର୍ଚ୍ଚ...

ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଖ୍ୟା ୩୨୭୮

ଇସ୍‌ଲାମାବାଦ,୬ ।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍ ବୋଲି ଜଣାପଡିଛି । ସୋମବାର ସକାଳ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮...

ବିଜୟରେ ବିଳମ୍ବ , ୮ କମାଣ୍ଡରଙ୍କୁ ବରଖାସ୍ତ କଲେ ପୁଟିନ୍‌…

ମସ୍କୋ, ୧୨।୩ : ୟୁକ୍ରେନ ଯୁଦ୍ଧରେ ବିଜୟରେ ବିଳମ୍ବ ପାଇଁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସେ ଏଥିପାଇଁ ନିଜର...

Advertisement
Archives

Model This Week