ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ: ବର୍ଦ୍ଧିତ ପେଟ୍ରୋଲ ଦର କ’ଣ ଆମ ପାଇଁ ଉପହାର

ଇସଲାମାବାଦ,୨।୮: ପାକିସ୍ତାନ ବେଳକୁ ବେଳ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଯାଉଥିବା ବେଳେ ପେଟ୍ରୋଲର ଦର ବୃଦ୍ଧି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଡୁଆରେ ପକାଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପହଞ୍ଚିଛି ୧୧୭ ଟଙ୍କାରେ। ଆଉ ଏହାକୁ ଦେଖିବା ପରେ ଲୋକେ କହିଛନ୍ତି ଏବେ କ’ଣ ହେବ ପାକିସ୍ତାନର ଅବସ୍ଥା। ଆଉ କେତେଜଣ ସୋସିଆଲ ମିଡିଆ ୟୁଜର କହିଛନ୍ତି ସରକାର କାନ୍ଦୁଛନ୍ତି ଯେ ଲୋକେ ଟ୍ୟାକ୍ସ ଦେଉ ନାହାଁନ୍ତି। ତେଣୁ ଆର୍ଥିକ ସ୍ଥିତିରେ ସୁଧାର ଆସିପାରୁ ନାହିଁ। ହେଲେ ଯେଉଁମାନେ ଟ୍ୟାକ୍ସ ଦେଉଛନ୍ତି ଏବେ ସେମାନେ ପ୍ରଶ୍ନ କରିଛନ୍ତି ପେଟ୍ରୋଲ ଦାମ୍‌ ୧୧୭ ହେବା କ’ଣ ଟ୍ୟାକ୍ସ ଦାତାଙ୍କ ପାଇଁ ଉପହାର କି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅଏଲ ଆଣ୍ଡ ଗ୍ୟାସ ଡେଭଲପ୍‌ମେଣ୍ଟ ଅଥରିଟି(ଓଜିଆର୍‌ଏ)ର ସୁପାରିସ ଅନୁଯାୟୀ ପେଟ୍ରୋଲ ଦାମରେ ଲିଟର ପିଛା ୫ଟଙ୍କା ୧୫ ପଇସା ବୃଦ୍ଧି କରିଛନ୍ତି। ଫଳରେ ଏବେ ପାକିସ୍ତାନରେ ପେଟ୍ରୋଲ୍‌ ଲିଟର ପିଛା ଦାମ୍‌ ହୋଇଛି ୧୧୭ ଟଙ୍କା। ଏସବୁ କ୍ଷେତ୍ରରେ ଦରଦାମ ବୃଦ୍ଧି ଏବେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କୁ ରୋକିବା ଲାଗି ଆଣବିକ ବୋମା ଆବଶ୍ୟକ, ୟୁକ୍ରେନ୍‌ ପ୍ରସ୍ତୁତି କରିବା ଜରୁରୀ…

ଲଣ୍ଡନ, ୨।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ। କିନ୍ତୁ ଜଣେ...

ଯୁଦ୍ଧ ଶେଷ କରିବାକୁ ପୁଟିନଙ୍କ ବ୍ୟତୀତ ରୁଷିଆର ଅନ୍ୟ ନେତାଙ୍କ ସହ କଥା ହେବାର କୌଣସି ସୁଫଳ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୨୪ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ମାସ ହୋଇ ଗଲାଣି । ହେଲେ ଏପର୍ଯ୍ୟନ୍ତ କେହି ମୁଣ୍ଡ ନୁଆଁଇଁବାକୁ ରାଜି ନୁହଁନ୍ତି । ଇତିମଧ୍ୟରେ ୟୁକ୍ରେନ୍...

ଆଣ୍ଟି ଟେରର ଆକ୍ଟରେ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଇସଲାମାବାଦ,୨୨ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେ କୌଣସି ସମୟରେ ଗିରଫ ହୋଇ ପାରନ୍ତି । ଆଣ୍ଟି ଟେରର ଆକ୍ଟ ଅନୁଯାୟୀ ଇମ୍ରାନଙ୍କ...

ଶିକ୍ଷକଙ୍କୁ ବିବାହ କଲେ ସ୍କଟ୍‌

ଓ୍ବାଶିଂଟନ୍‌, ୯ା୩: ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ୍‌ ମାରିସ୍‌(୫୦) ପୁଣି ବିବାହ କରିଛନ୍ତି। ୫୩.୫ ବିଲିୟନ ଡଲାର...

ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଫାଇନ୍‌

ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରାଜନୈତିକ ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଏହାକୁ ବେଆଇନ ମାନିବା ସହ ସମ୍ପୃକ୍ତ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ...

ଆମେରିକାରେ ହିଂସା ଜାରି: ୨୩ ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ

ୱାଶିଂଟନ,୩।୬: ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳୁଛି। ଜର୍ଜ ଫ୍ଲୋୟଡ୍‌...

କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ...

୯ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଷ୍ଟ୍ରପତି

କଲମ୍ବୋ,୨୦ା୫: ଆର୍ଥିକ ସଙ୍କଟ ଏବଂ ଋଣଗ୍ରସ୍ତ ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଧିରେ ଧିରେ ଦୂର ହେବାକୁ ଯାଉଛି। ଦେଶରେ ସମ୍ପୂର୍ଣ୍ଣ କ୍ୟାବିନେଟ୍‌ ଗଠନ ପର୍ଯ୍ୟନ୍ତ ସ୍ଥିରତା...

Advertisement
Archives

Model This Week