ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ୍‌,୨୨।୫: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଦୁର୍ଘଟଣାର ଶୀକାର ହୋଇଛି। ଏହି ଦୁର୍ଘଟଣା କରାଚି ବିମାନବନ୍ଦର ନିକଟରେ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପିଆଇଏ ବିମାନ ଲାହୋରରୁ କରାଚି ଯାଉଥିଲା। କରାଚି ବିମାନ ବନ୍ଦରର ରନ୍‌ଓ୍ବେରେ ଅବତରଣ କରିବା ଠିକ୍‌ ପୂର୍ବରୁ ମାଲିରର ମଡେଲ କଲୋନୀ ନିକଟସ୍ଥ ଜିନ୍ନା ଗାର୍ଡେନ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିଯୋଗୁ କେତେକ ଘର ମଧ୍ୟ ଭାଙ୍ଗିରୁଜି ଯାଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ପାକିସ୍ତାନ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ମୁତାବକ ଉକ୍ତ ବିମାନରେ ୯୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ...

‘ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ବନ୍ଧୁ’

ପେଶାଓ୍ବର,୩।୯: ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆଫଗାନିସ୍ତାନର ପୁନଃ ନିର୍ମାଣ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ବେଜିଂ ଆମକୁ ସହଯୋଗ କରିବ ବୋଲି ଶୁକ୍ରବାର...

ବାଇଡେନ୍‌ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ...

ଆସିଛି କରୋନା, ଆପରାଧୀକ କାର୍ଯ୍ୟ ବନ୍ଦ କର: ଆମେରିକା ପୋଲିସ

ଓ୍ବାଶିଂଟନ,୧୮।୩ : ଆମେରିକାର ୫୦ଟି ରାଜ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ପୋଲିସ ପକ୍ଷରୁ ଅପରାଧିଙ୍କୁ ଅପିଲ୍‌ କରାଯାଇଛି...

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦ୍‌ଘାତ

ମସ୍କୋ,୧୫।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫୧ ଦିନ ହେବ ଯୁଦ୍ଧ ଜାରି ରହିଛି। ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ହୃଦ୍‌ଘାତର ଶିକାର...

ଗୁରୁ ଗ୍ରନ୍ଥ ସାହେବ ନେଇ ଭାରତ ଫେରୁଥିବା ଭାରତୀୟଙ୍କୁ ରୋକିଲା ତାଲିବାନ, ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଅପିଲ୍‌…

କାବୁଲ, ୧୫।୯ : ତାଲିବାନ ୧୧ ସେପ୍ଟେମ୍ବରରେ ଭାରତ ଅଭିମୁଖେ ଫେରୁଥିବା ଏକ ଶିଖ ଦଳଙ୍କୁ ଅଟକାଇଛି। ସେମାନେ ଗୁରୁ ଗ୍ରନ୍ଥ ସାହେବଙ୍କୁ ସାଙ୍ଗରେ ନେଇ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୧ ବର୍ଷ ଜେଲ୍‌

ମାଲେ,୨୬।୧୨: ମାଲଦ୍ୱୀପ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୟାମିନ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଦୋଷୀ...

ପାକିସ୍ତାନକୁ ମିଳିବ ନୂଆ ସେନାମୁଖ୍ୟ

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ଶନିବାର କହିଛନ୍ତି ଯେ, ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଏକ ନୂଆ ସେନା ମୁଖ୍ୟ ନିଯୁକ୍ତ...

Advertisement
Archives

Model This Week