ପାକିସ୍ତାନୀ ବୋଟ୍‌ରୁ ୬୦୦ କୋଟିର କୋକେନ୍‌ ଜବତ

ନୂଆଦିଲ୍ଲୀ,୨୨ା୫: ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ଗୁଜରାଟ ଉପକୂଳରେ ଏକ ପାକିସ୍ତାନୀ ବୋଟ୍‌କୁ ପିଛା କରି ସେଥିରୁ ୬୦୦ କୋଟି ଟଙ୍କା ମୂଲ୍ୟର କୋକେନ୍‌ ଜବତ କରିଛି। ଉକ୍ତ ବୋଟ୍‌ରେ ଥିବା ୬ ଜଣ କର୍ମଚାରୀଙ୍କୁ ତଟରକ୍ଷୀ ବାହିନୀ ହାଜତକୁ ନେଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକର ସୂଚନାକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କରାଚୀରେ ପଞ୍ଜୀକୃତ ହୋଇଥିବା ‘ଅଲ୍‌-ମଦିନା’ ନାମକ ମାଛଧରା ବୋଟ୍‌ରୁ ୧୯୪ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହୋଇଛି। ଏହି ଚଢ଼ାଉରେ ତଟରକ୍ଷୀ ବାହିନୀର ଗୋଟିଏ ଜାହାଜ, ଦୁଇଟି ଇଣ୍ଟରସେପ୍ଟର ବୋଟ୍‌ ସାମିଲ ହୋଇଥିଲେ। ଧରାପଡିବା ପୂର୍ବରୁ ପାକିସ୍ତାନୀ ବୋଟ୍‌ର କର୍ମଚାରୀମାନେ ନିଶାଦ୍ରବ୍ୟକୁ ସମୁଦ୍ର ମଧ୍ୟକୁ ଫିଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭ୍ୟାକ୍ସିନ ‘ଫାଇଜର’ର ସାଇଡ ଇଫେକ୍ଟ: ନରୱେରେ ୨୩ ମୃତ

ଓସଲୋ,୧୬ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ଭ୍ୟାକ୍ସିନ ମୁଖ୍ୟ ଅସ୍ତ୍ର ପାଲଟିଛି । ବିଶ୍ୱର ବିଭିନ୍ନ ବିକାଶଶୀଳ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ...

କରୋନା ସଂକ୍ରମଣ: ମୃତକଙ୍କ ପାଇଁ ୧୫ ପୃଷ୍ଠାର ଶୋକ ପ୍ରକାଶ କଲା ଆମେରିକା ଖବର କାଗଜ

ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଆମେରିକାର ଏକ ଖବର କାଗଜ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ଉଦ୍ଦେଶ୍ୟରେ ୧୫...

ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ...

‘ଆପଲ ଡେଲି’ର ଅପମୃତ୍ୟୁ

ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍‌ ଡେଲି’। ୧୯୯୫ ଜୁନ୍‌ ୨୦ରେ...

ମାଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୧୩ ଫ୍ରାନ୍ସ ସେନା ଶହୀଦ

ପ୍ୟାରିସ୍‌,୨୬।୧୧: ପ୍ୟାରିସ୍‌ର ମାଲିରେ ଇସ୍‌ଲାମ ଚରମପନ୍ଥୀ ବିରୋଧରେ ଚାଲିଥିବା ଏକ ଅପରେଶନରେ ସୋମବାର ରାତିରେ ୨ ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ଫ୍ରାନ୍ସର ୧୩...

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ...

ନୂଆବର୍ଷରେ ଭାରତରେ ଜନ୍ମ ନେଇଛନ୍ତି ସର୍ବାଧିକ ଶିଶୁ

ନ୍ୟୁୟର୍କ,୩।୧: ଗୋଟିଏ ପଟେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟପଟେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ସଂଖ୍ୟକ ଶିଶୁ କେବଳ ଭାରତରେ...

ଓମିକ୍ରନ୍‌କୁ ନେଇ ଚିନ୍ତାରେ ଜାପାନ, ଆରମ୍ଭ କଲା ବୁଷ୍ଟର ଟିକାକରଣ

ଟୋକିଓ,୧ା୧୨: ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଗ୍ରାମ କରୁଥିବା ବେଳେ ଏହାର ଆଉ ଏକ ନୂତନ ଭାଇରସ ‘ଓମିକ୍ରନ୍‌’ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ...

Advertisement


Archives

Model This Week