ପାକିସ୍ତାନରେ ବିମାନ ଦୁର୍ଘଟଣା: ୯୭ ମୃତ

କରାଚୀ,୨୩ା୫(ପି.ଟି.): ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଅପରାହ୍ଣରେ କରାଚୀସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଞ୍ଚଳରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିମାନରେ ୯୯ ଯାତ୍ରୀଙ୍କ ସମେତ ୧୦୭ ଜଣ ଥିଲେ। ଲାହୋରରୁ ଛାଡ଼ିଥିବା ପିକେ-୮୩୦୩ ନାମକ ଏହି ବିମାନ ଆଉ ମାତ୍ର ୧ ମିନିଟ ପରେ ଜିନ୍ନା ବିମାନବନ୍ଦରରେ ଅବତରଣ କରିଥାଆନ୍ତା। ବିମାନଟି ରାଡାର ପରଦାରୁ ଅନ୍ତର୍ଦ୍ଧାନ ହେବା ପୂର୍ବରୁ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିବା ଏହାର କ୍ୟାପ୍‌ଟେନ ଏୟାର ଟ୍ରାଫିକ୍‌ ଟାଓ୍ବାରକୁ ସୂଚନା ଦେଇଥିଲେ।
କରୋନା ସଂକ୍ରମଣ ଯୋଗୁ ପାକିସ୍ତାନ କିଛି ସପ୍ତାହ ହେଲା ଲକ୍‌ଡାଉନରେ ରହିଥିଲା। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗତ ଶନିବାର ଅଳ୍ପ କେତୋଟି ଘରୋଇ ରୁଟ୍‌ରେ ବିମାନ ଚଳାଇବାକୁ ଅନୁମତି ଦେଇଥିଲେ। ସେହି କ୍ରମରେ ଏ୩୨୦ ଏୟାରବସ୍‌ ଲାହୋରରୁ ୯୯ ଯାତ୍ରୀଙ୍କୁ ଧରି କରାଚୀ ଅଭିମୁଖେ ଯାତ୍ରା କରିଥିଲା। ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଯୋଗୁ ଏହା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟବର୍ତ୍ତୀ ମାଲିର ମଡେଲ କଲୋନି ଅଞ୍ଚଳରେ ଖସିପଡ଼ି ଜଳିଯାଇଥିଲା। ଦୁର୍ଘଟଣା ଯୋଗୁ ସେଠାରେ ଅନେକ ଘର ଓ କାର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପୋଲିସ, ପାକିସ୍ତାନୀ ସେନା ଓ ବାୟୁସେନା ଟିମ୍‌ ନିୟୋଜିତ ହୋଇଛନ୍ତି।
ବିମାନଟି ଖସିବା ପୂର୍ବରୁ ଏହାର ଡେଣାରେ ନିଆଁ ଲାଗିଯାଇଥିଲା। ଏହା କେତେକ ବିଲ୍ଡିଂର ଛାତରେ ମାଡ଼ହେବା ପରେ ତଳେ ପଡ଼ିଥିଲା ବୋଲି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ୪୫ ମୃତଦେହ ଉଦ୍ଧାର କରାଯାଇଥିବା ସିନ୍ଧ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଅଜ୍‌ରା ପେଚୁହୋ କହିଛନ୍ତି। ମୃତଦେହକୁ ଜିନ୍ନା ହସ୍ପିଟାଲ ଓ ସିଭିଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ୨୫ରୁ ୩୦ ଜଣ ସ୍ଥାନୀୟ ଲୋକ ଦୁର୍ଘଟଣାରେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକ୍‌ ସେନାର ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ବାହିନୀ ସମେତ ସିନ୍ଧ୍‌ ପାକିସ୍ତାନ ରେଞ୍ଜରମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଆଇଏସ୍‌ପିଆର୍‌ ପକ୍ଷରୁ କୁହାଯାଇଛି। ବିମାନ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବାରୁ ରାଷ୍ଟ୍ରପତି ଅରିଫ ଆଲଭି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଦୁର୍ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଇମ୍ରାନ ନିର୍ଦ୍ଦେଶ ଦେଇଛନ୍ତି। ପାକ୍‌ ସେନାମୁଖ୍ୟ ଜେନେରାଲ କାମାର ଜାଭେଦ ବାଜଓ୍ବା ଶୋକବ୍ୟକ୍ତ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବା ଲାଗି ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri