ପାକିସ୍ତାନରେ ବିମାନ ଦୁର୍ଘଟଣା: ୯୭ ମୃତ

କରାଚୀ,୨୩ା୫(ପି.ଟି.): ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଅପରାହ୍ଣରେ କରାଚୀସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଞ୍ଚଳରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିମାନରେ ୯୯ ଯାତ୍ରୀଙ୍କ ସମେତ ୧୦୭ ଜଣ ଥିଲେ। ଲାହୋରରୁ ଛାଡ଼ିଥିବା ପିକେ-୮୩୦୩ ନାମକ ଏହି ବିମାନ ଆଉ ମାତ୍ର ୧ ମିନିଟ ପରେ ଜିନ୍ନା ବିମାନବନ୍ଦରରେ ଅବତରଣ କରିଥାଆନ୍ତା। ବିମାନଟି ରାଡାର ପରଦାରୁ ଅନ୍ତର୍ଦ୍ଧାନ ହେବା ପୂର୍ବରୁ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିବା ଏହାର କ୍ୟାପ୍‌ଟେନ ଏୟାର ଟ୍ରାଫିକ୍‌ ଟାଓ୍ବାରକୁ ସୂଚନା ଦେଇଥିଲେ।
କରୋନା ସଂକ୍ରମଣ ଯୋଗୁ ପାକିସ୍ତାନ କିଛି ସପ୍ତାହ ହେଲା ଲକ୍‌ଡାଉନରେ ରହିଥିଲା। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗତ ଶନିବାର ଅଳ୍ପ କେତୋଟି ଘରୋଇ ରୁଟ୍‌ରେ ବିମାନ ଚଳାଇବାକୁ ଅନୁମତି ଦେଇଥିଲେ। ସେହି କ୍ରମରେ ଏ୩୨୦ ଏୟାରବସ୍‌ ଲାହୋରରୁ ୯୯ ଯାତ୍ରୀଙ୍କୁ ଧରି କରାଚୀ ଅଭିମୁଖେ ଯାତ୍ରା କରିଥିଲା। ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଯୋଗୁ ଏହା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟବର୍ତ୍ତୀ ମାଲିର ମଡେଲ କଲୋନି ଅଞ୍ଚଳରେ ଖସିପଡ଼ି ଜଳିଯାଇଥିଲା। ଦୁର୍ଘଟଣା ଯୋଗୁ ସେଠାରେ ଅନେକ ଘର ଓ କାର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପୋଲିସ, ପାକିସ୍ତାନୀ ସେନା ଓ ବାୟୁସେନା ଟିମ୍‌ ନିୟୋଜିତ ହୋଇଛନ୍ତି।
ବିମାନଟି ଖସିବା ପୂର୍ବରୁ ଏହାର ଡେଣାରେ ନିଆଁ ଲାଗିଯାଇଥିଲା। ଏହା କେତେକ ବିଲ୍ଡିଂର ଛାତରେ ମାଡ଼ହେବା ପରେ ତଳେ ପଡ଼ିଥିଲା ବୋଲି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ୪୫ ମୃତଦେହ ଉଦ୍ଧାର କରାଯାଇଥିବା ସିନ୍ଧ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଅଜ୍‌ରା ପେଚୁହୋ କହିଛନ୍ତି। ମୃତଦେହକୁ ଜିନ୍ନା ହସ୍ପିଟାଲ ଓ ସିଭିଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ୨୫ରୁ ୩୦ ଜଣ ସ୍ଥାନୀୟ ଲୋକ ଦୁର୍ଘଟଣାରେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକ୍‌ ସେନାର ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ବାହିନୀ ସମେତ ସିନ୍ଧ୍‌ ପାକିସ୍ତାନ ରେଞ୍ଜରମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଆଇଏସ୍‌ପିଆର୍‌ ପକ୍ଷରୁ କୁହାଯାଇଛି। ବିମାନ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବାରୁ ରାଷ୍ଟ୍ରପତି ଅରିଫ ଆଲଭି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଦୁର୍ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଇମ୍ରାନ ନିର୍ଦ୍ଦେଶ ଦେଇଛନ୍ତି। ପାକ୍‌ ସେନାମୁଖ୍ୟ ଜେନେରାଲ କାମାର ଜାଭେଦ ବାଜଓ୍ବା ଶୋକବ୍ୟକ୍ତ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବା ଲାଗି ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ଇସାଲାମାବାଦ୍‌,୧୧।୯: ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳ, ପରିବା,...

ଆର୍ଜେଣ୍ଟିନାର କାର୍ଡେବାରୁ ୫୧୭ କିଲୋମିଟର ଉତ୍ତରରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୫

କାର୍ଡେବା,୨୧ ।୧: ଆର୍ଜେଣ୍ଟିନାର କାର୍ଡେବାରୁ ୫୧୭ କିଲୋମିଟର ଉତ୍ତରରେ ଶନିବାର ଭୋର ୩ଟା ୩୯ରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ...

ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ...

ଚାଇନାରେ ମୃତ୍ୟୁସଂଖ୍ୟା ୪୧

ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ...

ମହାକାଶରେ ୨୭୬ ଦିନ ରହିବା ପରେ ପୃଥିବୀକୁ ଫେରିଲା ଚାଇନାର ରହସ୍ୟମୟ ଯାନ…

ବେଜିଂ,୯।୫ : ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ...

ଜନଗହଳି ସମ୍ପର୍କରେ ସୂଚନା ଦେବ ଆପ୍‌: ଓଡ଼ିଆ ଉଦ୍ୟୋଗୀଙ୍କ କୃତିତ୍ୱ

ଲଣ୍ଡନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ କେଉଁ ସ୍ଥାନରେ ଜନଗହଳି...

କୈଳାସ ସତ୍ୟାର୍ଥୀ ଏସ୍‌ଡିଜି ଆଡଭୋକେଟ

ଜାତିସଂଘ, ୧୮।୯(ପି.ଟି.): ଜାତିସଂଘର ୭୬ତମ ସାଧାରଣ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର...

ଜେଲରେ ଜୁମା, ପ୍ରତିବାଦରେ ଅରାଜକତା

ଜୋହାନ୍ସବର୍ଗ/ଡର୍ବାନ,୧୪ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକୋବ ଜୁମା ଦୁର୍ନୀତି ମାମଲାରେ ଜେଲ୍‌ ଯିବା ପରେ ଦେଶର ବିଭିନ୍ନ ଭାଗରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ...

Advertisement
Archives

Model This Week