ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦ ନିୟୁତ ଡଲାର ହ୍ରାସ କରିଛି। ପାକିସ୍ତାନ ବର୍ଦ୍ଧିତ ସହଭାଗିତା ରାଜିନାମା (ପିଇପିଏ),୨୦୧୦ ଅନୁଯାୟୀ ଆମେରିକା ଇସ୍‌ଲାମାବାଦ୍‌କୁ ଏହି ସହାୟତା ଯୋଗାଇଆସୁଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଓ୍ବାଶିଂଟନ ଗସ୍ତର ତିନି ସପ୍ତାହ ପୂର୍ବରୁ ଆମେରିକା ସହାୟତା ହ୍ରାସ ସମ୍ପର୍କରେ ଜଣାଇଦେଇଥିଲା। ପୂର୍ବରୁ ଏହି ସହାୟତା ପରିମାଣ ୪.୫ ବିଲିୟନ ଡଲାର ଥିଲା। ୪୪୦ ନିୟୁତ ଡଲାର କମାଇବା ଫଳରେ ତାହା ୪.୧ ବିଲିୟନ ଡଲାରକୁ ହ୍ରାସ ପାଇଛି। ଇସ୍‌ଲାମାବାଦ ଆତଙ୍କବାଦ ଦମନ କ୍ଷେତ୍ରରେ ବିଫଳ ହୋଇଥିବାରୁ ଆମେରିକା ଦେବାକୁ ଥିବା ୩୩୦ ନିୟୁତ ଡଲାର ପ୍ରତିରକ୍ଷା ସହାୟତାକୁ ଗତବର୍ଷ ସେପ୍ଟେମ୍ବରରେ ବାତିଲ କରିଦେଇଥିଲା। ହକାନି ଆତଙ୍କବାଦୀ ନେଟଓ୍ବର୍କକୁ ଦମନ କରିବାରେ ବିଫଳ ପାକିସ୍ତାନକୁ ଗତବର୍ଷ ଜାନୁୟାରୀରେ ପେଣ୍ଟାଗନ ୧ ବିଲିୟନ ଡଲାର ଆର୍ଥତ୍କ ସହାୟତା ହ୍ରାସ କରିଥିଲା। ଆତଙ୍କବାଦ ପ୍ରତି ଇସ୍‌ଲାମାବାଦର କୋହଳ ମନୋଭାବ ଯୋଗୁ ୧.୩ ବିଲିୟନ ଡଲାର ସହାୟତା ବାତିଲ କରାଯାଇଥିବା ଗତ ମାସରେ ଇମ୍ରାନ ଖାନ୍‌ଙ୍କ ସହ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ତାଇୱାନ ଯୁଦ୍ଧରେ ଆମେରିକା ସହ ଯୋଗଦେବା ପାଇଁ କୌଣସି ପ୍ରତିବଦ୍ଧତା ନାହିଁ : ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ…

ମେଲବୋର୍ନ,୧୯।୩ : ତାଇୱାନର ପରିସ୍ଥିତି ବିଷୟରେ ଆଲୋଚନା କରୁଥିବାବେଳେ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ରିଚାର୍ଡ ମାର୍ଲେସ କହିଛନ୍ତି ଯେ ଅକସ ଆଲୋଚନାରେ ଅଷ୍ଟ୍ରେଲିଆ ଆମେରିକାକୁ କୌଣସି ପ୍ରତିଶ୍ରୁତି...

ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆଣ୍ଟୋନି ଫୌସି କରୋନା ପିଜିଟିଭ

ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ...

ଇମ୍ରାନଙ୍କ ତାଲିବାନ ପ୍ରେମ

ଇସଲାମାବାଦ,୧୭ ।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ)ର ବୈଠକରେ ବି ତାଲିବାନ ସପକ୍ଷରେ କହିଛନ୍ତି । ସେ କହିଛନ୍ତି ସାରା...

ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ

ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ...

ମଝି ଆକାଶରେ ଯାତ୍ରୀବାହୀ ବିମାନର ଭାଙ୍ଗିଲା ଡେଣା

ମସ୍କୋ,୧୫।୮: ରୁଷିଆରେ ଏକ ଯାତ୍ରୀବାହୀ ବିମାନର ଡେଣା ମଝି ଆକାଶରେ ଭାଙ୍ଗିଯିବାରୁ ଏହାର ଜରୁରୀ ଅବତରଣ କରାଯାଇଛି। ବିମାନରେ ୨୨୬ ଯାତ୍ରୀ ଥିବା କୁହାଯାଉଛି। ସେମାନଙ୍କ...

ଭାରତକୁ ତାଲିବାନ କହିଲା ‘ତୁମ କାମ ଶେଷ କର’

ନୂଆଦିଲ୍ଲୀ,୧୮।୮ : ଯଦି ଇଚ୍ଛା ଅଛି, ତେବେ ଆଫଗାନିସ୍ତାନରେ ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ ଜାରି ରଖ। ଭାରତକୁ ଏଭଳି କହିଛନ୍ତି ତାଲିବାନ ପ୍ରବକ୍ତା ସୁହେଲ ଶାହିନ।...

ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫...

Advertisement
Archives

Model This Week