ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ସରକାରଙ୍କ ଆନ୍ତରିକତା ନାହିଁ:  ସମିତି ଗଠନକରି ସମସ୍ୟା ସମାଧାନ କରିବାକୁ ଦାବି

ଭୁବନେଶ୍ୱର,୧।୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଏବଂ ହାଇକୋର୍ଟରେ ଚାଲିଥିବା ଓକିଲମାନଙ୍କ ଧର୍ମଘଟକୁ ନେଇ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି। ଦୀର୍ଘ ୮ ମାସ ହେବ ପଶ୍ଚିମ ଓଡ଼ିଶାର ଏସ୍‌ଡିଜେମ୍‌ କୋର୍ଟରୁ ଆରମ୍ଭକରି ଜିଲା କୋର୍ଟ ପର୍ଯ୍ୟନ୍ତ ସବୁଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ସରକାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଶୂନ୍ୟକାଳରେ ଦାବି ଉଠାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟରେ ଆଇନର ଶାସନ ନାହିଁ। ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନାହିଁ। ରାଜ୍ୟରେ ଅରାଜକତା ବ୍ୟାପିଲାଣି। ବର୍ଷ ବର୍ଷ ଧରି ମକଦ୍ଦମା ତଳକୋର୍ଟରୁ ଆରମ୍ଭକରି ହାଇକୋର୍ଟ ଯାଏ ପଡ଼ିରହିଛି। ପିଢ଼ି ପରେ ପିଢ଼ି ମାମଲା ଗଡ଼ି ଚାଲିଛି। ଓକିଲମାନେ ଷ୍ଟ୍ରାଇକ୍‌ କରୁଛନ୍ତି। ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ଦିଅନ୍ତୁ ଏବଂ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ପଦକ୍ଷେପ ନିଅନ୍ତୁ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କର କୌଣସି ଆପତ୍ତି ନାହିଁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କହୁଛନ୍ତି ଯେ, ରାଜ୍ୟ ସରକାର ଆଇନ ଅନୁଯାୟୀ କେନ୍ଦ୍ରକୁ ଚିଠି ଲେଖୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓ ଯଶବନ୍ତ ସିଂହଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର କାହିଁକି ଚିଠି ଲେଖୁନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ଲୋକ ଦେଖାଣିଆ ଭାବେ କେବଳ ଚିଠି ଲେଖି ସରକାର ବସିଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଉକ୍ତ ଅଧିବେଶନ କାଳରେ ଯେ କୌଣସି ଦିନ ଗୃହରେ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ନରସିଂହ ଉଠାଇଥିବା ପ୍ରସଙ୍ଗକୁ ସମର୍ଥନକରି କହିଥିଲେ ଯେ, ଦୀର୍ଘ ୮ ମାସ ହେଲା ତଳ କୋର୍ଟରୁ ଜିଲା କୋର୍ଟ ପର୍ଯ୍ୟନ୍ତ ବନ୍ଦ କରିଛି। ଲୋକେ ନ୍ୟାୟ ପାଇପାରୁ ନାହାନ୍ତି। ଶନିବାର ରାଜ୍ୟ ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି। ଆମେ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଦେଖା କରିଥିଲୁ। ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାରେ ଆମର କିଛି ଆପତ୍ତି ନାହିଁ । ତେବେ ଦକ୍ଷିଣ ଓଡ଼ିଶାର ଜୟପୁରଠାରେ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ ହାଇକୋର୍ଟ ବାର ଆସୋସିଶନ ପକ୍ଷରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୩ଟି କୋର୍ଟକୁ ବର୍ଜନ କରିଥିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, କଲେଜିୟମ୍‌ ଅନୁଯାୟୀ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉ। ଓକିଲଙ୍କ ମଧ୍ୟରୁ ବିଚାରପତି ନିଯୁକ୍ତି ହୁଅନ୍ତୁ। ମାତ୍ର ଓଡ଼ିଶାରେ ତାହାର ବ୍ୟତିକ୍ରମ ଦେଖାଦେଉଛି ବୋଲି ଓକିଲମାନେ ଦାବି କରୁଛନ୍ତି। ଏଥିଯୋଗୁ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ଆଇନମନ୍ତ୍ରୀ ଏଥିରେ ହସ୍ତକ୍ଷେକରି ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।
ବିଜେଡି ସଭ୍ୟ ଅନନ୍ତ ଦାସ ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଓକିଲମାନଙ୍କ କାର୍ଯ୍ୟ ବନ୍ଦ ଯୋଗୁ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି କହିଥିଲେ। ବିଚାରପତି ଓ ଓକିଲଙ୍କ କଳହ ଯୋଗୁ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ଆମେ ରାଜନୀତି କରୁଛୁ। ଆମକୁ ବିପଦ ଆସିବ ବୋଲି ନ୍ୟାୟାଳୟ ବିଷୟରେ ଆମେ କିଛି କହିପାରୁ ନାହୁିଁ। ଅଯଥାରେ ଅଚଳାବସ୍ଥା ସୃଷ୍ଟି କରାଯାଉଛି। ବରିଷ୍ଠ ଓକିଲ ନରସିଂହ ମିଶ୍ର କହିଥିଲେ ଯେ, ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନକରି ସମସ୍ୟାର ସମାଧାନ କରାଯାଉ। ନ୍ୟାୟାଳୟକୁ ଅଚଳ କରିବାର ଅଧିକାର କାହାରିକୁ ଦିଆଯାଇ ନାହିଁ ବୋଲି ସେ କହିଥିଲେ। ଏଥିସହିତ ବିଜେଡି ସଭ୍ୟ ଜଗନ୍ନାଥ ନାୟକ,  ଭାଜପା ସଭ୍ୟ ସୁଶାନ୍ତ ନାୟକ ଏବଂ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନ ସମ୍ପର୍କିତ ସମସ୍ୟା ଉଲ୍ଲେଖ କରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ୯ଟି ଜିଲାରେ ଚାଷୀମାନେ ଫସଲ ବୀମା ପାଇ ନ ଥିବା ବିଷୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ମରୁଡ଼ି ପରେ ଚାଷୀଙ୍କ ଅବସ୍ଥା ଭଲ ନାହିଁ। ସେମାନଙ୍କୁ ସହାୟତା ଦେବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଛି। ମାତ୍ର ଏହାର ସୁଫଳ ଚାଷୀମାନେ ପାଇପାରି ନାହାନ୍ତି। ତୁରନ୍ତ ବୀମା କମ୍ପାନୀକୁ ଡକାଇ ଏହାର ସମାଧାନ କରନ୍ତୁ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ...

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ମାଓବାଦୀ ମୃତ

ମାଲକାନଗିରି,୧୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ ଓ ତେଲେଙ୍ଗାନାର ୨ଟି ପୃଥକ ସ୍ଥାନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା...

ପୁରୀରେ ୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଅଫିସ, ୧୬ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ...

ଆରମ୍ଭ ହେଲା ‘ପୁରୀ ପଢ଼େ, ପୁରୀ ବଢ଼େ’ କାର୍ଯ୍ୟକ୍ରମ ବହି ହେଉଛି ବନ୍ଧୁ: ଚିତ୍ରା ଅରୁମୁଗମ୍‌

ପୁରୀ ଅଫିସ, ୮ା୧୨: ଆଗକୁ ଯିବାର ଏକମାତ୍ର ରାସ୍ତା ହେଉଛି ଶିକ୍ଷା। ଯାହା ପାଖରେ ଶିକ୍ଷା ଅଛି ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ସ୍କୁଲ...

ଅଧାରେ ଅଟକିଛି ପାଇପ୍‌ ବିଛା କାର୍ଯ୍ୟ -୨ ବିଭାଗର ସମନ୍ବୟ ଅଭାବ ଯୋଗୁ ହୋଇପାରୁନି କାର୍ଯ୍ୟ

ନାଉଗଁ। ,୮ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ...

ଗେମ୍‌ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସାଙ୍ଗକୁ ହତ୍ୟା

କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଫ୍ରି ଫାୟାର ଖେଳକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା...

ଭାଜପା କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଛେଣ୍ଡିପଦା,୧୬ା୪(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପ୍ରଧାନସାହି ତ୍ରିନାଥ ମଣ୍ଡପରେ ଶୋଇଥିବା ଭାଜପା କର୍ମୀ...

ବିରୋଧୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। ଗୃହ ମଧ୍ୟରେ ଯେକୌଣସି ପ୍ରସଙ୍ଗରେ...

Advertisement
Archives

Model This Week