Posted inଜାତୀୟ

ପଶ୍ଚିମବଙ୍ଗରେ ପ୍ରଚାର ଶେଷ:ବଳ କଷିଲେ ମୋଦି, ଦିଦି

କୋଲ୍‌କାତା/ମଉ,୧୭।୫:ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୯ ଆସନ ଲାଗି ଭୋଟଗ୍ରହଣ କରାଯିବ। ଏଥିସକାଶେ ଗୁରୁବାର ରାତି ୧୦ଟାରେ ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପ ପ୍ରତ୍ୟାରୋପରେ ପରସ୍ପରକୁ ପୋତି ଦେଇଛନ୍ତି। ମୋଦି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଇଥିବାବେଳେ ମମତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁ ଭାଜପା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିପାରିଲା ନାହିଁ ତା’ର ଟଙ୍କା ଆମକୁ ଦରକାର ନାହିଁ ବୋଲି ମମତା ଜବାବ ଦେଇଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିର ତାପମାତ୍ରା ବଢ଼ିଯାଇଛି।
ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଦମ୍‌ ଦମ୍‌, ବରସାତ୍‌, ବସିରହାଟ, ଜୟନଗର, ମଥୁରାପୁର, ଡାଇମଣ୍ଡ ହାର୍‌ବର, ଯାଦବପୁର, କୋଲକାତା (ଦକ୍ଷିଣ) ଓ କୋଲକାତା (ଉତ୍ତର) ଆସନରେ ଭୋଟଗ୍ରହଣ କରାଯିବ। ବିବାଦର ସୂତ୍ରପାତ ହୋଇଥିଲା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ କୋଲକାତା ରୋଡ୍‌ ଶୋ’ରୁ। ଶାହଙ୍କ ରୋଡ୍‌ ଶୋ ବେଳେ ଭାଜପା ଏବଂ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ହିଂସାକାଣ୍ଡ ଯୋଗୁ ନିର୍ବାଚନ କମିଶନ (ଇସି) ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ପ୍ରଚାର ଉପରେ କଟକଣା ଜାରି କରିଥିଲେ। ଗୁରୁବାର ପ୍ରଚାରର ଶେଷ ଦିନରେ ଉଭୟ ଦଳ ମଧ୍ୟରେ ବଳ କଷାକଷି ହୋଇଛି। ଉଭୟ ଟିଏମ୍‌ସି ଏବଂ ଭାଜପା ନେତାମାନେ ଭୋଟରଙ୍କ ମନାଇବା ଲାଗି ପୂରା ଦମ୍‌ ଲଗାଇଦେଇଛନ୍ତି। ଉତ୍ତରପ୍ରଦେଶସ୍ଥିତ ମଉର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଞ୍ଚଧାତୁରେ ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂତ୍ତି ଗଢ଼ାଯିବ। ପ୍ରତିମୂର୍ତ୍ତି ଭଙ୍ଗାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି, ଭାଜପା ଟଙ୍କା ଆମର ଦରକାର ନାହିଁ ।
ପ୍ରତିମୂର୍ତ୍ତି ନିର୍ମାଣ ଲାଗି ପଶ୍ଚିମବଙ୍ଗ ପାଖରେ ପ୍ରଚୁର ଅର୍ଥ ଅଛି। ପ୍ରତିମୂର୍ତ୍ତି ଭାଙ୍ଗିବା ଭାଜପାର ଅଭ୍ୟାସ। ପୂର୍ବରୁ ତ୍ରିପୁରାରେ ଏଭଳି ଘଟଣା ଘଟିଥିଲା। ଭାଜପା ସୋସିଆଲ ମିଡିଆରେ ମିଛ ଓ ମନଗଢ଼ା କାହାଣୀ ଛାପି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। କୋଲ୍‌କାତା ହିଂସା ୧୯୯୨ରେ ହୋଇଥିବା ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ବେଳର ହିଂସାଠୁ ବଳିଗଲା। ରାମ ଜନ୍ମଭୂମିରେ ରାମମନ୍ଦିର ନିର୍ମାଣ କରିପାରି ନ ଥିବା ଭାଜପା ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି କ’ଣ କରିବ ବୋଲି ମମତା ମୋଦିଙ୍କୁ ତାଚ୍ଛଲ୍ୟ କରିିଛନ୍ତି। ଶାହଙ୍କୁ ଜଣେ ଗୁଣ୍ଡା ନେତାଭାବେ ସେ ଅବିହିତ କରି ତାଙ୍କ ନେତୃତ୍ୱରେ ଭାଜପା କର୍ମୀ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ସମାଲୋଚନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ମମତା ଯାଦବପୁରର ସୁକାନ୍ତ ସେତୁରୁ ତରତଲା ପର୍ଯ୍ୟନ୍ତ ସାଢ଼େ ୮ କି.ମି. ପଦଯାତ୍ରା କରିଛନ୍ତି। ପ୍ରଚାର ସମୟ କମାଯିବାକୁ ନେଇ ମମତା ନିର୍ବାଚନ କମିଶନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୋଦି ଓ ଶାହଙ୍କ ଚାପର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଂଗ୍ରେସ, ଏଏପି, ଟିଡିପି, ବିଏସ୍‌ପି, ଡିଏମ୍‌କେ ଭଳି ବିଭିନ୍ନ ରାଜନୈତିକ ଦଳ ଏଥିଲାଗି ଇସିଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।
ଦମ୍‌ ଦମ୍‌ରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି, ମମତା ଆଜି ଇସି ଏବଂ କେନ୍ଦ୍ରୀୟ ବଳକୁ ଦୁର୍ବ୍ୟବହାର କରୁଛନ୍ତି। କିନ୍ତୁ ବାମପନ୍ଥୀଙ୍କ ଶାସନ ଅମଳରେ ଏପରି ଏକ ସମୟ ଥିଲା, ଯେତେବେଳେ ସେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ଦାବି କରୁଥିଲେ। ଇସି ଏବଂ କେନ୍ଦ୍ରୀୟ ବଳ ମୁକ୍ତ ତଥା ନିରପେକ୍ଷ ନିର୍ବାଚନ କରାଇ ନ ଥିଲେ ମମତା ମୁଖ୍ୟମନ୍ତ୍ରୀ ହୋଇପାରି ନ ଥାନ୍ତେ। ମମତା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି। ସ୍ବପ୍ନ ଦେଖିବାକୁ ମନାନାହିଁ। କିନ୍ତୁ ସେ ସଶସ୍ତ୍ର ବଳର ମନୋବଳ ଦୁର୍ବଳ ହେବା ଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ମୋଦି ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri