Posted inଜାତୀୟ

ପଶ୍ଚିମବଙ୍ଗରେ ପ୍ରଚାର ଶେଷ:ବଳ କଷିଲେ ମୋଦି, ଦିଦି

କୋଲ୍‌କାତା/ମଉ,୧୭।୫:ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୯ ଆସନ ଲାଗି ଭୋଟଗ୍ରହଣ କରାଯିବ। ଏଥିସକାଶେ ଗୁରୁବାର ରାତି ୧୦ଟାରେ ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପ ପ୍ରତ୍ୟାରୋପରେ ପରସ୍ପରକୁ ପୋତି ଦେଇଛନ୍ତି। ମୋଦି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଇଥିବାବେଳେ ମମତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁ ଭାଜପା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିପାରିଲା ନାହିଁ ତା’ର ଟଙ୍କା ଆମକୁ ଦରକାର ନାହିଁ ବୋଲି ମମତା ଜବାବ ଦେଇଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିର ତାପମାତ୍ରା ବଢ଼ିଯାଇଛି।
ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଦମ୍‌ ଦମ୍‌, ବରସାତ୍‌, ବସିରହାଟ, ଜୟନଗର, ମଥୁରାପୁର, ଡାଇମଣ୍ଡ ହାର୍‌ବର, ଯାଦବପୁର, କୋଲକାତା (ଦକ୍ଷିଣ) ଓ କୋଲକାତା (ଉତ୍ତର) ଆସନରେ ଭୋଟଗ୍ରହଣ କରାଯିବ। ବିବାଦର ସୂତ୍ରପାତ ହୋଇଥିଲା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ କୋଲକାତା ରୋଡ୍‌ ଶୋ’ରୁ। ଶାହଙ୍କ ରୋଡ୍‌ ଶୋ ବେଳେ ଭାଜପା ଏବଂ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ହିଂସାକାଣ୍ଡ ଯୋଗୁ ନିର୍ବାଚନ କମିଶନ (ଇସି) ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ପ୍ରଚାର ଉପରେ କଟକଣା ଜାରି କରିଥିଲେ। ଗୁରୁବାର ପ୍ରଚାରର ଶେଷ ଦିନରେ ଉଭୟ ଦଳ ମଧ୍ୟରେ ବଳ କଷାକଷି ହୋଇଛି। ଉଭୟ ଟିଏମ୍‌ସି ଏବଂ ଭାଜପା ନେତାମାନେ ଭୋଟରଙ୍କ ମନାଇବା ଲାଗି ପୂରା ଦମ୍‌ ଲଗାଇଦେଇଛନ୍ତି। ଉତ୍ତରପ୍ରଦେଶସ୍ଥିତ ମଉର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଞ୍ଚଧାତୁରେ ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂତ୍ତି ଗଢ଼ାଯିବ। ପ୍ରତିମୂର୍ତ୍ତି ଭଙ୍ଗାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି, ଭାଜପା ଟଙ୍କା ଆମର ଦରକାର ନାହିଁ ।
ପ୍ରତିମୂର୍ତ୍ତି ନିର୍ମାଣ ଲାଗି ପଶ୍ଚିମବଙ୍ଗ ପାଖରେ ପ୍ରଚୁର ଅର୍ଥ ଅଛି। ପ୍ରତିମୂର୍ତ୍ତି ଭାଙ୍ଗିବା ଭାଜପାର ଅଭ୍ୟାସ। ପୂର୍ବରୁ ତ୍ରିପୁରାରେ ଏଭଳି ଘଟଣା ଘଟିଥିଲା। ଭାଜପା ସୋସିଆଲ ମିଡିଆରେ ମିଛ ଓ ମନଗଢ଼ା କାହାଣୀ ଛାପି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। କୋଲ୍‌କାତା ହିଂସା ୧୯୯୨ରେ ହୋଇଥିବା ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ବେଳର ହିଂସାଠୁ ବଳିଗଲା। ରାମ ଜନ୍ମଭୂମିରେ ରାମମନ୍ଦିର ନିର୍ମାଣ କରିପାରି ନ ଥିବା ଭାଜପା ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି କ’ଣ କରିବ ବୋଲି ମମତା ମୋଦିଙ୍କୁ ତାଚ୍ଛଲ୍ୟ କରିିଛନ୍ତି। ଶାହଙ୍କୁ ଜଣେ ଗୁଣ୍ଡା ନେତାଭାବେ ସେ ଅବିହିତ କରି ତାଙ୍କ ନେତୃତ୍ୱରେ ଭାଜପା କର୍ମୀ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ସମାଲୋଚନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ମମତା ଯାଦବପୁରର ସୁକାନ୍ତ ସେତୁରୁ ତରତଲା ପର୍ଯ୍ୟନ୍ତ ସାଢ଼େ ୮ କି.ମି. ପଦଯାତ୍ରା କରିଛନ୍ତି। ପ୍ରଚାର ସମୟ କମାଯିବାକୁ ନେଇ ମମତା ନିର୍ବାଚନ କମିଶନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୋଦି ଓ ଶାହଙ୍କ ଚାପର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଂଗ୍ରେସ, ଏଏପି, ଟିଡିପି, ବିଏସ୍‌ପି, ଡିଏମ୍‌କେ ଭଳି ବିଭିନ୍ନ ରାଜନୈତିକ ଦଳ ଏଥିଲାଗି ଇସିଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।
ଦମ୍‌ ଦମ୍‌ରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି, ମମତା ଆଜି ଇସି ଏବଂ କେନ୍ଦ୍ରୀୟ ବଳକୁ ଦୁର୍ବ୍ୟବହାର କରୁଛନ୍ତି। କିନ୍ତୁ ବାମପନ୍ଥୀଙ୍କ ଶାସନ ଅମଳରେ ଏପରି ଏକ ସମୟ ଥିଲା, ଯେତେବେଳେ ସେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ଦାବି କରୁଥିଲେ। ଇସି ଏବଂ କେନ୍ଦ୍ରୀୟ ବଳ ମୁକ୍ତ ତଥା ନିରପେକ୍ଷ ନିର୍ବାଚନ କରାଇ ନ ଥିଲେ ମମତା ମୁଖ୍ୟମନ୍ତ୍ରୀ ହୋଇପାରି ନ ଥାନ୍ତେ। ମମତା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି। ସ୍ବପ୍ନ ଦେଖିବାକୁ ମନାନାହିଁ। କିନ୍ତୁ ସେ ସଶସ୍ତ୍ର ବଳର ମନୋବଳ ଦୁର୍ବଳ ହେବା ଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ମୋଦି ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri