ପର୍ଯ୍ୟଟକଙ୍କୁ ଭରପୂର ମନୋରଞ୍ଜନ ଦେବ ପୁରୀ ବେଳାଭୂମି: ବ୍ଲୁ ଫ୍ଲାଗ ପରେ ଏବେ ନୀଳାଦ୍ରି ବିଚ୍‌

ପୁରୀ ଅଫିସ, ୧୭।୧୧: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ପରେ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ପୁରୀ ବେଳାଭୂମି। ତେଣୁ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଦେବା ପାଇଁ ତିଆରି ଚାଲିଛି ବ୍ଲୁ ଫ୍ଲାଗ ବିଚ୍‌। ରାଜଭବନ ପଛରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୦୦ ମିଟର ଅଞ୍ଚଳରେ ଏହି କାମ ଦ୍ରୁତଗତିରେ ଚାଲିଛି। ନୂଆବର୍ଷକୁ ବ୍ଲୁ ଫ୍ଲାଗ ବିଚ୍‌ ପର୍ଯ୍ୟଟକଙ୍କୁ ଭେଟି ଦେବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଥିବାବେଳେ ପର୍ଯ୍ୟଟକଙ୍କ ଭରପୂର ମନୋରଞ୍ଜନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୀଳାଦ୍ରି ବିଚ୍‌ ନାମରେ ୫୦୦ ମିଟର ଅଞ୍ଚଳରେ ନାଚ, ଗୀତଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଆଦିର ଆୟୋଜନ କରାଯିବା ପାଇଁ ପ୍ରଶାସନ ଯୋଜନା କରିଛି।

ବାତ୍ୟା ଫନୀରେ ଦୋହଲି ଯାଇଥିବା ପୁରୀ ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ସଜାଡ଼ିି ହୋଇଗଲାଣି। ପୂର୍ବାପେକ୍ଷା ପର୍ଯ୍ୟଟକଙ୍କୁ ଅଧିକ ସେବା, ସୁବିଧା ଦେବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ବିଶେଷକରି ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକମାନେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପାଇପାରିବେ। ଏହି ବ୍ଲୁ ଫ୍ଲାଗ ବିଚ୍‌କୁ ଲାଗି ଅର୍ଥାତ୍‌ ମେ ଫେୟାର ହୋଟେଲଠାରୁ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ୫୦୦ ମିଟର ଅଞ୍ଚଳକୁ ନୀଳାଦ୍ରି ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡ଼ା, ଚଳଚ୍ଚିତ୍ର, ଖାଦ୍ୟ ଷ୍ଟଲର ମଜ୍ଜା ନେଇପାରିବେ ପର୍ଯ୍ୟଟକ। ଏହି ସାଂସ୍କୃତିକ ମେଳା ପ୍ରାଥମିକ ପର୍ଯ୍ୟାୟରେ ୩ ମାସ (ଡିସେମ୍ବରରୁ ଜାନୁୟାରୀ) ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ଏହାକୁ ବୃଦ୍ଧି କରାଯିବ। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି ୫୦୦ ମିଟର ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ବସିବା ସ୍ଥାନ, ଶୌଚାଳୟ, ପରିଶ୍ରାଗାର, ମୁକ୍ତାକାଶ ବ୍ୟାୟାମଶାଳା, ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସ୍ତୁତ କରାଯିବ। ନୀଳାଦ୍ରି ବିଚ୍‌ ପ୍ରକଳ୍ପ ଖର୍ଚ୍ଚ ହୃଦୟ ଯୋଜନା ପାଣ୍ଠିରୁ ଭରଣା କରାଯିବ। ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏଥିଲାଗି ଦାୟିତ୍ୱ ଦିଆଯାଇଛି। ସେହିପରି ସପ୍ତାହାନ୍ତ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟ, ଗୀତ ସାଙ୍ଗକୁ ଭଲିବଲ, ଫୁଟବଲ ସହିତ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା ରହିବ। ମନୋରଞ୍ଜନ ଜୋନ ମଧ୍ୟରେ ବ୍ୟଙ୍ଗ ଅଭିନୟ, ଫିଲ୍ମ ଫେଷ୍ଟିଭାଲର ମଧ୍ୟ ସୁବିଧା ଉପଲବ୍ଧ ହେବ। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏଭଳି ପରିକଳ୍ପନା କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ...

ଓଡ଼ିଶା ଫେରିଲେ ଜଗା-କାଳିଆ

କଟକ ଅଫିସ,୭।୯: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡିଶା...

ଭଙ୍ଗାଯାଉନି ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍‌ସେଲ୍‌ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍‌ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ...

ଥୋମାସ କପ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଥୋମାସ କପ୍‌ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଥୋମାସ କପ୍‌ ଜିତିଥିବା ଭାରତୀୟ...

ନୂଆ ବର୍ଷରେ ନୂଆ ସୁବିଧା: ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ଡିଏଲ ଆବେଦନ ସମୟସୀମା ବଢ଼ିଲା

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର। ଡିଏଲ ଆବେଦନ ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ସମୟ ସୀମା ବଢ଼ିଛି। ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏ...

ଆଇଏଲ୍‌ଏସ୍‌ରେ ମେରାଇନ୍‌ ବାୟୋଟେକ୍ନୋଲୋଜି କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର, ୧୮।୨(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌)ରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ମେରାଇନ୍‌ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଦେହରେ କିରୋସିନି ଢାଳି କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୨୬ା୬(ଡି.ଏନ୍‌.ଏ.): ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି।...

୩ରେ ଗଣପର୍ବ ନୂଆଁଖାଇ: ଧାର୍ଯ୍ୟ ହେଲା ଲଗ୍ନ, ଇଷ୍ଟଦେବୀ ସମଲେଇଙ୍କୁ ଲଗ୍ନପତ୍ର ଅର୍ପଣ

ସମ୍ବଲପୁର, ୨୫।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀ...

Advertisement
Archives

Model This Week