ପର୍ତ୍ତୁଗୀଜ୍‌ ଫୁଟବଲ ସେସନ ଜୁନ୍‌ ୪ରୁ

ଲିସବନ,୧୩।୫(ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ପର୍ତ୍ତୁଗାଲର ଫୁଟବଲ୍‌ ସେସନ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁନା ୪ରୁ ପ୍ରିମିରା ଲିଗ୍‌ ଆରମ୍ଭ ହେବ ବୋଲି ଦେଶର ଫୁଟବଲ ଲିଗ୍‌ ଘୋଷଣା କରିଛି। ଷ୍ଟାଡିୟମର ପରୀକ୍ଷା ପୁଙ୍ଖାନୁପୁଙ୍ଖ ଭାବେ କରାଯିବ ଓ ପେସାଦାର ବ୍ୟକ୍ତିଙ୍କ ପରୀକ୍ଷା କଡ଼ାକଡି କରାଯିବ। ମେ ମାସ ଶେଷ ଆଡକୁ ଫୁଟବଲ ଖେଳ ପୁଣି ଆରମ୍ଭ ହେବ ବୋଲି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଘୋଷଣା କରିଛନ୍ତି।
ଗତ ମାର୍ଚ୍ଚ ୧୨ ତାରିଖରେ ଫୁଟବଲ ସେସନର ଅନ୍ତିମ ୧୦ ରାଉଣ୍ଡକୁ ସ୍ଥଗିତ ରଖିବାକୁ ପର୍ତ୍ତୁଗାଲ ସରକାର ନିଷ୍ପତ୍ତି ନେଇଥିଲା। କଡ଼ା ମେଡିକାଲ ପ୍ରେଟୋକଲକୁ ଦୃଷ୍ଟିରେ ରଖି ଫୁଟବଲକୁ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଗୋଟିଏ ସପ୍ତାହରେ ଖେଳାଳିମାନଙ୍କର କରୋନା ଭାଇରସ୍‌ ପରୀକ୍ଷା ଦୁଇଥର କରାଯିବ। ମ୍ୟାଚ୍‌ଗୁଡିକ ଅଳ୍ପ ସଂଖ୍ୟାକ ଷ୍ଟାଡିୟମରେ ଆୟୋଜନ ହେବ। ମିଡ୍‌ଫିଲ୍ଡର ଡେଭିଡ ତାଭାରେଜ୍‌ କୋଭିଡ-୧୯ ଟେଷ୍ଟରେ ପଜିଟିଭ ବୋଲି ବେନିଫିକା ଘୋଷଣା କରିବାର ଗୋଟିଏ ଦିନ ପରେ ଲିଗ୍‌ ଏପରି ଘୋଷଣା କରିଛି। ପ୍ରିମିରା ଲିଗାରେ ମୋଟ ପଜିଟିଭ୍‌ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହି ଲିଗ୍‌ରେ ପୋର୍ଟୋ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ପୋର୍ଟଠାରୁ ଗୋଟିଏ ପଏଣ୍ଟ କମ୍‌ ପାଇ ଗତ ସଂସ୍କରଣର ଚାମ୍ପିୟନ ବେନ୍‌ଫିକା ଦ୍ୱିତୀୟ ଓ ବ୍ରାଗା ତୃତୀୟ ଓ ସ୍ପୋର୍ଟିଂ ଲିସ୍‌ବନ୍‌ ଚତୁର୍ଥ ସ୍ଥାନରେ ରହିଛି। ପୋର୍ଟୋ ୬୦, ବେନ୍‌ପିକା ୫୯, ବ୍ରାଗା ୪୬ ଓ ସ୍କୋର୍ଟିଂ ଲିସବନ୍‌ ୪୨ ପଏଣ୍ଟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ବାଂଲାଦେଶ

ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍‌...

ଟିକା ଦେବାକୁ କହି ଗଣବଳାତ୍କାର

ପାଟନା, ୨୯।୪: କୋଭିଡ୍‌ ଟିକା ଦେବାକୁ କହି ପାଟନାର ଦୁଇଜଣ ଲୋକ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରକି ଓ ମଣ୍ଟୁଙ୍କୁ...

ଆଉ ମାସେ ବଢିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ...

ପାକିସ୍ତାନ ପେସରଙ୍କ ଖେଳିବା ଉପରେ ଲାଗିଲା କଟକଣା

ଇସ୍ଲାମାବାଦ୍‌,୪।୨: ପାକିସ୍ତାନ ପେସର ମହମ୍ମଦ ହାସନେନ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ବୋଲିଂ କରିବାରୁ ବାସନ୍ଦ ହୋଇଛନ୍ତି। ଲାହୋରସ୍ଥିତ ଆଇସିସି ଆକ୍ରେଡିଟେଡ୍‌ ଟେଷ୍ଟିଂ ସେଣ୍ଟରରେ ତାଙ୍କ...

ଜାନୁୟାରୀ ୧ ରୁ ପିଲାଙ୍କ ପାଇଁ କୋ-ଓ୍ବିନ୍‌ ପଞ୍ଜିକରଣ…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

କରୋନା ଟିକା ବଞ୍ଚାଇଛି ୨ କୋଟି ଲୋକଙ୍କ ଜୀବନ, ତାଲିକାରେ ୪୨ ଲକ୍ଷରୁ ଅଧିକ ଭାରତୀୟ …

ଓ୍ବାଶିଂଟନ, ୨୪।୬ : କରୋନା ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତ ଟିକା ଭାରତ ସହିତ ଅନ୍ୟାନ୍ୟ ଦେଶ ପାଇଁ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଛି।...

ଚାମ୍ପିୟନଙ୍କ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ

ଢାକା,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ବାଂଲାଦେଶ ଚାମ୍ପିୟନ ହୋଇଛି। ଯେକୌଣସି ସ୍ତରରେ ବାଂଲାଦେଶ ପାଇଁ ଏହା ପ୍ରଥମ...

ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ, ଅନ୍‌ଲାଇନ୍‌ କ୍ଲାସ୍‌ ଯୋଗୁ ମାନସିକ ସ୍ଥିତି ଉପରେ ପଡୁଛି ବିପରୀତ ପ୍ରଭାବ…

ନୂଆଦିଲ୍ଲୀ,୧୪।୮: ଅନ୍‌ଲାଇନ୍‌ କ୍ଲାସ୍‌ ଯୋଗୁ ଛାତ୍ରୀଛାତ୍ରଙ୍କ ମାନସିକ ସ୍ଥିତି ଉପରେ ବିପରୀତ ପ୍ରଭାବ ପଡୁଛି। ସୁପ୍ରିମ୍‌କୋଟଙ୍କ ଦ୍ୱାରସ୍ଥ ହୋଇ ଏଭଳି ଏକ ଆବେଦନ ଦିଲ୍ଲୀର ଜଣେ...

Advertisement
Archives

Model This Week