ପରେଡରେ ଅଣଛାତ୍ର ହାତେଇ ନେଲେ ଟ୍ରଫି

ବାଲେଶ୍ୱର ଅଫିସ, ୨୮।୧-ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ସରକାରୀ, ବେସରକାରୀ ଏମ୍‌ଇ ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟରୁ ୫୫ଟି ଦଳ ପରେଡ୍‌ରେ ଭାଗ ନେଇଥିଲେ। ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ଡିଆର୍‌ଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେଶନ) ପକ୍ଷରୁ ୧୧ଟି ପ୍ରଜ୍ଞାପନ ମେଢ଼ ସାମିଲ୍‌ କରାଯାଇଥିଲା। ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇଥିଲେ। ଭାଗ ନେଇଥିବା ପରେଡ ଟ୍ରୁପ୍‌ମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପରେଡ୍‌ ପ୍ରତିଯୋଗିତା ହୋଇଥିଲା। ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଭାଗ ନେଇପାରିବାର ସରକାରୀ ନିୟମ ଥିବା ବେଳେ କେତେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଦାୟିତ୍ୱରେ ଥିବା ଶିକ୍ଷକମାନେ ଅଣଛାତ୍ର ତଥା ପୂର୍ବତନ ଛାତ୍ରଙ୍କୁୁ ପରେଡ୍‌ରେ ସାମିଲ କରି ବାରମ୍ବାର ଟ୍ରଫି ହାତେଇବା ଘଟଣା ସାମ୍ନାକୁ ଆସିଛି।
ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌ ପରେଡ୍‌ ପ୍ରତିଯୋଗିତାରେ ପ୍ରଥମ ବିବେଚିତ ହୋଇଥିଲେ। ଉକ୍ତ ଦଳରେ ୭ଜଣ ପିଲା ପୂର୍ବତନ ଛାତ୍ର ଏବଂ ଅଣଛାତ୍ର ପରେଡରେ ସାମିଲ ହୋଇଥିଲେ। ସେମାନଙ୍କୁ ସୁଯୋଗ ଦେଇଥିଲେ ଏନ୍‌ସିସି ଦାୟିତ୍ୱରେ ଥିବା ଶିକ୍ଷକ ସୁଦର୍ଶନ ଜେନା। ଶିକ୍ଷକ ଜେନା ଦୀର୍ଘ ୫ବର୍ଷ ଧରି ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଦଳରେ ସାମିଲ କରି ପୁରସ୍କାର ହାତେଇବା ଜାରି ରଖିଛନ୍ତି। ଅଣଛାତ୍ରମାନେ ଜିଲାପାଳ, ଏସ୍‌ପି, ନିମନ୍ତ୍ରିତ ଅତିଥି ମନ୍ତ୍ରୀଙ୍କଠାରୁ ପୁରସ୍କାର ନେଉଥିବା ବେଳେ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀଛାତ୍ର ଏହି ସୁଯୋଗରୁ ବଞ୍ଚତ୍ତ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି। ନିଜର ନାମ ଗୋପନ ରଖି ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ସରକାରୀ ଆଇଟିଆଇ କଲେଜ, ଫକୀରମୋହନ କଲେଜରେ ପଢୁଥିବା ଛାତ୍ର ଯେଉଁମାନେ ପୋଲିସ ହାଇସ୍କୁଲର ପୁରାତନ ଛାତ୍ର ସେମାନଙ୍କୁ ବାରମ୍ବାର ଶିକ୍ଷକ ସୁଯୋଗ ଦେଉଛନ୍ତି। ସେମାନେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରି ବାଃ ବାଃ ନେଉଥିବାବେଳେ ଏଥିଯୋଗୁ ପ୍ରକୃତ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଅପମାନିତ ହେଉଥିବା ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ଏତାଦୃଶ୍ୟ କାର୍ଯ୍ୟ ଏକପ୍ରକାର ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। ଅଣଛାତ୍ରଙ୍କୁ କମାଣ୍ଡର କରାଇବା ସହ ଅତିଥିମାନଙ୍କ ଆଖିରେ ଧୂଳି ଦେଇ ପ୍ରଥମ ସ୍ଥାନ ଅଧିକାର କରି ମନ୍ତ୍ରୀଙ୍କ ହାତରୁ ଟ୍ରଫି ହାସଲ କରିବା ସମସ୍ତଙ୍କୁ ଚକିତ କରିଛି।
ଏନେଇ ଶିକ୍ଷକ ସୁଦର୍ଶନ ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟକୁ ପିଲାମାନେ ଆସୁ ନ ଥିବାରୁ ୫ଜଣ ଅଣଛାତ୍ରଙ୍କୁ ନେଇ ପରେଡ୍‌ରେ ସାମିଲ କରାଯାଇଥିଲା ବୋଲି ସ୍ବୀକାର କରିଛନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାଷ ନିଆଲ କହନ୍ତି, ଏଭଳି ଅଭିଯୋଗ ମିଳିନାହଁି। ଏହା ସତ୍ୟ ହୋଇଥିଲେ ତଦନ୍ତ କରାଯାଇ ଉକ୍ତ ଟ୍ରଫିକୁ ଫେରାଇ ନିଆଯିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହନ୍ତି, ଅଭିଯୋଗ ପାଇ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri