ପରିବେଶ ପ୍ରହରୀ ଘରଚଟିଆ

ପୀତାମ୍ବର ରାଉତ
ବିଶିଷ୍ଟ ପରିବେଶବିତ୍‌ ମହମ୍ମଦ ଦିଲ୍‌ୱାର୍‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଘରଚଟିଆର ବୈଜ୍ଞାନିକ ନାମ ପାସୋରିଡ୍‌। ଉପତ୍ତ୍ତିସ୍ଥଳ ଭୂମଧ୍ୟସାଗରୀୟ ଅଞ୍ଚଳଠାରୁ ଆରମ୍ଭକରି ବିଟ୍ରେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲ୍‌ଜିୟମ୍‌, ଇଟାଲି, ନେଦରଲାଣ୍ଡ, ଫିନ୍‌ଲାଣ୍ଡରେ ଏମାନେ ବସବାସ କରୁଥିଲେ ହେଁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ୨୦୦୪ ମସିହାରେ ବିଶ୍ୱ ଜୈବ ସଂରକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ଆଧାରରେ ବିଗତ ୪୦-୫୦ ବର୍ଷ ମଧ୍ୟରେ ଶତକଡା ୯୦ ଭାଗ ଘରଚଟିଆ ବିଲୁପ୍ତ ହୋଇଯାଇଛନ୍ତି। ବାକି ଶତକଡା ୧୦ ଭାଗ ଜୀବିତ ପକ୍ଷୀଙ୍କ ଯତ୍ନ ନେବା ଆମ ପାଇଁ ଅତି ଜରୁରୀ। ଦିଲ୍ଲୀ ରାଜ୍ୟ ସରକାର ୨୦୧୨ ମସିହାରେ ଘରଚଟିଆକୁ ଦିଲ୍ଲୀ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି।
ଘରଚଟିଆ ଧୂସର ରଙ୍ଗର କ୍ଷୁଦ୍ର ପକ୍ଷୀଟିଏ। ଏମାନେ ପ୍ରାୟତଃ ଚାଳଘରେ ରୁହନ୍ତି। ଗଛ, ପାହାଡ଼ଖୋଲ, ପୋଲ, ନଦୀକୂଳ ଇତ୍ୟାଦି ଜାଗାରେ ମଧ୍ୟ ବସା ବାନ୍ଧନ୍ତି। ରହଣି ସ୍ଥାନରୁ ୧.୫ରୁ ୨ ମାଇଲ୍‌ ପର୍ଯ୍ୟନ୍ତ ଖାଦ୍ୟ ଅନ୍ବେଷଣରେ ଯାଆନ୍ତି। ଘରଚଟିଆ ପକ୍ଷୀର ଲମ୍ବ ୧୪ରୁ ୧୫ ସେ.ମି.। ଡେଣାର ଲମ୍ବ ୧୯-୨୮ ସେ.ମି.। ପୁରୁଷ ଘରଚଟିଆର ମଥା, ଗଳା ଧୂସର ବା ଈଷତ୍‌ କଳାରଙ୍ଗର। ଏମାନଙ୍କ କଳରବ କ୍ଷୁଦ୍ର ଏବଂ ଅବିଶ୍ରାନ୍ତ। ଅଣ୍ଡାରୁ ଛୁଆ ଫୁଟିବାକୁ ୧୦ରୁ ୧୨ଦିନ ଲାଗିଥାଏ।
ମାତ୍ର ଆଜିର ଅସନ୍ତୁଳିତ ପରିବେଶ, ଜଙ୍ଗଲ ପରିମାଣ ହ୍ରାସ, ପକ୍କାଘର, ରାସାୟନିକ ସାର ବ୍ୟବହାର, କୀଟନାଶକ, ପେଟ୍ରୋଲ, ଡିଜେଲ ଧୂଆଁ, ଗାଡ଼ିର ହର୍ନ ଏବଂ ମୋବାଇଲ୍‌ ଟାୱାରର ବିକିରଣ ପ୍ରଭାବରେ ଏମାନଙ୍କ ଅବସ୍ଥା ବିଲୋପ ଆଡ଼କୁ ଗତି କରୁଛି। ଇଣ୍ଡିଆନ୍‌ କ୍ରେନ୍ସ ଆଣ୍ଡ ୱେଟ୍‌ଲ୍ୟାଣ୍ଡସ୍‌ ୱାର୍କିଂ ଗ୍ରୁପ୍‌ର କେ.ଏସ୍‌. ଗୋପୀସୁନ୍ଦରଙ୍କ ମତରେ ଚାଷ ଜମିରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁ ଘରଚଟିଆଙ୍କ ଖାଦ୍ୟ ଉପଯୋଗୀ କୀଟ, ପୋକ ମରିଯାଉଛନ୍ତି। ତେଣୁ ଖାଦ୍ୟ ଅଭାବ ସେମାନଙ୍କ ମୃତ୍ୟୁର ମୁଖ୍ୟ କାରଣ।
ବିଶିଷ୍ଟ ହିନ୍ଦୀ ଲେଖିକା ମହାଦେବୀ ବର୍ମା ତାଙ୍କ ଗଳ୍ପ ‘ଗୋରେୟା’ରେ ଏକଦା ବର୍ଣ୍ଣନା କରିଥିଲେ, ଘରଚଟିଆ ପକ୍ଷୀମାନେ କିପରି ତାଙ୍କ ହାତରୁ ଖାଦ୍ୟ ନେଇ ତାଙ୍କ କାନ୍ଧରେ ବସି ପଡୁଛନ୍ତି। ଏହି କାହାଣୀକୁ ବାସ୍ତବ ରୂପ ଦେଇଛନ୍ତି ମୁମ୍ବାଇର ରାଧିକା ଚୋପ୍ରା ଏବଂ ଦିଲ୍ଲୀର ନିନ୍‌ଜିତ୍‌ ତନେଜା ତାଙ୍କର ୧୭ ମହଲା କୋଠାଘର ବାଲକୋନିରେ ଖାଦ୍ୟ ପକେଇ ଘରଚଟିଆଙ୍କ ସଂଖ୍ୟା ବଢ଼ାଇବାରେ ସମର୍ଥ ହୋଇଛନ୍ତି। ଘରଚଟିଆଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା ବାଞ୍ଛନୀୟ। ନ ହେଲେ ଶାଗୁଣା ଭଳି ଏମାନଙ୍କୁ ବାହାର ରାଜ୍ୟରୁ ଆଣି ଚିଡ଼ିଆଖାନାରେ ରଖିବାକୁ ହେବ। ୧୯୯୯ ମହାବାତ୍ୟାଠାରୁ ଶାଗୁଣା ଦେଖିବାକୁ ମିଳୁନାହାନ୍ତି।
ମଣିଷ ସମାଜ ପାଇଁ ଘରଚଟିଆ ଏକ ଅତ୍ୟନ୍ତ ଉପକାରୀ ପକ୍ଷୀ। ଶସ୍ୟକ୍ଷେତ୍ରରେ ଅପକାରୀ କୀଟ ଯଥା- ଉଇ, ଝିଣ୍ଟିକା, ଲେଡି ପୋକ ଆଦିକୁ ଖାଇଦିଅନ୍ତି। ତେଣୁ ଏହି କ୍ଷୁଦ୍ର ପକ୍ଷୀଟି କୃଷକର ବନ୍ଧୁ। ଏବେ ବି କଟକର ସିଡିଏ ଅଞ୍ଚଳ ଓ ମହାନଦୀ ପଠାରେ ବୁଦାଗଛରେ ବହୁ ସଂଖ୍ୟାରେ ଏ ପକ୍ଷୀ ଦୃଶ୍ୟମାନ ହେଉଛି। ସୂର୍ଯ୍ୟାସ୍ତ ପୂର୍ବରୁ ଘରଚଟିଆର ନୀଡ଼ବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ମନୋରମ।
ତେବେ ପ୍ରଶ୍ନ ଉଠେ ରାଜ୍ୟ ସରକାରଙ୍କ ଯୋଜନା କ’ଣ କେବଳ ମଣିଷମାନଙ୍କ ପାଇଁ! ପଶୁପକ୍ଷୀ, ପରିବେଶର ଦାୟିତ୍ୱ ନେବ କିଏ? ବିନା ପଶୁପକ୍ଷୀ ଓ ବିନା ଜଙ୍ଗଲରେ ଆମେ ବଞ୍ଚିପାରିବା ନାହଁି। ତେଣୁ ସେମାନଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ। ବାସ ଓ ଖାଦ୍ୟ ଅଭାବରୁ ବାଘ, ହାତୀ ସହର ଆଡକୁ ମୁହଁାଉଛନ୍ତି। ସରକାର ଏକା ନୁହନ୍ତି, ଆମେ ସାଧାରଣ ମଣିଷ ଏବଂ ସ୍କୁଲ ପିଲା ମିଳିମିଶି ପ୍ରତିଦିନ ମୁଠିଏ ଚାଉଳ ଘର ଅଗଣା କିମ୍ବା ଛାତ ଉପରେ ଥୋଇବା। ପାଖରେ ପାଣି ପାତ୍ରଟିଏ ରଖିବା। ସରକାରୀ ନିର୍ଦ୍ଦେଶ ଏମିତି ହୁଅନ୍ତାନି- ସର୍ବଶିକ୍ଷାରେ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଚାଉଳରୁ ମାତ୍ର ୨ ମୁଠା ପ୍ରତିଦିନ ପିଲାଏ ଦେଲେ ପରିବେଶ ବିଜ୍ଞାନ ବୁଝିବା ସହଜ ହେବା ସହ ସେମାନଙ୍କୁ ନୈତିକ ଶିକ୍ଷା ମିଳିପାରିବ। ସୁଖର କଥା କଟକସ୍ଥିତ ସିଡିଏ କାର୍ଯ୍ୟାଳୟର ଜନୈକ ଅଧିକାରୀ ତଥା ପରିବେଶବିତ୍‌ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଅଫିସ୍‌ ଛାତରେ ପକ୍ଷୀମାନଙ୍କ ପାଇଁ ଗହମ, ଚାଉଳ, ସୋରିଷ ଏବଂ ପାଣିକୁଣ୍ଡର ବ୍ୟବସ୍ଥା ହୋଇଛି। ଏପରି କାର୍ଯ୍ୟ ଅନ୍ୟ ସରକାରୀ ତଥା ବେସରକାରୀ ଅଫିସରେ କରାଗଲେ ତାହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ହେବ। ବ୍ୟାସସ୍ମୃତି (୩/୩୬) କହିଛି- ପଶୁପକ୍ଷୀମାନଙ୍କୁ କିଛି କିଛି ଖାଦ୍ୟ ନିତ୍ୟ ଦାନ କରିବା ଉଚିତ, ଏହାଦ୍ୱାରା ଆମର ରିଷ୍ଟ ଖଣ୍ଡନ ହେବା ସହିତ ଚଲାପଥ କୁସୁମିତ ହେବ। ଆମ ଲୋକପ୍ରିୟ ସରକାର ଘରଚଟିଆ ପକ୍ଷୀକୁ ରାଜ୍ୟ ପକ୍ଷୀର ମାନ୍ୟତା ପାଇଁ ବିଚାରକରି ସବୁ ସରକାରୀ ଓ ବେସରକାରୀ ଅଫିସ୍‌ ଛାତରେ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ପକ୍ଷୀ ବଂଶ ବୃଦ୍ଧିରେ ସହାୟକ ହେବ।
ଆବାହକ, ଓଡ଼ିଶା ବାୟାଚଢ଼େଇ ସୁରକ୍ଷା ଅଭିଯାନ, ନିଆଳି, କଟକ, ମୋ: ୯୯୩୭୬୬୨୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri