ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଆଶଙ୍କା

ଯାଜପୁର ଅଫିସ,୧ା୧୧:ଯାଜପୁର ଜିଲାକୁ ଦେଖିଲେ ଏଠାରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି ଏବଂ କୃଷିକୁ ଉପେକ୍ଷା କରାଯାଉଥିବା ମନେ ହେଉଛି। ଜିଲାର ଚାଷୀମାନେ ଶିଳ୍ପ ପ୍ରଦୂଷଣଜନିତ ବିଷ ବଳୟରେ ଗଭୀର ପ୍ରଭାବିତ ହେଉଛନ୍ତି। ଏହାସାଙ୍ଗକୁ ରୋଗ ପୋକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ସେମାନଙ୍କ ଆଶାକୁ ଧୂଳିସାତ୍‌ କରିଦେଉଛି। ଏହାସତ୍ତ୍ୱେ କଠିନ ପରିଶ୍ରମ କରି ଯାହାବି ଫସଲ ଉତ୍ପାଦନ କରୁଛନ୍ତି, ସେଥିରେ ଜୀବନଧାରଣ କରିବାର ସୁଯୋଗ ଥିଲେ ମଧ୍ୟ ସେଥିରୁ ସେମାନେ ବଞ୍ଚତ୍ତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଫସଲକୁ ସାଇତି ରଖିବାର ସୁଯୋଗ ନ ମିଳିବା। ଏଥିପାଇଁ ସେମାନେ କମ୍‌ ମୂଲ୍ୟରେ ଫସଲ ବିକ୍ରି କରି ସର୍ବସ୍ବାନ୍ତ ହେଉଛନ୍ତି। ଜିଲାରେ ପ୍ରାୟ ୧୮ ହଜାର ହେକ୍ଟର ଜମିରେ ହେଉଥିବା ପନିପରିବା ଚାଷ ପାଇଁ ଯାଜପୁର ଓ କଟକ ଜିଲା ସୀମାନ୍ତରେ ମାତ୍ର ଗୋଟିଏ ଶୀତଳ ଭଣ୍ଡାର ରହିଛି, ଯାହାକି କୃଷି ପ୍ରତି ସରକାରଙ୍କ ଅବହେଳାକୁ ସ୍ପଷ୍ଟ କରୁଛି। ପନିପରିବା ଚାଷ ପାଇଁ ଅନେକ ସରକାରୀ ଯୋଜନା ରହିଥିଲେ ହେଁ ତାହା କେବଳ କାଗଜକଲମରେ ସୀମିତ ରହୁଛି।
ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଳରେ ବିଭିନ୍ନ ଘରୋଇ କମ୍ପାନୀ ଓ ଶିଳ୍ପସଂସ୍ଥାକୁ ବିପୁଳ ପରିମାଣର ଭୂଖଣ୍ଡ ସୁବିଧାରେ ସରକାର ଶିଳ୍ପପତିମାନଙ୍କ ହାତକୁ ଟେକି ଦେଉଛନ୍ତି। ଜିଲାରେ ପ୍ରାକୃତିକ ସମ୍ପଦ ସହ ଖରସ୍ରୋତା, ବ୍ରାହ୍ମଣୀ ଓ ବୈତରଣୀର ଜଳରାଶି ଶିଳ୍ପାୟନ ପାଇଁ ଆକର୍ଷଣର ଉପାଦାନ ହୋଇଛି। ହେଲେ ଚାଷୀଙ୍କ ପାଇଁ ନଦୀରୁ ଜଳସେଚନ ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବା ନିମନ୍ତେ ୨୦୧୧-୧୨ ଆର୍ଥିକ ବର୍ଷରୁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ହେଲେ ଦୀର୍ଘ ବର୍ଷ ହେଲା ଏହା ଚାଷୀଙ୍କ କାର୍ଯ୍ୟରେ ନ ଲାଗି କେବଳ ଠିକାଦାର ପୋଷା ନୀତିରେ ଚାଲିଥିବା ନେଇ ଚାଷୀ ମହଲରେ କ୍ଷୋଭପ୍ରକାଶ ପାଇଛି। ଖାଲି ସେତିକି ନୁହେଁ, ଜିଲାରେ ଆବଶ୍ୟକ ଅନୁସାରେ ଶୀତଳ ଭଣ୍ଡାର ଖୋଲିବାରେ ସରକାର ଆଦୌ ଆଗ୍ରହ ଦେଖାଉନାହାନ୍ତି। ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଯାଜପୁର ଜିଲା ଛତିଆରେ ୪,୯୦୦ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) କ୍ଷମତା ବିଶିଷ୍ଟ ଏକମାତ୍ର ଶୀତଳ ଭଣ୍ଡାର ରହିଛି। ଅନ୍ୟପକ୍ଷେ ଗତ ୮ ବର୍ଷ ହେବ ପାଣିକୋଇଲି ନିକଟରେ ୫ ହଜାର ଏମ୍‌ଟି କ୍ଷମତା ବିଶିଷ୍ଟ ନିର୍ମାଣାଧୀନ ଶୀତଳ ଭଣ୍ଡାର ବନ୍ୟା ପାଣିରେ ନଷ୍ଟ ହୋଇସାରିଛି। ଏହାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ଆନ୍ତରିକତା ନଥିବା ମନେ ହେଉଛି। ପ୍ରଶାସନିକ ସହଯୋଗ ଓ ବ୍ୟାଙ୍କ୍‌ର ଆବଶ୍ୟକ ସହାୟତା ଅଭାବରୁ ଏହି ଶୀତଳଭଣ୍ଡାର ଅଧାପନ୍ତରିଆ ଅବସ୍ଥାରେ ଅଟକଛି। ଏହାକୁ ଛାଡ଼ିଦେଲେ, ୩୦ ଏମ୍‌ଟି କ୍ଷମତା ବିଶିଷ୍ଟ ଛୋଟ ଛୋଟ ଶୀତଳ ଭଣ୍ଡାର ମଧ୍ୟ ଜିଲାରେ ହୋଇପାରିନାହିଁ। ଏହାଦ୍ୱାରା ଜିଲାର ଚାଷୀକୁଳ ଅଧିକାଂଶ ସମୟରେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି। ଧର୍ମଶାଳା, ରସୁଲପୁର, ବଡ଼ଚଣା, ସୁକିନ୍ଦା, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ସର୍ବାଧିକ ପନିପରିବା ଚାଷ ହେଉଛି। ଜିଲାର ବାରବାଟୀ ବଜାରର ପନିପରିବା ହାଟ ପାଇଁ ପ୍ରସିଦ୍ଧି ରହିଛି। ବିଭିନ୍ନ ଯୋଜନା ସମେତ ପରିବା ସଂରକ୍ଷଣ ପାଇଁ ପ୍ୟାକିଂ ଗୃହ ନିର୍ମାଣ, ୩୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳୀକରଣ ଗୃହ, ୬ ଟନ କ୍ଷମତା ବିଶିଷ୍ଟ ପ୍ରାକ ଶୀତଳୀକରଣ ପ୍ରକଳ୍ପ, ସମନ୍ବିତ ପ୍ୟାକିଂ ଗୃହ, ଭ୍ରାମ୍ୟମାଣ ପ୍ରାଥମିକ ଶୀତଳୀକରଣ ପ୍ରକଳ୍ପ, ସର୍ବାଧିକ ୫ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ/ପ୍ରଶସ୍ତୀକରଣ/ଉନ୍ନତୀକରଣ ପ୍ରଭୃତି ଯୋଜନା ରହିଛି। ହେଲେ ଏହିସବୁ କେବଳ ଯୋଜନାରେ ସୀମିତ।
ରସୁଲପୁର ବ୍ଲକ ଅଞ୍ଚଳର ପନିପରିବା ଚାଷୀ ସୁଦୀପ ନାଏକ, ମଙ୍ଗୁଳି ପଣ୍ଡା ଓ ସୁଶାନ୍ତ ବେହେରା କୁହନ୍ତି, ବର୍ତ୍ତମାନ ପନିପରିବା ଭଲ ଦାମରେ ବିକ୍ରି ହେଉଥିଲେ ହେଁ କିଛି ପଚିଶଢି ନଷ୍ଟ ହେଉଛି। ଆସନ୍ତା ଡିସେମ୍ବର ବେଳକୁ ପନିପରିବା ଦର ବହୁତ କମିଯିବ। ନିକଟରେ ଶୀତଳ ଭଣ୍ଡାର ଥିଲେ, ପରିବା ସଂରକ୍ଷଣ କରି ଉପଯୁକ୍ତ ଦରରେ ବିକ୍ରି କରି ପାରିଥାନ୍ତୁ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଛତିଆ ନିକଟରେ ଥିବା ଶୀତଳ ଭଣ୍ଡାର ବହୁତ ଭଲ ଚାଲିଛି। ହେଲେ ପାଣିକୋଇଲି ଶୀତଳ ଭଣ୍ଡାର ଗତ ବନ୍ୟାରେ ନଷ୍ଟ ହୋଇଯାଇଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାପରେ କେହି ବି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆବେଦନ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri