ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଆଶଙ୍କା

ଯାଜପୁର ଅଫିସ,୧ା୧୧:ଯାଜପୁର ଜିଲାକୁ ଦେଖିଲେ ଏଠାରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି ଏବଂ କୃଷିକୁ ଉପେକ୍ଷା କରାଯାଉଥିବା ମନେ ହେଉଛି। ଜିଲାର ଚାଷୀମାନେ ଶିଳ୍ପ ପ୍ରଦୂଷଣଜନିତ ବିଷ ବଳୟରେ ଗଭୀର ପ୍ରଭାବିତ ହେଉଛନ୍ତି। ଏହାସାଙ୍ଗକୁ ରୋଗ ପୋକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ସେମାନଙ୍କ ଆଶାକୁ ଧୂଳିସାତ୍‌ କରିଦେଉଛି। ଏହାସତ୍ତ୍ୱେ କଠିନ ପରିଶ୍ରମ କରି ଯାହାବି ଫସଲ ଉତ୍ପାଦନ କରୁଛନ୍ତି, ସେଥିରେ ଜୀବନଧାରଣ କରିବାର ସୁଯୋଗ ଥିଲେ ମଧ୍ୟ ସେଥିରୁ ସେମାନେ ବଞ୍ଚତ୍ତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଫସଲକୁ ସାଇତି ରଖିବାର ସୁଯୋଗ ନ ମିଳିବା। ଏଥିପାଇଁ ସେମାନେ କମ୍‌ ମୂଲ୍ୟରେ ଫସଲ ବିକ୍ରି କରି ସର୍ବସ୍ବାନ୍ତ ହେଉଛନ୍ତି। ଜିଲାରେ ପ୍ରାୟ ୧୮ ହଜାର ହେକ୍ଟର ଜମିରେ ହେଉଥିବା ପନିପରିବା ଚାଷ ପାଇଁ ଯାଜପୁର ଓ କଟକ ଜିଲା ସୀମାନ୍ତରେ ମାତ୍ର ଗୋଟିଏ ଶୀତଳ ଭଣ୍ଡାର ରହିଛି, ଯାହାକି କୃଷି ପ୍ରତି ସରକାରଙ୍କ ଅବହେଳାକୁ ସ୍ପଷ୍ଟ କରୁଛି। ପନିପରିବା ଚାଷ ପାଇଁ ଅନେକ ସରକାରୀ ଯୋଜନା ରହିଥିଲେ ହେଁ ତାହା କେବଳ କାଗଜକଲମରେ ସୀମିତ ରହୁଛି।
ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଳରେ ବିଭିନ୍ନ ଘରୋଇ କମ୍ପାନୀ ଓ ଶିଳ୍ପସଂସ୍ଥାକୁ ବିପୁଳ ପରିମାଣର ଭୂଖଣ୍ଡ ସୁବିଧାରେ ସରକାର ଶିଳ୍ପପତିମାନଙ୍କ ହାତକୁ ଟେକି ଦେଉଛନ୍ତି। ଜିଲାରେ ପ୍ରାକୃତିକ ସମ୍ପଦ ସହ ଖରସ୍ରୋତା, ବ୍ରାହ୍ମଣୀ ଓ ବୈତରଣୀର ଜଳରାଶି ଶିଳ୍ପାୟନ ପାଇଁ ଆକର୍ଷଣର ଉପାଦାନ ହୋଇଛି। ହେଲେ ଚାଷୀଙ୍କ ପାଇଁ ନଦୀରୁ ଜଳସେଚନ ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବା ନିମନ୍ତେ ୨୦୧୧-୧୨ ଆର୍ଥିକ ବର୍ଷରୁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ହେଲେ ଦୀର୍ଘ ବର୍ଷ ହେଲା ଏହା ଚାଷୀଙ୍କ କାର୍ଯ୍ୟରେ ନ ଲାଗି କେବଳ ଠିକାଦାର ପୋଷା ନୀତିରେ ଚାଲିଥିବା ନେଇ ଚାଷୀ ମହଲରେ କ୍ଷୋଭପ୍ରକାଶ ପାଇଛି। ଖାଲି ସେତିକି ନୁହେଁ, ଜିଲାରେ ଆବଶ୍ୟକ ଅନୁସାରେ ଶୀତଳ ଭଣ୍ଡାର ଖୋଲିବାରେ ସରକାର ଆଦୌ ଆଗ୍ରହ ଦେଖାଉନାହାନ୍ତି। ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଯାଜପୁର ଜିଲା ଛତିଆରେ ୪,୯୦୦ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) କ୍ଷମତା ବିଶିଷ୍ଟ ଏକମାତ୍ର ଶୀତଳ ଭଣ୍ଡାର ରହିଛି। ଅନ୍ୟପକ୍ଷେ ଗତ ୮ ବର୍ଷ ହେବ ପାଣିକୋଇଲି ନିକଟରେ ୫ ହଜାର ଏମ୍‌ଟି କ୍ଷମତା ବିଶିଷ୍ଟ ନିର୍ମାଣାଧୀନ ଶୀତଳ ଭଣ୍ଡାର ବନ୍ୟା ପାଣିରେ ନଷ୍ଟ ହୋଇସାରିଛି। ଏହାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ଆନ୍ତରିକତା ନଥିବା ମନେ ହେଉଛି। ପ୍ରଶାସନିକ ସହଯୋଗ ଓ ବ୍ୟାଙ୍କ୍‌ର ଆବଶ୍ୟକ ସହାୟତା ଅଭାବରୁ ଏହି ଶୀତଳଭଣ୍ଡାର ଅଧାପନ୍ତରିଆ ଅବସ୍ଥାରେ ଅଟକଛି। ଏହାକୁ ଛାଡ଼ିଦେଲେ, ୩୦ ଏମ୍‌ଟି କ୍ଷମତା ବିଶିଷ୍ଟ ଛୋଟ ଛୋଟ ଶୀତଳ ଭଣ୍ଡାର ମଧ୍ୟ ଜିଲାରେ ହୋଇପାରିନାହିଁ। ଏହାଦ୍ୱାରା ଜିଲାର ଚାଷୀକୁଳ ଅଧିକାଂଶ ସମୟରେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି। ଧର୍ମଶାଳା, ରସୁଲପୁର, ବଡ଼ଚଣା, ସୁକିନ୍ଦା, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ସର୍ବାଧିକ ପନିପରିବା ଚାଷ ହେଉଛି। ଜିଲାର ବାରବାଟୀ ବଜାରର ପନିପରିବା ହାଟ ପାଇଁ ପ୍ରସିଦ୍ଧି ରହିଛି। ବିଭିନ୍ନ ଯୋଜନା ସମେତ ପରିବା ସଂରକ୍ଷଣ ପାଇଁ ପ୍ୟାକିଂ ଗୃହ ନିର୍ମାଣ, ୩୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳୀକରଣ ଗୃହ, ୬ ଟନ କ୍ଷମତା ବିଶିଷ୍ଟ ପ୍ରାକ ଶୀତଳୀକରଣ ପ୍ରକଳ୍ପ, ସମନ୍ବିତ ପ୍ୟାକିଂ ଗୃହ, ଭ୍ରାମ୍ୟମାଣ ପ୍ରାଥମିକ ଶୀତଳୀକରଣ ପ୍ରକଳ୍ପ, ସର୍ବାଧିକ ୫ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ/ପ୍ରଶସ୍ତୀକରଣ/ଉନ୍ନତୀକରଣ ପ୍ରଭୃତି ଯୋଜନା ରହିଛି। ହେଲେ ଏହିସବୁ କେବଳ ଯୋଜନାରେ ସୀମିତ।
ରସୁଲପୁର ବ୍ଲକ ଅଞ୍ଚଳର ପନିପରିବା ଚାଷୀ ସୁଦୀପ ନାଏକ, ମଙ୍ଗୁଳି ପଣ୍ଡା ଓ ସୁଶାନ୍ତ ବେହେରା କୁହନ୍ତି, ବର୍ତ୍ତମାନ ପନିପରିବା ଭଲ ଦାମରେ ବିକ୍ରି ହେଉଥିଲେ ହେଁ କିଛି ପଚିଶଢି ନଷ୍ଟ ହେଉଛି। ଆସନ୍ତା ଡିସେମ୍ବର ବେଳକୁ ପନିପରିବା ଦର ବହୁତ କମିଯିବ। ନିକଟରେ ଶୀତଳ ଭଣ୍ଡାର ଥିଲେ, ପରିବା ସଂରକ୍ଷଣ କରି ଉପଯୁକ୍ତ ଦରରେ ବିକ୍ରି କରି ପାରିଥାନ୍ତୁ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଛତିଆ ନିକଟରେ ଥିବା ଶୀତଳ ଭଣ୍ଡାର ବହୁତ ଭଲ ଚାଲିଛି। ହେଲେ ପାଣିକୋଇଲି ଶୀତଳ ଭଣ୍ଡାର ଗତ ବନ୍ୟାରେ ନଷ୍ଟ ହୋଇଯାଇଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାପରେ କେହି ବି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆବେଦନ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?