ପରିବାର ଲୋକେ ଘରେ ପୂରାଇଲେନି

ସମ୍ବଲପୁର,୧୬।୫ (ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାର ଯେତେ ସଚେତନ ଓ ସୁବିଧା କଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ସଚେତନତା ଅଭାବ ଯୋଗୁ ଭୟରେ ପରିବାର ନିଜ ଲୋକଙ୍କୁ ପର କରିଦେଉଛନ୍ତି। ସ୍ଥାନୀୟ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ମଧ୍ୟ ସ୍ଥାନ ଦିଆଯାଉନାହିଁ। ଫଳରେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଘେନୁପାଲି ଓ ବଡସାହିର ଗ୍ରାମର ଦୁଇ ଜଣ ଯୁବକ ଗଛ ତଳେ ୩ ଦିନ ହେଲା ଆଶ୍ରୟ ନେଇଥିଲେ। ଶେଷରେ ପ୍ରଶାସନ ସେମାନଙ୍କ ରହିବାକୁ ବାଧ୍ୟ ହୋଇ ବ୍ୟବସ୍ଥା କରିଛି। ବାଲେଶ୍ୱର ଜିଲା ଜଳେଶ୍ୱରରୁ ଫେରିଥିବା ଏହି ଯୁବକ ଦ୍ୱୟ କିନ୍ତୁ ହଟହଟା ହୋଇଛନ୍ତି।
ଏହି ଯୁବକ ଦ୍ୱୟ ହାର୍ଭେଷ୍ଟରରେ ଧାନକଟା କାମ କରିବା ପାଇଁ ଗତ ଏପ୍ରିଲ ୨୩ ତାରିଖରୁ ଜଳେଶ୍ୱର ଯାଇଥିଲେ। କିଛି ଦିନ କାମ କରିବା ପରେ ଗତ ୧୩ ତାରିଖରେ ଏମାନେ ଗାଁମକୁ ଫେରିଥିଲେ। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରିବାର ବର୍ଗ ମଧ୍ୟ ଭୟଭୀତ ହୋଇପଡିଥିଲେ। ସେମାନଙ୍କୁ ଖାଇବାକୁ ଯୋଗାଇ ଦେଲେ । ଗରିବ ପରିବାର ହୋଇଥିବାରୁ ହୋମ୍‌ କ୍ୱାରାଣ୍ଟାଇନ ପାଇଁ ଘରେ ସୁବିଧା ନାହିଁ। ତେଣୁ ଘରେ ପ୍ରତ୍ୟେକ ଦିନ ଖାଇବାକୁ ଦିଆଯିବ। ତୁମେ ବାହାରେ ରୁହ ବୋଲି ପରିବାର ଲୋକେ କହିଥିଲେ। ଗ୍ରାମବାସୀ ମଧ୍ୟ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। କୌଣସି ଉପାୟ ନ ପାଇ ଯୁବକ ଦ୍ୱୟ ଘେନୁପାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଏକ ଗଛମୂଳରେ ରହୁଛନ୍ତି। ତେବେ ଯଦିଓ ରାଜ୍ୟ ଭିତରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ନିୟମ ନାହିଁ ତଥାପି ସେମାନଙ୍କ ରହିବାକୁ ଗାଁ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଯୁଯୁମୁରା ବିଡିଓ ସରୋଜ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି...

ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଲେ ଜିଲାପାଳ

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ସୋମବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲାପାଳ କେ....

ଆଦିବାସୀ ପଡ଼ାରୁ ଆକାଶକୁ ଉଡ଼ାଣ

ଢେଙ୍କାନାଳ ଅଫିସ, ୭।୩(ରତନ ନାୟାର): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବୀରାଶାଳ ଏୟାରଷ୍ଟ୍ରିପ୍‌କୁ ମିଳିଛି ନୂଆ ପରିଚୟ। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ ଭାବେ ଏହାର...

୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଖରିଫ ଚାଷ

ଜୟପୁର, ୧୩ା୬ (ନି.ପ୍ର.)- କୋରାପୁଟକୁ ମୌସୁମୀ ବର୍ଷା ଆସିଛି। ଏହାକୁ ନେଇ ଖରିଫ ଚାଷ ପାଇଁ ଚାଷୀ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିଛନ୍ତି। ଖରିଫ...

୨ ହୋଟେଲ ମ୍ୟାନେଜର ଗିରଫ: ତାଳସାରୀର ୨ ହୋଟେଲ ସିଲ୍‌

ଭୋଗରାଇ, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ହୋଟେଲ ଏବଂ ଲଜ୍‌ରେ ବେଧଡ଼କ ଦେହ ବ୍ୟବସାୟ ହେଉଥିବା ଭିଡ଼ିଓ ଭାଇରାଲ ଓ ଗଣମାଧ୍ୟମରେ...

୧୫ ମଣ୍ଡପରେ ପୂଜା ପାଇବେ ମା’ ଦଶଭୁଜା

କାମାକ୍ଷାନଗର, ୧୨।୯(ଡି.ଏନ୍‌.ଏ.):ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣରେ ନିମଗ୍ନ ଶିଳ୍ପୀ। ପ୍ରତିଯୋଗିତାମୂଳକ ପୂଜାରେ ସର୍ବାଗ୍ରେ ରହିବାକୁ ତିଆରି ଚାଲିଛି ସୃଦୃଶ୍ୟ ତୋରଣ। କେଉଁଠି ମୂର୍ତ୍ତିକୁ ତ...

ପୌର ନିର୍ବାଚନ ପୂର୍ବରୁ ଜୟପୁରରେ ଫୁଟିଲା ଗୁଳି

ଜୟପୁର, ୨୧ା୩ (ନି.ପ୍ର.): ଜୟପୁର ସହରରେ ପୌର ନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। କେତେକ ଦୁର୍ବୃତ୍ତ ଗୋପବନ୍ଧୁ ନଗରର କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁଳିକରି...

‘ଆହାର’ କେନ୍ଦ୍ରରେ ଖାଇଲେ ଏମ୍‌ପି, ବିଧାୟକ: ଖାଦ୍ୟ ପ୍ରସ୍ତୁତିକୁ ପ୍ରଶଂସା, ଅବ୍ୟବସ୍ଥାକୁ ଗାଳି

ବ୍ରହ୍ମପୁର ଅଫିସ୍‌,୧୬|୧୦-ବ୍ରହ୍ମପୁର ନୂଆବସ୍‌ଷ୍ଟାଣ୍ଡରେ ଥିବା ‘ଆହାର’ କେନ୍ଦ୍ରକୁ ମଙ୍ଗଳବାର ପରିଦର୍ଶନରେ ଯାଇଥିଲେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା। ପୂର୍ବାହ୍ନରେ କେନ୍ଦ୍ରରେ ପହଞ୍ଚିବା...

Advertisement
Archives

Model This Week