ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ। ଦୀର୍ଘ ୧୨ ବର୍ଷ ଧରି ବରପଦା ବଜାରରେ ସେ ଏହି ଦୋକାନ କରି ଆସୁଛନ୍ତି। ସରକାର ଓ ପ୍ରଶାସନଠାରୁ କୌଣସି ସହାୟତା ମିଳି ନ ଥିଲେ ମଧ୍ୟ ସେ ନିଜେ ପରିଶ୍ରମ କରି ନିଜ ଅସହାୟ ମା’ ଓ ସାନ ଭଉଣୀ ଭାଇଙ୍କୁ ସାହା ହୋଇ ବେଶ୍‌ ଆତ୍ମତୃପ୍ତି ପାଇ ପାରୁଛନ୍ତି ବୋଲି କହିଛନ୍ତି।
ଶୁଭାରାଣୀଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଯେ କେହି ସମବେଦନା ନ ଜଣାଇ ରହି ପାରନ୍ତି ନାହିଁ। ଗରିବ, ଅସହାୟ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଥିବା ବେଳେ ଏଭଳି ଅସହାୟ ପରିବାର ସେଥିରୁ ବଞ୍ଚିତ ହେବା ଏକ ବିଡମ୍ବନା। ଶୁଭାରାଣୀ କହନ୍ତି, ତାଙ୍କ ବାପା ବାବୁଲାଲ ବେହେରା ଦୀର୍ଘ ୧୫ ବର୍ଷ ହେବ ଘରଛାଡି କେଉଁଆଡେ ଚାଲିଯାଇଛନ୍ତି। ତାଙ୍କ ବଡ ଭଉଣୀ ମଧ୍ୟ ୧୨ ବର୍ଷ ଧରି ବାପାଙ୍କ ଭଳି ପାଗଳ ହୋଇ କେଉଁଆଡେ ପଳାଇ ଯାଇଛନ୍ତି। ଏଭଳି ସ୍ଥିତିରେ ଘରେ ଥିବା ଦୁଇ ସାନ ଭାଇ ଓ ଜଣେ ଭଉଣୀଙ୍କୁ ମଣିଷ କରିବା ଓ ମା’ ସୁଶୀଳା ବେହେରାଙ୍କୁ ସାହା ହେବା ଲାଗି ସେ ୮ମ ଶ୍ରେଣୀରୁ ପାଠ ପଢା ଛାଡି ଚା’ ଦୋକାନକୁ ଆଦରି ନେଇଛନ୍ତି। ଏହାମଧ୍ୟରେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କର ସାନ ଭଉଣୀଙ୍କୁ ନେଇ ଏକ ଶିକ୍ଷାନୁଷ୍ଠାନରେ ପାଠ ପଢାଉଛନ୍ତି।
୨୪ ବର୍ଷ ବୟସ୍କା ଶୁଭାରାଣୀଙ୍କ ଘର ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁସୁନନଗର ଡଙ୍କାଗଡିଆ ଗ୍ରାମରେ । ଘରଠାରୁ କିଛି ଦୂର ବରପଦା ବଜାରରେ ସେ ଚା’ ଦୋକାନ କରି ପରିବାର ଚଳାଉଛନ୍ତି। ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ଦୁଇ ସାନ ଭାଇଙ୍କ ପାଠପଢା ସମେତ ଘର ଖର୍ଚ୍ଚ ତୁଲାଇ ଆସୁଛନ୍ତି। ପ୍ରଶାସନଠାରୁ ଆରମ୍ଭ କରି ରାଜନେତା ସମସ୍ତେ ତାଙ୍କ ପରିବାରର ଅସହାୟତାକୁ ଅଣଦେଖା କରି ଆସିଥିବା ଶୁଭାରାଣୀ କ୍ଷୋଭର ସହ କହିଛନ୍ତି। ତଥାପି ପରିସ୍ଥିତି ଆଗରେ ସେ ହାର୍‌ ନ ମାନି ମନୋବଳକୁ ଦୃଢ କରି ପରିବାର ଲାଗି ନିଜେ ରୋଜଗାର କରି ପାରିିଛନ୍ତି। ପାଠ ପଢିବାକୁ ବହୁ ଇଚ୍ଛା ଥିଲେ ବି ସେଥିରୁ ବଞ୍ଚିତ ହୋଇ ଏବେ ସାନ ଭାଇଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଦିନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ଉପଦ୍ରବ

ଔପଦା, ୨୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମ ସନ୍ନିକଟ ପଶ୍ଚିମାଘାଟି ରାସ୍ତା ନିକଟସ୍ଥ ଅଞ୍ଚଳରେ କୁଲଡ଼ିହା ହାତୀପଲ ତାଣ୍ଡବ ଚଳାଇଛନ୍ତି। ସନ୍ଧ୍ୟା...

ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା

ପୁରୀ ଅଫିସ,୩୧ା୩: ଶ୍ରୀମନ୍ଦିରରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଚୈତ୍ର ଗୁଣ୍ଡିଚା। ଚୈତ୍ରମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ...

ଚାଷୀଙ୍କ ନିକଟତର ହୁଅ: କୃଷିମନ୍ତ୍ରୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚାଷୀ ଏବଂ ଚାଷର ଉନ୍ନତି ଲାଗି ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଷୀଙ୍କ ନିକଟତର ହୋଇ ସେମାନଙ୍କୁ ଉନ୍ନତ ଜ୍ଞାନ...

ମାଟ୍ରିକ ପ୍ରମାଣପତ୍ରରେ ତ୍ରୁଟି, ଅନ୍ଧାରରେ ଛାତ୍ରଙ୍କ ଭବିଷ୍ୟତ

ମହାକାଳପଡ଼ା,୧ା୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗୋଗୁଆ ପଞ୍ଚାୟତ ରାହାମାସ୍ଥିତ ଠାକୁର ନିଗମାନନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ...

୫ ହାଇସ୍କୁଲ କର୍ମଚାରୀଙ୍କ ଦରମା ବନ୍ଦ

ପାଟଣା/କେନ୍ଦୁଝର,୯ା୧(ସ୍ବ. ପ୍ର): ଦୀର୍ଘ ମାସ ପରେ ଶୁକ୍ରବାର ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ହାଇସ୍କୁଲ ଖୋଲିଛି। ମାତ୍ର ବିଦ୍ୟାଳୟ ଆରମ୍ଭରୁ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କାରଣରୁ...

୨ ଦିନିଆ ରିମାଣ୍ଡରେ ଆସିଲେ ଅଭୟକାନ୍ତ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ମଙ୍ଗଳବାର ୨ଦିନିଆ ରିମାଣ୍ଡରେ ଆଣିଛି...

ସ୍ବାମୀଙ୍କୁ ଚାପୁଡ଼ା ମାରି ନବବିବାହିତା ଫେରାର: ନନ୍ଦିନୀଙ୍କ ବିରୋଧରେ ୪୨୦ ଦଫା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀ ବଳରାମ ସାହୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଯାଇଥିବା ନବବଧୂ ନନ୍ଦିନୀଙ୍କ ନାଁରେ ଭରତପୁର ଥାନା ପୋଲିସ ଗୁରୁବାର ଠକେଇ(ଦଫା ୪୨୦)ରେ ଏକ...

୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା

କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’...

Advertisement
Archives

Model This Week