ପରିବର୍ତ୍ତନ ସହ ତାଳ ଦେଇ ଚାଲିବା

ଡ. ପ୍ରମୋଦ କୁମାର ମିଶ୍ର
ଆଜି ଆପଣମାନେ (ଛାତ୍ରୀଛାତ୍ରମାନେ) ଯେତେବେଳେ ଜୀବନର ନୂତନ ପର୍ଯ୍ୟାୟରେ ପାଦ ଥାପୁଛନ୍ତି, ଆପଣମାନଙ୍କ ଆଗରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି। ଦେଶରେ ଉତ୍ସାହ ଓ ଗତିଶୀଳତାର ଏକ ନୂତନ ଭାବନା ଦେଖିବାକୁ ମିଳୁଛି। ଆମ ପ୍ରଧାନମନ୍ତ୍ରୀଙ୍କ ନୂତନ ଭାରତର ସଂକଳ୍ପ ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଆର୍ଥିକ ଦୃଷ୍ଟିକୋଣରୁ ୨୦୨୪ ସୁଦ୍ଧା ସେ ଦେଶକୁ ୫ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏହା ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହୋଇଥିବାରୁ, ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଏହି ଦିଗରେ ଅଗ୍ରସର ହେଉଛୁ।
ଆମର ଆର୍ଥିକ ମୂଳଦୁଆ ବେଶ୍‌ ସୁଦୃଢ଼। ୨୦୧୪ରୁ ୨୦୧୯ ମଧ୍ୟରେ ଆମର ହାରାହାରି ବାର୍ଷିକ ଜିଡିପି ଅଭିବୃଦ୍ଧି ୭.୫ ପ୍ରତିଶତ ରହିଛି, ଯାହାକି ସ୍ବାଧୀନତା ପରେ ସର୍ବାଧିକ। ଏହା ମଧ୍ୟ ଜି-୨୦ ଦେଶ ମଧ୍ୟରେ ସର୍ବୋଚ୍ଚ। ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା ଗତ ୫ ବର୍ଷ ମଧ୍ୟରେ ବେଶ୍‌ ସୁଦୃଢ଼ ରହିଛି, ଯାହା ଆଧାରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିଛି। ଆମେ ମୁଦ୍ରାସ୍ଫୀତିକୁ ନିମ୍ନରେ ରଖିପାରିଛୁ, ବିତ୍ତୀୟ ବ୍ୟୟ ଶୃଙ୍ଖଳିତ ରହିଛି ଏବଂ ଚଳନ୍ତି ଖାତା ନିଅଣ୍ଟ ନିୟନ୍ତ୍ରଣାଧୀନ ରହିଛି। ଯଦି ଆମେ ୨୦୦୯-୧୪ ଅବଧିକୁ ୨୦୧୪-୧୯ ଅବଧି ସହିତ ତୁଳନା କରିବା ତେବେ ମୁଦ୍ରାସ୍ଫୀତି ୧୦.୩ ପ୍ରତିଶତରୁ ହ୍ରାସ ପାଇ ୪.୫ ପ୍ରତିଶତରେ ପହଞ୍ଚତ୍ଛି, ବିତ୍ତୀୟ ନିଅଣ୍ଟ ଜିଡିପିର ୫.୩ ପ୍ରତିଶତରୁ ଖସି ୩.୪ ପ୍ରତିଶତରେ ପହଞ୍ଚତ୍ଛି ଏବଂ ଚଳନ୍ତି ଖାତା ନିଅଣ୍ଟ ୩.୩ ପ୍ରତିଶତରୁ ହ୍ରାସ ପାଇ ଜିଡିପିର ୧.୪ ପ୍ରତିଶତରେ ପହଞ୍ଚତ୍ଛିି।
ବିଭିନ୍ନ ମୌଳିକ, ଯୁଗାନ୍ତକାରୀ ସଂସ୍କାର ଲାଗୁ କରାଯାଇଛି। ୪/୫ ବର୍ଷ ପୂର୍ବରୁ କେହି ଭାବିପାରୁ ନ ଥିଲେ ଯେ, ବ୍ୟବସ୍ଥା ସହିତ ଖେଳିଲେ ବୃହତ୍‌ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିବ, ଋଣ ଶୁଝି ନ ପାରିଲେ ସେମାନଙ୍କୁ ନିଜ ସମ୍ପତ୍ତି ହରାଇବାକୁ ପଡ଼ିବ। ୨୦୧୭ରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଲାଗୁ କରାଗଲା, ଏହା ଆର୍ଥିକ ଦୃଷ୍ଟିରୁ ଭାରତକୁ ଗୋଟିଏ ବଜାରରେ ପରିଣତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହ ପାରଦର୍ଶିତା ଓ ବ୍ୟବସାୟିକ ସୁଗମତା ଆଣିପାରିଲା। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଉନ୍ମୁକ୍ତ ଓ ଉଦାରୀକରଣ କରାଯିବା ଦ୍ୱାରା ଦେଶକୁ ବିଦେଶୀ ପୁଞ୍ଜିର ପ୍ରବାହ ବଢ଼ିଛି। ସାମାଜିକ ବିକାଶ ଓ ନ୍ୟାୟ ପାଇଁ ଅନେକ ପ୍ରଭାବୀ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ଆୟୁଷ୍ମାନ୍‌ ଭାରତ ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ରହିଛି, ଯାହା ଗରିବଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରିବ। କୃଷକମାନଙ୍କୁ ଆୟ ସମର୍ଥନ ଯୋଗାଇ ଦେବା ଲାଗି ପିଏମ୍‌-କିଷାନ ଯୋଜନା ଓ ଆମ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ନୂଆ ଶିକ୍ଷାନୀତି ହାତକୁ ନିଆଯାଇଛି।
ଗତ କିଛିମାସ ଧରି ଭାରତର ଜିଡିପି ହ୍ରାସ ପାଇଛି। ବୈଶ୍ୱିକ ଅଭିବୃଦ୍ଧିରେ ମାନ୍ଦାବସ୍ଥା ଦେଖାଦେଇଛି। ପାରଦର୍ଶିତା ଆଣିବା, ବାଟମାରଣା ରୋକିବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ତ୍ୱରିତ ପଦକ୍ଷେପ କାରଣରୁ କେତେକ କ୍ଷଣସ୍ଥାୟୀ ଗତିିରୋଧ ସୃଷ୍ଟି ହୋଇଛି। ଆଇନର ଶାସନ ଓ ଅର୍ଥବ୍ୟବସ୍ଥାର ଔପଚାରିକତା ଲାଗି ବିଗତ ପାଞ୍ଚବର୍ଷ ମଧ୍ୟରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁ କେତେକ କ୍ଷଣସ୍ଥାୟୀ ନକାରାତ୍ମକ ପ୍ରଭାବ ପଡ଼ିବା ସ୍ବାଭାବିକ।
ତଥାପି ସରକାର ସଜାଗ ଓ ସକ୍ରିୟ ଅଛନ୍ତି। ଆର୍ଥିକ କ୍ଷେତ୍ର ଏବଂ ବାସ୍ତବ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭୂମି, ଶ୍ରମ ଓ ପୁଞ୍ଜି ଭଳି ଉତ୍ପାଦନ କାରକର ଉତ୍ପାଦକତା ବୃଦ୍ଧି ଲାଗି ଐତିହାସିକ ପଦକ୍ଷେପମାନ ନିଆଯାଇଛି। ଦୃଢ଼ ଭିତ୍ତିଭୂମି ପ୍ରଦାନ ସହ ଐତିହାସିକ ସ୍ବଚ୍ଛତା ଅଭିଯାନ ଏବଂ ମହତ୍ତ୍ୱାକାଂକ୍ଷୀ ସଂସ୍କାରକୁ କାର୍ଯ୍ୟକାରୀ କରାଯାଇଛି। ଆଗାମୀ ଦିନରେ ଭାରତ ଅଧିକ ଦ୍ରୁତଗତିରେ ବିକାଶ ଲାଭ କରିବ।
ସ୍ମାର୍ଟ ଫୋନ ବିପ୍ଳବ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବିଗ୍‌ ଡାଟା ଆନାଲିଟିକ୍ସ, ଅଗ୍‌ମେଣ୍ଟେଡ ରିୟଲିଟି, ଥ୍ରୀଡି ପ୍ରିଣ୍ଟିଂ, ରୋବୋଟିକ୍ସ ଏବଂ ବ୍ଲାକ୍‌ଚେନ ଟେକ୍ନୋଲୋଜି ମୌଳିକ ଭାବେ ଆମ ବିଶ୍ୱ ଏବଂ ଆମର ଜୀବନଧାରାକୁ ପ୍ରଭାବିତ କରୁଛି। ପ୍ରତିଦିନ ଅଭୂତପୂର୍ବ ଗତିରେ ଏହି ପରିବର୍ତ୍ତନ ହୋଇଚାଲିଛି। ଆମେ ପରସ୍ପର ସହ କଥା ହେବା କିମ୍ବା ସମ୍ପର୍କ ଯୋଡ଼ିବାଠାରୁ ଆରମ୍ଭ କରି, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା, ଟଙ୍କା ପଠାଇବା ଏବଂ ଗ୍ରହଣ କରିବା କିମ୍ବା ଆମେ ଆମ ଖାଦ୍ୟ ପାଇବା ଆଦି ପର୍ଯ୍ୟନ୍ତ ସବୁକିଛିର ପଦ୍ଧତି ବଦଳିବାରେ ଲାଗିଛି। ଏହା ଏକ ଭିନ୍ନ ବିଶ୍ୱ, ବିଗତ ଏକ ଦଶନ୍ଧି ପୂର୍ବର ପରିସ୍ଥିତି ସହ ମଧ୍ୟ ବର୍ତ୍ତମାନର ବିଶ୍ୱକୁ ତୁଳନା କରିହେବ ନାହିଁ।
ଏସବୁ ସମ୍ଭାବନା ଅନେକ ଆହ୍ବାନ ମଧ୍ୟ ସୃଷ୍ଟି କରୁଛି। ଯେ ପର୍ଯ୍ୟନ୍ତ ଆମେ ପରିବର୍ତ୍ତନ ସହ ତାଳଦେଇ ଚାଲିବା ନାହିଁ, ନୂଆ କଥା ଶିଖିବା ନାହିଁ କିମ୍ବା ଅନ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବା ନାହିଁ, ଆମେ ପଛରେ ପଡ଼ିଯିବା। ଏହି ଆହ୍ବାନକୁ ସମସ୍ତେ ଗ୍ରହଣ କରିବା ଉଚିତ। ଆମ ଶାସ୍ତ୍ରରେ ଜ୍ଞାନର ମୂଲ୍ୟ ଓ ନିରନ୍ତର ଜ୍ଞାନ ଆହରଣର ମହତ୍ତ୍ୱ ବିଷୟରେ କୁହାଯାଇଛି। ଏହା ଏବର ଦ୍ରୁତ ପରିବର୍ତ୍ତିତ, ପ୍ରଯୁକ୍ତିପରିଚାଳିତ ବିଶ୍ୱରେ ଆହୁରି ପ୍ରାସଙ୍ଗିକ ହୋଇପଡ଼ିଛି। ଜ୍ଞାନର ମହତ୍ତ୍ୱ ବିଷୟରେ ଭର୍ତ୍ତୃହରି କହିଛନ୍ତି-
”ବିଦ୍ୟା ନାମ ନରସ୍ୟ ରୂପମଧିକଂ ପ୍ରଚ୍ଛନ୍ନଗୁପ୍ତଂ ଧନମ୍‌, ବିଦ୍ୟା ଭୋଗକରୀ ଯଶଃସୁଖକରୀ ବିଦ୍ୟା ଗୁରୂଣାଂ ଗୁରୁଃ। ବିଦ୍ୟା ବନ୍ଧୁଜନୋ ବିଦେଶଗମନେ ବିଦ୍ୟା ପରଂ ଦୈବତମ୍‌, ବିଦ୍ୟା ରାଜସୁ ପୂଜ୍ୟତେ ନ ହି ଧନଂ ବିଦ୍ୟାବିହୀନଃ ପଶୁଃ॥“
ଅର୍ଥାତ୍‌ ଜ୍ଞାନ ମଣିଷର ରୂପ ଓ ବ୍ୟକ୍ତିତ୍ୱକୁ ସମ୍ପ୍ରସାରିତ କରିଥାଏ। ଏହା ସେହି ଗୁପ୍ତ ଧନ, ଯାହାକୁ କେହି ନେଇପାରିବେ ନାହିଁ। ଏହା ଆନନ୍ଦ ଏବଂ ଗୌରବ ପ୍ରଦାନ କରିଥାଏ। ଏହା ସମସ୍ତ ଗୁରୁମାନଙ୍କ ଗୁରୁ ଏବଂ ଏହା ବିଦେଶ ମାଟିରେ ଆମର ବନ୍ଧୁ। ଜ୍ଞାନ ହେଉଛି ପରମ ଈଶ୍ୱର, ଯାହାକୁ ରାଜାମାନେ ଭୌତିକ ସମ୍ପତ୍ତି ଅପେକ୍ଷା ଅଧିକ ପୂଜା କରିଥାନ୍ତି। ଅଜ୍ଞାନ ମନୁଷ୍ୟ ପଶୁ ସହ ସମାନ।
ଏହି ଜ୍ଞାନ କେବଳ ଏଇଠି ସରିଯାଉ ନାହିଁ, ଏହା ଆହୁରି ଗଭୀର ଗୁଣାବଳୀ ଓ ମୂଲ୍ୟବୋଧ ଦିଗରେ ଆଗେଇ ନେଇଥାଏ। ବିଦ୍ୟା ମଣିଷକୁ ବିନୟୀ କରାଇଥାଏ, ବିନମ୍ରତା ବା ଶାଳୀନତାରୁ ଯୋଗ୍ୟତା ବା ପାତ୍ରତା ଉତ୍ପନ୍ନ ହୁଏ, ଯୋଗ୍ୟତାରୁ ଧନ, ଧନରୁ ଧର୍ମ ଏବଂ ସେଥିରୁ ସୁଖ ଉତ୍ପନ୍ନ ହୋଇଥାଏ। ଶାସ୍ତ୍ରକାର କହିଛନ୍ତି-
ବିଦ୍ୟା ବିବାଦାୟ ଧନଂ ମଦାୟ ଶକ୍ତିଃ ପରେଷାଂ ପରିପୀଡ଼ନାୟ। ଖଳସ୍ୟ ସାଧୋର୍ବିପରୀତମେତତ୍‌ ଜ୍ଞାନାୟ ଦାନାୟ ଚ ରକ୍ଷଣାୟ॥
କୁଟିଳ ଲୋକମାନେ ଜ୍ଞାନର ବ୍ୟବହାର ତର୍କ ପାଇଁ କରିଥାନ୍ତି, ସମ୍ପତ୍ତିର ଅହଂକାର ଦେଖାନ୍ତି, କ୍ଷମତା ବଳରେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି। କିନ୍ତୁ ସାଧୁମାନେ ଜ୍ଞାନର ସଦୁପଯୋଗ କରନ୍ତି, ଧନ ଦାନ କରିଥାନ୍ତି ଏବଂ ଦୁର୍ବଳଙ୍କୁ ସୁରକ୍ଷା ଦେବା ଲାଗି ଶକ୍ତିର ପ୍ରୟୋଗ କରନ୍ତି।
୨୬ ନଭେମ୍ବର, ୨୦୧୯ରେ ଦେଶ ସମ୍ବିଧାନ ଦିବସ ପାଳନ କରିଥିଲା। ଏହାପରେ ଆସନ୍ତା ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆମ ସମ୍ବିଧାନରେ ଥିବା ମୌଳିକ କର୍ତ୍ତବ୍ୟ। ଆମେ ସବୁବେଳେ ଆମ ଅଧିକାର ବିଷୟରେ ଚିନ୍ତା କରିଥାଉ। ତେବେ ଆମ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଗାନ୍ଧିଜୀ କହିଥିଲେ, ଯଦି ଆମେ ସମସ୍ତେ ଆମର କର୍ତ୍ତବ୍ୟ ପାଳନ କରିବା, ତା’ହେଲେ ଆମକୁ ଆମ ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ। ଯଦି ଆମେ କର୍ତ୍ତବ୍ୟ ପାଳନ କରିବା ନାହିଁ ତା’ହେଲେ ଆମକୁ ଅଧିକାର ପଛରେ ଗୋଡ଼ାଇବାକୁ ପଡ଼ିବ, କିନ୍ତୁ ତାହା ଆମଠାରୁ ଦୂରେଇ ଦୂରେଇ ଚାଲିଥିବ। ଏପରି କି ୧୯୪୭ରେ ଗାନ୍ଧିଜୀ ‘ମାନବାଧିକାର’ ଉପରେ ଏକ ପ୍ରବନ୍ଧ ଲେଖିବା ଲାଗି ତତ୍କାଳୀନ ମିଳିତ ଜାତିସଂଘର ମହାସଚିବ ଜୁଲିଆନ ହକ୍ସଲେଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ କହିଥିଲେ, ମୁଁ ମୋ ଅଶିକ୍ଷିତ କିନ୍ତୁ ବୁଦ୍ଧିମତୀ ମା’ଙ୍କଠାରୁ ଶିଖିଛି ଯେ ଭଲଭାବେ କର୍ତ୍ତବ୍ୟ ପାଳନ କରିବା ଦ୍ୱାରା ହିଁ ସମସ୍ତ ନ୍ୟାଯ୍ୟ ତଥା ପ୍ରାପ୍ୟ ଅଧିକାର ପ୍ରାପ୍ତ ହୋଇଥାଏ। ତେଣୁ ବଞ୍ଚିବାର ସମସ୍ତ ଅଧିକାର ଆମକୁ ସେତିକିବେଳେ ହିଁ ପ୍ରାପ୍ତ ହୁଏ ଯେତେବେଳେ ଆମେ ବିଶ୍ୱ ନାଗରିକତାର କର୍ତ୍ତବ୍ୟ ପାଳନ କରିଥାଉ। ଆମକୁ ଆମ କର୍ତ୍ତବ୍ୟ ବିଷୟରେ ସଚେତନ କରୁଥିବା ମହାତ୍ମା ଗାନ୍ଧୀଙ୍କର ଏହି ମୌଳିକ ଶିକ୍ଷା ତାଙ୍କର ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
(ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ମିଶ୍ରଙ୍କ ଉଦ୍‌ବୋଧନର ସାରାଂଶ)


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri