ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ ସମନ୍ବିତ ପଦକ୍ଷେପ ନିଆ ନ ଗଲେ ପ୍ରତି ବର୍ଷ ଏହି ସ୍ଥିତି ଆହୁରି ସଙ୍ଗିନ ହେବ। ସାଧାରଣରେ ଆମେ ବାୟୁ ପ୍ରଦୂଷଣର କ୍ଷତିକାରକ ଦିଗକୁ ଚିହ୍ନିବାରେ ଅସମର୍ଥ ରହୁ, ଯଦ୍ଦ୍ବାରା ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ପ୍ରଶ୍ୱାସ ନେବା ଓ ନିଃଶ୍ୱାସ ଛାଡ଼ିବା ବେଳେ ମଣିଷ ସମେତ ସବୁ ଜୀବ ଶାରୀରିକ ସ୍ତରରେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ବ୍ରିଟେନରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ଡାକ୍ତରଙ୍କ ଏକ ଦଳ ଗତ ସପ୍ତାହରେ ସତର୍କ କରାଇଛନ୍ତି ଯେ, ଭାରତ ଏକ ବୃହତ୍‌ ଲୁକ୍କାୟିତ ସଙ୍କଟର ସମ୍ମୁଖୀନ ହେଉଛି, ଯେଉଁଥିରେ ଶ୍ୱାସନଳୀ ଓ ହତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ରହିଛି। ଏଥିମଧ୍ୟରୁ ଅନେକ ରୋଗର ନିରୂପଣ ଓ ଚିକିତ୍ସା ହୋଇପାରୁନାହିଁ। ଫଳରେ ବ୍ୟକ୍ତିଗତ ଓ ଅତ୍ୟଧିକ ଚାପଗ୍ରସ୍ତ ଥିବା ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବାରମ୍ବାର ବୋଝ ବଢ଼ୁଛି।
ବିଶେଷଜ୍ଞଙ୍କ ମତରେ, ବିଶେଷକରି ଉତ୍ତର ଭାରତରେ ଅନେକ ଲୋକ ଦୀର୍ଘକାଳୀନ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବାରୁ ବହୁ ସମୟ ଧରି ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏହା ହଠାତ୍‌ ଜଣାପଡ଼ି ନ ଥାଏ। କାରଣ ଅନେକ ରୋଗୀ ଏହାକୁ ହାଲୁକା ଭାବେ ନେଇଥାଆନ୍ତି ବା ଅଣଦେଖା କରିଦେଇଥାଆନ୍ତି। କିନ୍ତୁ ସମୟ କ୍ରମେ ଏହା ଗମ୍ଭୀର, ଦୀର୍ଘକାଳୀନ ଏବଂ କେତେକ କ୍ଷେତ୍ରରେ ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହୋଇଯାଏ। ଏହାର ପରିଣତି ଡାକ୍ତରଖାନାରେ ଭର୍ତ୍ତି ଓ ସ୍ବାସ୍ଥ୍ୟ ଖର୍ଚ୍ଚ ବଢ଼ାଇଥାଏ। ଭାରତର ବହୁସଂଖ୍ୟକ ଲୋକ ମଧ୍ୟ ଏଥିଯୋଗୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି। ଭାରତରେ ଏକ ସାଧାରଣ ଲୋକର ପରିବାର ସର୍ବଦା ଏକ ଗମ୍ଭୀର ରୋଗରେ ପଡ଼ିଲେ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଥାଆନ୍ତି।
ଗତ ଦଶନ୍ଧି ଧରି ଚିକିତ୍ସକମାନେ ହୃଦ୍‌ରୋଗର ବିଶ୍ୱ ବ୍ୟାପକତାକୁ ନେଇ ସୂଚିତ କରିଆସିଛନ୍ତି। ଏହା କେବଳ ଜୀବନଶୈଳୀଜନିତ ମେଦବହୁଳତା ନୁହେଁ, ବରଂ ସହରୀ ପରିବହନ ବ୍ୟବସ୍ଥା, କଳକାରଖାନା, ନିର୍ମାଣ ଓ ଖଣିଜ କାର୍ଯ୍ୟରୁ ନିର୍ଗତ ଧୂଆଁ ଓ ଧୂଳି ଯୋଗୁ ବୃଦ୍ଧି ପାଇବାରେ ଲାଗିଛି। ହୃଦ୍‌ରୋଗ ବିଶେଷଜ୍ଞମାନେ ବାୟୁ ପ୍ରଦୂଷଣର ହୃଦ୍‌ସ୍ବାସ୍ଥ୍ୟ ଉପରେ ଭୟଙ୍କର ପ୍ରଭାବକୁ ଉଜାଗର କରିଛନ୍ତି। ହୃଦ୍‌ରୋଗ ପ୍ରାୟତଃ ଧୀରେ ଧୀରେ ଓ ନୀରବରେ ବଢ଼େ, ଯେଉଁଠାରେ କଣିକାଗୁଡ଼ିକ ବିନା ଚେତାବନୀ ଦେଇ ରକ୍ତସ୍ରୋତରେ ପ୍ରବେଶ କରିଥାଆନ୍ତି। ଏପରିକି ବାୟୁ ଗୁଣବତ୍ତା ମଧ୍ୟମ ସ୍ତର ଥିବା ଦିନରେ ମଧ୍ୟ ଲୋକମାନେ କ୍ଷତିକାରକ ପ୍ରଦୂଷକ ସଂସ୍ପର୍ଶରେ ଆସିଥାଆନ୍ତି, ଯାହା ସେମାନଙ୍କ ଦେହରୁ ବାହାରିପାରୁ ନାହିଁ।
ଭାରତରେ ବାୟୁ ପ୍ରଦୂଷଣ କେବଳ ଉତ୍ତର ଭାରତରେ ସୀମିତ ନାହିଁ । ଏହା ଏକ ଦୀର୍ଘକାଳୀନ, ଦେଶବ୍ୟାପୀ ଜନସ୍ବାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି। ଦେଶର ବିଭିନ୍ନ ସହର ଓ ନଗରରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)) ଖରାପ ଏବଂ ଗମ୍ଭୀର ସ୍ତରରେ ପହଞ୍ଚତ୍ଥିବା ରିପୋର୍ଟ ହେଉଛି। ଡିସେମ୍ବର ୨୫ରେ ଭାରତର ୫ଟି ପ୍ରଦୂଷିତ ସହର ମଧ୍ୟରୁ ୩ଟି ଓଡ଼ିଶାରେ ଥିବା ବିଷୟ ଜାଣି ସମସ୍ତେ ଚିନ୍ତିତ ହୋଇଯିବା କଥା। ସେହି ଦିନ ଓଡ଼ିଶାର ତିନୋଟି ସ୍ଥାନ ଯଥା ବାଲେଶ୍ୱର (ଏକ୍ୟୁଆଇ ୩୩୬), ତାଳଚେର (୩୨୪) ଏବଂ ବାରିପଦା (୩୦୪)ରେ ଏକ୍ୟୁଆଇ ସ୍ତର ଉଦ୍‌ବେଗଜନକ ଥିଲା। ଏବେ ଏହି ଅନ୍ତର୍ଜାତୀୟ ସ୍ତରର ବାୟୁ ପ୍ରଦୂଷଣ ମାପକାଠିକୁ ଭାରତ ସରକାର ବଦଳାଇ ଦେବାକୁ ତତ୍ପର ହୋଇପଡ଼ିଛନ୍ତି। ବିଫଳତାକୁ ସମ୍ଭାଳିବା ପରିବର୍ତ୍ତେ ତାହାର ରୂପ ରଙ୍ଗକୁ ଜାତୀୟତାବୋଧ ଚିନ୍ତାଧାରାରେ ପରିବର୍ତ୍ତନ କରିଦେଲେ ସତେଯେମିତି ନାଗରିକର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଯିବ!
ବାୟୁ ପ୍ରଦୂଷଣ ସବୁ ବୟସ ଓ ସାମାଜିକ ସ୍ତରର ଲୋକଙ୍କୁ ପ୍ରଭାବିତ କରେ, ଯାହାର ପରିଣାମ ମାନବ ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗକୁ କବଳିତ କରୁଛି। ଚିନ୍ତାଜନକ ଭାବରେ ନଗରୀୟ ଜନସଂଖ୍ୟାର ଏକ ବଡ଼ ଅଂଶ ପାଇଁ ବିପଜ୍ଜନକ ବାୟୁ ସଂସ୍ପର୍ଶ ଏକ ଋତୁକାଳୀନ ଚିନ୍ତା ନୁହେଁ, ବରଂ ବର୍ଷବ୍ୟାପୀ ବାସ୍ତବତା ପାଲଟିଯାଇଛି। ଭାରତ-ଗାଙ୍ଗେୟ ସମତଳ ଭୂମିରେ ଦ୍ରୁତ ସହରୀକରଣ ଯୋଗୁ ବିପଜ୍ଜନକ କଣିକା ପଦାର୍ଥର ସ୍ତର ରୋଗର ଧାରାକୁ ପ୍ରଭାବିତ କରୁଛି ଏବଂ ନୀରବ ଭାବରେ ଆୟୁ କମାଉଛି।
ଏହି ନୀରବ ଘାତକ ସମ୍ପର୍କରେ ଆମେ କିଛି ଜାଣିପାରୁ ନାହୁଁ। ୨୦୨୫ ଲାନ୍‌ସେଟ କାଉଣ୍ଟଡାଉନ ଅନ୍‌ ହେଲ୍‌ଥ ଆଣ୍ଡ୍‌ କ୍ଲାଇମେଟ ଚେଞ୍ଜ ରିପୋର୍ଟ ଅନୁଯାୟୀ, ସୂକ୍ଷ୍ମ କଣିକା ପ୍ରଦୂଷଣ ଭାରତରେ ୨୦୨୨ରେ ୧୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଶିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଏହି ସମସ୍ୟାର ଗମ୍ଭୀରତାକୁ ଉଜାଗର କରିଛି, ଯାହା ଅନୁମାନ କରୁଛି ଯେ ଭାରତର ପ୍ରାୟ ୪୬% ଜନସଂଖ୍ୟା ଏପରି ଅଞ୍ଚଳରେ ରହୁଛନ୍ତି ଯେଉଁଠାରେ ବାୟୁ ପ୍ରଦୂଷଣ ଲୋକଙ୍କ ହାରାହାରି ଆୟୁ ଯଥେଷ୍ଟ କମାଇ ଦେଉଛି।
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଜୋର ଦେଇ କହୁଛନ୍ତି ଯେ, ଭାରତ ଅତୀତରେ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରିଛି, ବିଶେଷକରି ଯକ୍ଷ୍ମା ନିର୍ମୂଳନ ତାହାର ଦୃଷ୍ଟାନ୍ତ। ସେମାନେ ଯୁକ୍ତି ଦର୍ଶାଉଛନ୍ତି ଯେ ବାୟୁ ପ୍ରଦୂଷଣ ଯୋଗୁ ବଢ଼ୁଥିବା ସ୍ବାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସମାନ ଧରଣର ତ୍ୱରିତ ପଦକ୍ଷେପ, ନିବେଶ ଏବଂ ବିଧିବଦ୍ଧ ପ୍ରତିକ୍ରିୟା ନିତାନ୍ତ ଆବଶ୍ୟକ।
ଆଶ୍ଚର୍ଯ୍ୟ ଲାଗେ ସଂସଦର ଶୀତକାଳୀନ ଅଧିବେଶନରେ ସରକାର କହିଛନ୍ତି ଯେ, ଉଚ୍ଚ ଏକ୍ୟୁଆଇ ସ୍ତର ଏବଂ ଫୁସ୍‌ଫୁସ୍‌ଜନିତ ରୋଗ କିମ୍ବା ମୃତ୍ୟୁ ମଧ୍ୟରେ ସିଧାସଳଖ ପ୍ରମାଣ ନାହିଁ, ଯଦିଓ ସେମାନେ ବାୟୁ ପ୍ରଦୂଷଣକୁ ଶ୍ୱାସକ୍ରିୟା ରୋଗର ଏକ ମୁଖ୍ୟ କାରଣ ଭାବରେ ସ୍ବୀକାର କରିଛନ୍ତି। ପ୍ରଦୂଷିତ ବାୟୁ ଶ୍ୱାସକ୍ରିୟା, ହୃଦ୍‌ରୋଗ ଏବଂ ସ୍ନାୟୁ ରୋଗ ସହିତ ସଂଯୋଗ ଥିବା ବୈଜ୍ଞାନିକ ପ୍ରମାଣ ଥାଇ ମଧ୍ୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ଆହୁରି ବିଳମ୍ବ ହେଲେ ଏହା କେବଳ ଏହି ପିଢ଼ି ନୁହେଁ, ଭବିଷ୍ୟତ ପିଢ଼ିଙ୍କ ଆୟୁ ଉପରେ ସିଧା ପ୍ରଭାବ ପକାଇବ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri