ପରିଣତରେ ପୂରଣ ହୋଇଛି ପିଲାବେଳ ଇଚ୍ଛା

ଅନୁଗୋଳ ଅଫିସ, ୨୨।୬ (ଅମିତ କୁମାର ସାମଲ) : କେମିତି ମପାଯାଏ ଦିନର ତାପମାତ୍ରା। କିପରି ଠିକ୍‌ ଆକଳନ କରାଯାଏ ଖରା, ବର୍ଷା ଓ ଶୀତର। ପାଣିପାଗ ବିଭାଗର ଏହି ନିତିଦିନିଆ କାର୍ଯ୍ୟ କେଉଁ ଉପାୟରେ ପରିଚାଳନା କରାଯାଏ ତାହା ଜାଣିବାକୁ ପିଲାଦିନରୁ ଭାରି ଇଚ୍ଛା ଥିଲା। ହେଲେ କେବେ ସୁଯୋଗ ପାଇ ନ ଥିଲେ ଅନୁଗୋଳ ନିବାସୀ ଭଗବାନ ପାଣି। ୨୦୦୭ରେ କିରାଣି ଚାକିରିରୁ ଅବସର ନେବା ପରେ ସେହି ଇଚ୍ଛା ପୂରଣ ହୋଇଛି ତାଙ୍କର। ପରିଣତ ବୟସରେ ଜିଲା ପାଣିପାଗ ବିଭାଗର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଥିବା ପାଣି ଏଇ ଦୀର୍ଘବର୍ଷ ମଧ୍ୟରେ କେବଳ ତାପମାତ୍ରା ବିଷୟରେ ଜାଣିନାହାନ୍ତି ବରଂ ରାଜ୍ୟବାସୀଙ୍କୁ ଅନୁଗୋଳର ପାଣିପାଗ ସମ୍ପର୍କରେ ଦୈନିକ ସୂଚନା ମଧ୍ୟ ଦେଇ ଆସିଛନ୍ତି।
ଭଗବାନ କହିଛନ୍ତି, ପାଣିପାଗ ନେଇ ଅନେକ ସମୟରେ କରାଯାଉଥିବା ଠିକ୍‌ ଅନୁମାନ ପିଲାବେଳେ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିଲା। କେଉଁ କାରିଗରି ଜ୍ଞାନକୌଶଳ ବଳରେ ଏପରି ପୂର୍ବାନୁମାନ ଲଗାଯାଇପାରୁଛି ତାହା ଜାଣିବାକୁ ସେ ଆଗ୍ରହୀ ଥିଲେ। ୨୦୦୭ରେ ଜିଲା ମୁଖ୍ୟ କାର୍ଯ୍ୟାଳୟ କିରାଣି ପଦରୁ ଅବସର ନେବା ପରେ ଉକ୍ତ ଜ୍ଞାନକୌଶଳ ସମ୍ପର୍କରେ ଜାଣିବାର ସୁଯୋଗ ଜୁଟିଥିଲା। ଜିଲା କାର୍ଯ୍ୟାଳୟରେ ଥିବା ପାଣିପାଗ ବିଭାଗର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯିବା ପରେ ସେ ଖୁସିହୋଇ ଯାଇଥିଲେ। ଏଥିପାଇଁ ୭ ଦିନିଆ ପ୍ରଶିକ୍ଷଣ ନେବାକୁ ତାଙ୍କୁ କୋଲକାତା ପଠାଯାଇଥିଲା। ଟ୍ରେନିଂ ଶେଷ କରି ଅନୁଗୋଳ ଅଫିସରେ ପହଞ୍ଚିବା ପରେ ପ୍ରଥମେ କିଛିଟା ସମସ୍ୟା ଅନୁଭବ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାହା ଦୂର ହୋଇଯିବା ସହ ଖରା, ବର୍ଷା ସମ୍ପର୍କରେ ସେ ସୂଚନା ଦେଇପାରିଲେ। ଏବେ ଦୈନିକ ସକାଳ ସାଢ଼େ ଆଠଟା ଭିତରେ ତାଙ୍କୁ କାର୍ଯ୍ୟାଳୟରେ ପହଞ୍ଚି ଭୁବନେଶ୍ୱର ପାଣିପାଗ ବିଭାଗକୁ ରିପୋର୍ଟ ଦେବାକୁ ପଡ଼ୁଛି। ପାଗ ଯେତେ ପ୍ରତିକୂଳ ଥିଲେ ବି ସେ ଅଫିସ ଆସି ନିର୍ଦ୍ଧାରିତ ସମୟରେ ହିଁ ରିପୋର୍ଟ ପ୍ରଦାନ କରୁଛନ୍ତି। କିରାଣି ପଦବୀରୁ ଅବସର ପରେ ସେ କେବଳ ଜିଲାର ପାଣିପାଗ ସୂଚନା ଦେଉନାହାନ୍ତି, ସାଧାରଣ ନିର୍ବାଚନ ବେଳେ ମଧ୍ୟ ଅନ୍ୟ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଅନୁଗୋଳ ଉପଜିଲାପାଳଙ୍କ ଅଧୀନରେ ଥିବା ନିର୍ବାଚନମଣ୍ଡଳୀରେ ଆଡଭାଇଜର କାର୍ଯ୍ୟ ତାଙ୍କୁ ପ୍ରଦାନ କରାଯାଉଛି। ପରିଣତ ବୟସରେ ଦୈନିକ ୮ ଘଣ୍ଟା ଖଟୁଥିଲେ ବି ପିଲାବେଳ ଇଚ୍ଛା ପୂରଣ ହୋଇପାରିଥିବାରୁ ଖୁସି ଥିବା ଭଗବାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାକ୍ସ ନ ପିନ୍ଧିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ କରାଇଲେ ତହସିଲଦାର: ଭିଡିଓ ଭାଇରାଲ

ଗଞ୍ଜାମ,୧୫।୭(ଡି.ଏନ୍‌.ଏ.): ହରଡ଼ଘଣାରେ ଗଞ୍ଜାମ ତହସିଲଦାର। ତହସିଲଦାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଏବେ ବିବାଦ ଘେରକୁ ଆସିଛନ୍ତି। ଗଞ୍ଜାମ...

ଟ୍ରେନ୍‌ରେ କଟି ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା

କୁଆଁରମୁଣ୍ଡା,୨୬ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରେଳ ଷ୍ଟେଶନ ନିକଟସ୍ଥ କାଲୋସିହିରିଆ ରେଲଓ୍ବେ ବ୍ରିଜ୍‌ଠାରୁ ଶହେ ମିଟର ଦୂର ବୁଗଦା ପୁଲିଆ ନିକଟରେ ଥିବା ରେଳଧାରଣାର ଶନିବାର...

ବୋଲେରୋରେ ନେଉଥିଲେ ଧରାପଡ଼ିଲେ

କୋକସରା, ୩୧ା୭ (ଡି.ଏନ.ଏ): ପଡୋଶୀ ଆନ୍ଧ୍ରପ୍ରଦେଶରୁ କୋରାପୁଟକୁ ଲମ୍ବିଛି ଗଞ୍ଜେଇ ବ୍ୟବସାୟୀଙ୍କ ଚେର। କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରୁ ରାଜପଥ ଦେଇ ପ୍ରତିଦିନ ଗଞ୍ଜେଇ ଚାଲାଣ...

ନନ୍ଦନକାନନ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟ ଫାଟକ ବନ୍ଦ: ଉପନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

ବାରଙ୍ଗ, ୨୫।୯(ଡି.ଏନ୍‌.ଏ.): ନନ୍ଦନକାନନ ପଶୁପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ବୁଧବାର ସକାଳେ ନନ୍ଦନକାନନ ମୁଖ୍ୟ ପ୍ରବେଶପଥ ଫାଟକକୁ ବନ୍ଦ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର...

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ

ଫୁଲବାଣୀ ଅଫିସ, ୨୦ା୫-କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଫଡିରେ...

ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି

ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍‌ୱେଲ୍‌ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି।...

ମୃତ ଶିଶୁକୁ ଖାଉଛି କୁକୁର

କେନ୍ଦୁଝର,୨୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଶନିବାର ଏକ ଅଭାବନୀୟ ଗଟଣା ଘଟିଛି। ଏକ ବୁଲା କୁକୁର ଏକ ଶିଶୁର ମୃତ ଦେହକୁ...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବୋହୂର ସ୍ବୀକୃତି ଦାବି କଲେ ଯୁବତୀ

ପରଜଙ୍ଗ, ୫।୧୨(ଡି.ଏନ.ଏ.) – ବୋହୂର ସ୍ବୀକୃତି ଦାବିକରି ଜଣେ ଯୁବତୀ ପ୍ରେମିକଙ୍କ ଘର ବାରଣ୍ଡାରେ ଦୁଇଦିନ ହେଲା ଧାରଣାରେ ବସିବା ଘଟଣା ଢେଙ୍କାନାଳ ଜିଲା ପରଜଙ୍ଗ...

Advertisement
Archives

Model This Week