Posted inରାଜ୍ୟ

ପରିଚାଳନାଗତ ତ୍ରୁଟି : ବନ୍ଦ ହେଲା ୧୧ ସରକାରୀ ସ୍କୁଲ

ପାରାଦୀପ,୧୦ା୬(ସ୍ବ.ପ୍ର.): ପରିଚାଳନାଗତ ତ୍ରୁଟି, ଦଣ୍ଡ ବ୍ୟବସ୍ଥା ଉଚ୍ଛେଦ, ଗୁଣାତ୍ମକ ପାଠ୍ୟକ୍ରମର ଅଭାବ ଓ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଆଦି କାରଣରୁ ସରକାରୀ ବିଦ୍ୟାଳୟଗୁଡିକ ରୁଗ୍‌ଣ ଅବସ୍ଥାକୁ ଚାଲିଯାଉଥିବା କୁହାଯାଉଛି। ଏଥିଯୋଗୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ପାଇବାରେ ଲାଗିଛି। ଫଳରେ ପ୍ରତିବର୍ଷ ସାରା ରାଜ୍ୟରେ ବହୁ ସରକାରୀ ସ୍କୁଲ ସବୁଦିନ ପାଇଁ ବନ୍ଦ ହେଉଥିବା ଦେଖିବାକୁ ମିଳୁଛି। ଶିକ୍ଷାର ଏଭଳି ଦୁରାବସ୍ଥା ଯୋଗୁ ଚଳିତବର୍ଷ କୁଜଙ୍ଗ ଶିକ୍ଷାଜିଲାରେ ୧୧ଟି ସରକାରୀ ବିଦ୍ୟାଳୟ ବନ୍ଦ ହୋଇଛି। ସେହି ସବୁ ସ୍କୁଲରେ ଥିବା ୧୦ରୁ କମ୍‌ ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ସ୍କୁଲରେ ପଢିବା ପାଇଁ ବ୍ୟବସ୍ଥା ହୋଇଛି। ସେହି ୧୧ ସ୍କୁଲ ହେଲା ଚାନ୍ଦପୁର, ହରିପୁର, ଧୂସଳ, କୋଷ୍ଟିମୁଣ୍ଡା, କୋରିଲୋ, ରାଣୀପଡ଼ା, ତେନ୍ତୁଳିଆ, ମଠସାହି, ବିବଚ୍ଛପୁର ଓ ବୀଣାପାଣି ପ୍ରାଥମିକ ବିଦ୍ୟାଳୟ। ଏଥିରେ ପାରାଦୀପ ପୌରାଞ୍ଚଳରେ ଥିବା ୧୨ ସରକାରୀ ସ୍କୁଲ ମଧ୍ୟରୁ କେବଳ ଶୁଖୁଆଖଳାରେ ଥିବା ବୀଣାପାଣୀ ବିଦ୍ୟାଳୟ ରହିଛି। ଉକ୍ତ ସ୍କୁଲର ୯ ଛାତ୍ରୀଛାତ୍ର ନିକଟସ୍ଥ ଘୋଲାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ପାଖକୁ ଚିଠି (ନଂ.୯୪୦) ଆସିଛି। ଉକ୍ତ ଚିଠି ପାଇବା ପରେ ଗତ ଗୁରୁବାର ବିଧିବଦ୍ଧ ଭାବେ ସ୍କୁଲ ବନ୍ଦ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଦାୟିତ୍ୱ ବଣ୍ଟନ କରାଯାଇଛି ବୋଲି ସିଆରସିସି ପ୍ରମୋଦ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ଶୁଖୁଆଖଳା ସମେତ ପାରାଦୀପର ୧୨ଟି ସ୍ଥାନରେ ସର୍ବଶିକ୍ଷା ଯୋଜନା ଅଧୀନରେ ୧୨ଟି ବିଦ୍ୟାଳୟ ଖୋଲିଥିଲା। ସେତେବେଳେ ୧୨ ସ୍କୁଲରେ ୪୭୦୦ ଛାତ୍ରୀଛାତ୍ର ପଢୁଥିଲେ। କିନ୍ତୁ ବିଭିନ୍ନ କାରଣରୁ ଏବେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଇ ୯୪୦ରେ ପହଞ୍ଚତ୍ଛି। ଶୁଖୁଆଖଳାରେ ଖୋଲାଯାଇଥିବା ସ୍କୁଲର ନାମ ବିୟରଫ୍ୟାକ୍ଟ୍ରି ବିଦ୍ୟାଳୟ ରଖାଯାଇଥିଲା। ଏହି ନାମକୁ ବିରୋଧ ହେବା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ୨୦୧୫ ପରିବର୍ତ୍ତନ କରାଯାଇ ବୀଣାପାଣି ରଖାଯାଇଥିଲା। ଏହି ସ୍କୁଲ ବନ୍ଦ ହେବାବେଳକୁ ସରକାରୀ ଭାବେ ୯ଜଣ ପିଲା ଥିବା ଦର୍ଶାଯାଇଛି। ବାସ୍ତବରେ ଉକ୍ତ ସ୍କୁଲରେ ୪ରୁ ୫ ଜଣ ପିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପଢୁଥିଲେ। ସେମାନଙ୍କୁ ପଢାଇବା ପାଇଁ ୨ ଜଣ ଲେବଲ ୪ ଶିକ୍ଷୟିତ୍ରୀ ଥିଲେ। ଏ ସମ୍ପର୍କରେ ଏକାଧିକଥର ଖବର ପ୍ରକାଶ ପାଇବା ପରେ ଏବେ ଉକ୍ତ ବିଦ୍ୟାଳୟ ବନ୍ଦ ହୋଇଛି। ସେହିପରି ଆଉ ଏକ ସ୍କୁଲ ହେଉଛି ନୂଆବଜାରରେ ଥିବା ମୁକ୍ତେଶ୍ୱର ପ୍ରାଥମିକ ବିଦ୍ୟାଳୟ। ତାହା ମଧ୍ୟ ବନ୍ଦ ହୋଇ ସଞ୍ଜୟ ଗାନ୍ଧୀ ସ୍କୁଲରେ ମିଶ୍ରଣ ହେବା କଥା। କିନ୍ତୁ ସେଥିରେ ୨୫ଜଣ ପିଲା ପଢୁଥିବା ଦର୍ଶାଯାଇ ମିଶ୍ରଣରୁ ବାଦ୍‌ ଦିଆଯାଇଛି। ବାସ୍ତବରେ ଉକ୍ତ ସ୍କୁଲରେ ୧୦ରୁ କମ୍‌ ପିଲା ପଢୁଛନ୍ତି। ସଞ୍ଜୟ ଗାନ୍ଧୀ ସ୍କୁଲଠାରୁ ମୁକ୍ତେଶ୍ୱର ସ୍କୁଲର ଦୂରତା ମାତ୍ର ୫୦୦ ମିଟର। ଶିକ୍ଷୟିତ୍ରୀ ଶିକ୍ଷକ ଥଇଥାନ ନୀତିରେ ଉକ୍ତ ସ୍କୁଲକୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାଶଙ୍କୁ ପଚାରିବାରେ ସେ କହିଲେ ଯେ ମୁକ୍ତେଶ୍ୱର ବିଦ୍ୟାଳୟ ମିଶ୍ରଣ ତାଲିକା ବିଳମ୍ବରେ ପହଞ୍ଚତ୍ବା ଓ ସେଥିରେ କେତେଜଣ ଲୋକ ଅଭିଯୋଗ ଉଠାଇବା ଯୋଗୁ ତାହା ଚଳିତଥର ମିଶ୍ରଣ ହୋଇପାରିନାହିଁ। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ମିଶ୍ରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୫୦ ସ୍ବତନ୍ତ୍ର ଐତିହ୍ୟ ବୟନକଳା ସାମଗ୍ରୀ ମଧ୍ୟରେ ଓଡ଼ିଶାର ୫

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ଓ ବୟନ ସାମଗ୍ରୀ ନିଜର ସ୍ବତନ୍ତ୍ରତା ପାଇଁ ସବୁବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ଚାହିଦା ବଜାୟ ରଖି ଆସିଛି। ଶନିବାର ୟୁନେସ୍କୋ...

ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର: ଐଶାନ୍ୟ କୋଣରେ ନିର୍ମାଣ ହେବ ରୋଷଘର

ପୁରୁଣା ଭୁବନେଶ୍ୱର, ୨୦ା୭ (ଡି.ଏନ୍‌.ଏ.): ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିରର ରୂପରେଖ ବଦଳିବ। ବର୍ଷ ବର୍ଷ ଧରି ମନ୍ଦିର ପରିସରରେ ଥିବା ରୋଷଘର ମନ୍ଦିରର କାରୁକାର୍ଯ୍ୟ...

ବଦଳି ସତ୍ତ୍ୱେ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ପୋଲିସ ବାବୁ

ଭୁବନେଶ୍ୱର,୨୭।୨(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ରହିବା ପାଇଁ ସରକାରଙ୍କ ପକ୍ଷରୁ ବାସ ଉପଯୋଗୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଉଛି। ତେବେ ଭୁବନେଶ୍ୱର ଓ କଟକରେ...

ଟେଲିକମ୍‌ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି: ମୋବାଇଲ୍‌ ସଂଯୋଗ ନ କାଟିବାକୁ ଅନୁରୋଧ

ଭୁବନେଶ୍ୱର,୯ା୪: କରୋନା ଭୂତାଣୁ ସଂକ୍ରମଣ ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ମୋବାଇଲ୍‌ ବିଲ୍‌ ପଇଠ ଏବଂ ରିଚାର୍ଜ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ...

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ...

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା...

ରିକ୍ସାଚାଳକଙ୍କ ନାମରେ ଲେଖିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ ଅଫିସ,୧୪ା୧୧: ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତ୍ତରାଧିକାରୀ କରିବା ପାଇଁ ମନସ୍ଥ କରି କଟକ ସୂତାହାଟ...

୫ ସ୍ଥାନରେ ଭାଜପାକୁ ଟାର୍ଗେଟ କରିବ କଂଗ୍ରେସ

ଭୁବନେଶ୍ବର, ୨୮ା୩(ବ୍ୟୁରୋ):କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ଲୋକ ସଭାରେ ରଦ୍ଦ ହେବା ପରେ ସାରା ଦେଶରେ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।...

Advertisement
Archives

Model This Week