ପରଲୋକରେ ଇରଫାନ୍‌

ବମ୍ବେ: ପରଲୋକରେ ବଲିଉଡ୍‌ର ଖ୍ୟାତନାମା ଅଭିନେତା ଇରଫାନ୍‌ ଖାନ୍‌। ୫୪ ବର୍ଷ ବୟସରେ ବମ୍ବେର କୋକିଲାବେନ୍‌ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିର୍ଦ୍ଦେଶକ ସୁଜିତ ସରକାର ଟୁଇଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର କୋଲନ୍‌ ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୨୦୧୮ରେ ଇର୍‌ଫାନ୍‌ଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ବିଦେଶରେ ସେ ଏହାର ଚିକିତ୍ସା କରାଇ ସୁସ୍ଥ ହୋଇଯାଇଥିଲେ। ହେଲେ ଏବେ ଇରଫାନ୍‌ଙ୍କ ଏଭଳି ମୃତ୍ୟୁ ଖବର ତାଙ୍କ ପ୍ରଶଂସକ ତଥା ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳାଇଦେଇଛି।

ସୁଜିତ୍‌ ଟୁଇଟ୍‌ କରି କହିଛନ୍ତି, ମୋର ଭଲ ବନ୍ଧୁ ଇରଫାନ୍‌। ତୁମେ ଲଢ଼ିଲ, ଲଢ଼ିଲ ଏବଂ ଲଢ଼ିଲ। ମୁଁ ତୁମକୁ ନେଇ ସର୍ବଦା ଗର୍ବ କରିବି। ପୁଣି ଥରେ ଆମେ ପରସ୍ପରକୁ ଭେଟିବା। ସୁତାପା ଏବଂ ବାବିଲଙ୍କୁ ମୁଁ ସମବେଦନା ଜଣାଉଛି। ତୁମେମାନେ ବି ଲଢ଼ିଛ। ସୁତାପା ତୁମେ ଯାହା କରିପାରିଥାନ୍ତ କରିଛ। ଓମ୍‌ ଶାନ୍ତି। ଇରଫାନ୍‌ ଖାନ୍‌ଙ୍କୁ ସଲାମ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ମନୋରଞ୍ଜ ଜଗତ ପାଇଁ ବର୍ଷ ୨୦୨୦ ସବୁଠାରୁ ଖରାପ ସାବ୍ୟସ୍ତ ହୋଇଛି। କାରଣ ଏହି ବର୍ଷ ବଲିଉଡ୍‌ ସମେତ ଛୋଟ ପରଦାର ଅନେକ କଳାକାରଙ୍କ ମୃତ୍ୟୁ...

ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ...

ଆରମ୍ଭରୁ ତ୍ରିମୁଖୀ ଲଢ଼େଇ

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ...

ମାତ୍ର ୨ ଟଙ୍କା ପାଇଁ କ୍ରିକେଟ ଟିମ୍‌ରେ ସାମିଲ ହେବାରୁ ବଞ୍ଚିତଥିଲେ ବିଗ୍‌ ବି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଲୋକପ୍ରି ଟିଭି ଶୋ’‘କୌନ ବନେଗା କରୋଡପତି’ର ୧୨ତମ ସିଜିନ୍‌ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ସାମ୍ମାକୁ ଆସିସାରିଛନ୍ତି। ଇତିମଧ୍ୟରେ ଶୋ’ର କେତୋଟି...

୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ...

୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ କରିଥିଲେ କବିର

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମ୍‌ଦାର୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା କବିର ବେଦୀ ରୋମାନ୍ସକୁ ନେଇ ମଧ୍ୟ ରହୁଥିଲେ ବେଶ୍‌ ଚର୍ଚ୍ଚାରେ। କେବଳ ସେତିକି ନୁହେଁ...

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ଫିଟ୍‌ନେସ୍‌ ସିକ୍ରେଟ୍‌ କହିଲେ ମନୀଷ

ମୁମ୍ବାଇ : ଲକ୍‌ଡାଉନ୍‌ ସମୟରେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି...

Coronavirus Update

Archives

Model This Week

Why Dharitri