ପବନରେ ଇଟା ଖସିଲା: ୩ ହବିଷିଆଳି ଆହତ

ପୁରୀ ଅଫିସ, ୧୦।୧୧: ବାତ୍ୟା ବୁଲବୁଲ ପ୍ରଭାବରେ ୩ଜଣ ହବିଷିଆଳି ଆହତ ହୋଇଛନ୍ତି। ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଆଶ୍ରୟସ୍ଥଳୀକୁ ଫେରିଛନ୍ତି। ସୂଚନା ମୁତାବକ, ନିର୍ମାଣାଧୀନ ନରେନ୍ଦ୍ରକୋଣ ଆଶ୍ରୟସ୍ଥଳୀରେ ପ୍ରାୟ ୧,୨୦୦ ହବିଷିଆଳି ଅଛନ୍ତି। ଏହି ଆଶ୍ରୟସ୍ଥଳୀ ଘରଗୁଡ଼ିିକର କାମ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଝରକାରେ ପାଲ ଦିଆଯାଇ ସେଟ କରାଯାଇଛି। ବାତ୍ୟା ବୁଲବୁଲ ପ୍ରଭାବରେ ବର୍ଷା ପବନ ଆଶଙ୍କା କରାଯାଇ ଝରକା ଏବଂ ଅନ୍ୟ ଖୋଲା ଜାଗାରେ ପଟା ଦିଆଯାଇ ଥିଲା। ଶୁକ୍ରବାର ରାତିରେ ପବନରେ ପଟା ଖସିଯିବାରୁ ସେହି ସ୍ଥାନରୁ କିଛି ଇଟା ତଳକୁ ପଡ଼ିଯାଇଥିଲା। ଫଳରେ ୩ଜଣ ହବିଷିଆଳି ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଆଶ୍ରୟସ୍ଥଳୀକୁ ଫେରିଥିଲେ। ପୁଣି ଶନିବାର ସକାଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ...

ପୋଖରୀରେ ବୁଡ଼ି ନାବାଳିକାଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୯ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ଅଧୀନ ଇଚିଣ୍ଡା ବସ୍ତୀର ଜଣେ ନାବାଳିକା ଗୁରୁବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବଜରଙ୍ଗ ବେହେରାଙ୍କ ଝିଅ...

ସାନିଟାଇଜ ହେଲା ଲୋଇସିଂହା ବସ୍ତି

ଲୋଇସିଂହା,୧୧।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ଶନିବାର ସାନିଟାଇଜ...

ରାମାୟଣ ଦେଖି ଖୁସି ହେଲେ ବରିଷ୍ଠ ନାଗରିକ

ପୁରୀ ଅଫିସ,୨୯ା୩: ପରଦାକୁ ଫେରିଲା ପୌରାଣିକ ଧାରାବାହିକ ରାମାୟଣ। ଅଶୀ ଦଶକର ଏହି ଲୋକପ୍ରିୟ ଧାରାବାହିକ ଶନିବାରଠାରୁ ପୁଣି ପ୍ରସାରଣ ଆରମ୍ଭ ହୋଇଛି। ବର୍ତ୍ତମାନ କରୋନାକୁ...

ତହସିଲ ପକ୍ଷରୁ ଚଢାଉ, ୨୩ଟି ଗାଡି ଜବତ

ଧର୍ମଶାଳା/ଚଢେଇଧରା/ଜେନାପୁର,୫।୬(ଡି.ଏନ୍‌.ଏ.)- ଢେଙ୍କାନାଳ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ଜିଲା ସୀମାନ୍ତ ଚଡ଼କମରା ଡଙ୍କାରୀ ପାହାଡରେ ଥିବା ବେଆଇନ କଳାପଥର ଖାଦାନରେ ଗତ ଏକ ତାରିଖରେ ବ୍ୟାପକ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୭ା୭: ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଖଜୁରିପଡା ଥାନାରେ ଅଭିଯୋଗ ହୋଇଛି ା ଲାଇନପଡା ଅଞ୍ଚଳର ଜଣେ ଯୁବକ...

ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି...

କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ବନ୍ତ,୧୮।୬(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ପୁରୁଷଣ୍ଢ ଗ୍ରାମର ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement


Archives

Model This Week

Why Dharitri