ପନିକି ଘାଟିରେ ବରଯାତ୍ରୀ ଗାଡି ଓଲଟି, ୭ ଗୁରୁତର

ତେଲକୋଇ, ୨୮।୪(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମରେ ଝିଅ ବାହାଘର ହୋଇଥିଲା। ଶନିବାର ଗ୍ରାମବାସୀ ମହିଳା ଓ ପୁରୁଷ ମିଶି ଝିଅକୁ ବିଦା ଦେବା ପାଇଁ ଏକ ୪୦୭ ଗାଡିରେ ତାଳପଦା ଦେଇ ହରିଚନ୍ଦନପୁର ବ୍ଲକ ଅଭିମୁଖେ ଯାଉଥିଲେ। ଉକ୍ତ ଗାଡିରେ ୩୦ରୁ ଊର୍ଦ୍ଧ୍ୱ ଲୋକେ ବସିଥିଲେ। ତାଳପଦା ଆଗରେ ଥିବା ପନିକି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବା ଯୋଗୁଁ ୭ଜଣ ଗୁରୁତର ଆହତ ହୋଇଥିଲେ। ଆହତ ମାନଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଅନ୍ୟ ଗୁରୁତର ଯାତ୍ରୀଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ପୁଅ, ବାପା ଫେରାର

ରୂପ୍‌ସା, ୭।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍‌ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ...

ଶିକ୍ଷକଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର

ସିମୁଳିଆ,୨ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ...

ଆବାସ ଯୋଜନାରୁ ବାଦ୍‌ ପଡିବା ଘଟଣା: ପୁନଃ ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ଖଇରା, ୧୮।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଆବାସ ଯୋଜନାରୁ ବଞ୍ଚିତ ୨୨୮ ପରିବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨ଦିନ ଧରି ଧାରଣାରେ...

ବସ୍ତିବାସିନ୍ଦାଙ୍କ ଭୟରେ ତହସିଲ ଅଫିସ ଫାଟକରେ ତାଲା

ବାଲେଶ୍ୱର ଅଫିସ, ୧୯ା୪ ବାଲେଶ୍ୱର ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସଦର ତହସିଲ ଅଫିସ୍‌ ଫାଟକ ବନ୍ଦ ହୋଇଥିବା ଦେଖିବାକୁ...

ତୃଷାର୍ତ୍ତ ପ୍ରାଣୀପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା

ନୀଳଗିରି,୧୯।୪ (ସ୍ବ.ପ୍ର) ପ୍ରକୃତି, ପ୍ରାଣୀପକ୍ଷୀ ଆଉ ମଣିଷ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ପରିବେଶର ଜାଗ୍ରତ ପ୍ରହରୀ ସାଜି ନୀଳଗିରିର କେତେଜଣ ପ୍ରକୃତିପ୍ରେମୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେଲେ ବସ୍ତା ବିଧାୟକ

ବସ୍ତା,୨୬।୩ (ଡି.ଏନ୍‌.ଏ): କରୋନା ମୁକାବିଲା ପାଇଁ ବାଲେଶ୍ୱର ଜିଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ତାଙ୍କର ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ...

କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର...

ବାଲେଶ୍ୱରରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ: ୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୧ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେ ଜଣେ...

Advertisement
Archives

Model This Week