ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା ସହିତ ଆସନ୍ତା ସୋମବାର ଡିସଚାର୍ଜ କରାଯିବ ବୋଲି ଚିକତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ା ଗତ ସୋମବାର ଜୟପୁର ବ୍ଲକ ପାତ୍ରପୁଟ ଗ୍ରାମ ନିଜ ବାସଗୃହରେ କମଳା ଅସୁସ୍ଥ ହୋଇପଡିଥିଲେ। ତାଙ୍କର ସ୍ବାସ୍ଥ୍ୟ ବିଷୟରେ ବୁଝିବାକୁ ଜୟପୁର ଅତିରିକ୍ତ ତହସିଲଦାର ନିଳାମ୍ବର ପୂଜାରୀ ତାଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ଅସୁସ୍ଥତା ଦେଖି ତୁରନ୍ତ ତାଙ୍କୁ ନିଜ ସରକାରୀ ଗାଡିରେ ଆଣି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କୁ ସ୍ବତନ୍ତ୍ର ୨ ନମ୍ବର କକ୍ଷରେ ରଖାଯାଇଥିଲା। ଜିଲା ଚିକିତ୍ସାଳୟର ଅଧୀକ୍ଷକ ଡା. ରାମଚନ୍ଦ୍ର ମହାନ୍ତିଙ୍କ ସମେତ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ। ରକ୍ତଚାପ ବୃଦ୍ଧି ପାଇଥିବା ସହିତ ବାର୍ଦ୍ଧକ୍ୟଜନିତ ଦୁର୍ବଳତା ଯୋଗୁ ସାମାନ୍ୟ ଅସୁସ୍ଥ ହୋଇଥିଲେ। ଚିକିତ୍ସାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ତାଙ୍କ ପୁଅ ଟଙ୍କଧର ପୂଜାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି/ ଚିତ୍ରକୋଣ୍ଡା/କୋରୁକୋଣ୍ଡା, ୪।୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ଆଦିବାସୀଙ୍କ ପ୍ରଜାମେଳି ଦେଖିବାକୁ ମିଳିଛି। ଜୋଡାମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ମଙ୍ଗଳବାର ୫ଶହରୁ ଊର୍ଦ୍ଧ୍ୱ ଆଦିବାସୀ...

୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ

ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ...

ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା ବାତିଲ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ବୋର୍ଡ ଦ୍ୱାରା ପରିଚାଳିତ ଦଶମ (ଆଇସିଏସ୍‌ଇ) ଓ...

ଫିଟ୍‌ନେସ୍‌ ପରୀକ୍ଷା କରିବ ମେଶିନ

ଭୁବନେଶ୍ୱର୧୨।୧୦(ବ୍ୟୁରୋ): ରାଜ୍ୟ ପରିବହନ ବିଭାଗ ଦ୍ୱାରା ଚଳିତ ମାସ ୨୩ ତାରିଖରୁ ଅଟୋମେଟେଡ୍‌ ଇନ୍ସପେକ୍ସନ ଆଣ୍ଡ ସାର୍ଟିଫିକେଶନ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ...

ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ

ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ...

ମୁକ୍ତିକାନ୍ତଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳର ଶିଶୁ ପ୍ରତିଭା ମୁକ୍ତିକାନ୍ତ ଦାଶଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ...

କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା...

ପୁଓର ଚିକିଛା ଲାଗି ରାଏଜ୍‌ ବାହାରେ ମା’ବାପ୍‌

କଣ୍ଟାମାଳ, ୧୬।୧୦ (ଡି.ଏନ୍‌.ଏ.)- ଟଁକା ପଏସା ଅଭାବୁ ଅନେକ ଲୋକ୍‌ ଜୀବନର ସବୁ ଆଶ୍‌କେ ହରେଇ ଦେସନ୍‌। ଅସମିଆରେ ବୁଧିବାଟ୍‌ ବନା ହେଇଯାଏସି। ହେଲେ କାହାକେ...

Advertisement
Archives

Model This Week