Advertisement

ପଦ୍ମପୁରରେ ପ୍ରଚାର କରିବେ ଧାମନଗର ବିଧାୟକ

ଭୁବନେଶ୍ବର, ୧୦ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନରେ ବିଜୟ ହାସଲକରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁର ପ୍ରଚାରରେ ଭାଜପା ଓହ୍ଲାଇବ। ପଦ୍ମପୁର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ଦଳ ପାଇଁ ପ୍ରଚାର କରିବେ ବୋଲି ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଜୟନାରାୟଣ କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ। ସେ ନୂଆକରି ବିଧାନସଭାକୁ ଆସିଛନ୍ତି। ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ଭୋଟରଙ୍କ ଉପରେ ରହିବ। ପଦ୍ମପୁରରେ ଭାଜପା ପ୍ରାର୍ଥୀ ନିଶ୍ଚିତ ଜିତିବେ। ସେଥିପାଇଁ ସେମାନେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ। ଏଥିଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ସେଠାରେ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଗଲାଣି। ଧାମନଗରରେ ଯେଭଳି ଆମେ ପ୍ରତ୍ୟେକ ଭୋଟରଙ୍କ ସହିତ ଯୋଗାଯୋଗ କରିଥିଲୁ ପଦ୍ମପୁରରେ ମଧ୍ୟ ସେମିତି କରିବୁ। ୨୨ ବର୍ଷ ଧରି ରାଜ୍ୟ ସରକାରଙ୍କ ଅରାଜକତା ବିଷୟରେ ଲୋକଙ୍କୁ କହିବୁ। ଚାଷୀଙ୍କ ପ୍ରତି ଅବହେଳା ମୁଖ୍ୟ ପ୍ରସଙ୍ଗ ହେବ। ପଦ୍ମପୁର ଉପନିର୍ବାଚନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ସହ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଓ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଦଳ ଦାୟିତ୍ୱ ଦେଇଛି। ଏହାସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେବେ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପଟେ ବୁଧବାର ଭାଜପା ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସମେତ ଦଳର ରାଜ୍ୟସ୍ତରୀୟ ନେତାମାନେ ଭିଡିଓ କନ୍‌ଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଦଳ ପଦ୍ମପୁର ଉପନିର୍ବାଚନରେ କିପରି ବିଜୟ ହାସଲ କରିବ ସେନେଇ ମଧ୍ୟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏହାସହ କେଉଁ ନେତାଙ୍କୁ କେଉଁ ସବୁ ପଞ୍ଚାୟତ ଦାୟିତ୍ୱ ବଣ୍ଟାଯିବ ସେନେଇ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଜଣାପଡିଛି। ବାହାରକୁ ଏହି ୩ ନେତାଙ୍କୁ ମୁଖ୍ୟ ଦାୟିତ୍ୱ ଦେଉଛି ବୋଲି କୁହାଯାଉଥିଲେ ମଧ୍ୟ ଦଳ ଧାମନଗର ଭଳି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଦଳୀୟ କାର୍ଯ୍ୟାଳୟଠାରେ ବରିଷ୍ଠ ନେତାମାନଙ୍କ ଆଶୀର୍ବାଦ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷ ଜେଲଦଣ୍ଡ ଭୋଗି ଘରକୁ ଫେରିଥିଲେ, ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କଲେ ହତ୍ୟା

ବେତନଟୀ,୧।୧୧(ସ୍ବ.ପ୍ର.): ସମ୍ପର୍କୀୟକୁ ହତ୍ୟା କରି ଭୋଗିଥିଲେ ୧୪ ବର୍ଷ ଜେଲଦଣ୍ଡ । ଚାରି ମାସ ତଳେ ଘରକୁ ଫେରି ପୁଣି ସ୍ତ୍ରୀଙ୍କୁ ନିର୍ମମ ଭାବେ କରିଛନ୍ତି...

ହୋଟେଲରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକ ହୋଟେଲରେ ରଖି ବଳାତ୍କାର କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ...

ପୁରୀକୁ ଚାଲିବ ବନ୍ଦେ ଭାରତ ଟ୍ରେନ୍‌

ପୁରୀ ଅଫିସ୍‌/ ସାକ୍ଷୀଗୋପାଳ (ସ୍ବ.ପ୍ର./ଡି.ଏନ୍‌.ଏ.) ଭୁବନେଶ୍ୱର, ୨୦।୮(ବ୍ୟୁରୋ) ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ଗୋଟିଏ ପୁରୀକୁ ଚଳାଚଳ କରିବ। ପୁରୀ...

ଅନ୍‌ଲାଇନ୍‌ ପାଠପଢ଼ା ନାମକୁ ମାତ୍ର: ବାଦ୍‌ ପଡୁଛନ୍ତି ୬୦ ପ୍ରତିଶତ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୯।୭-ମହାମାରୀ କରୋନା ପ୍ରଭାବରେ ଚଳିତବର୍ଷ ଶିକ୍ଷାଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ବାଲେଶ୍ୱର ଜିଲାର ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟାଳୟକୁ...

ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୫।୪(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରବିବାର ସନ୍ଧ୍ୟାରେ ୩୦ ମିନିଟ୍‌ ବିଜୁଳି କାଟ କରାଯାଇଛି। ବିଭିନ୍ନ ସ୍ଥାନରେ...

ଜୀବନ ପଛ କିଣାବିକା ଆଗ: ରାୟଗଡ଼ାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ, ଡ୍ରେସ୍‌ ଦୋକାନରେ ଜମୁଛି ଭିଡ

ରାୟଗଡା ଅଫିସ, ୧୮।୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ ବଢ଼ାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ନାବାଳିକାଙ୍କୁ ଗର୍ଭବତୀ କଲେ ବଡ଼ ଭଉଣୀଙ୍କ ଦିଅର

ଜୟପୁର, ୧୦ା୧୨(ନି.ପ୍ର.): ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଇ ଗର୍ଭବତୀ କରିଥିବା ନେଇ କୋରାପୁଟ ଜିଲା ଜୟପୁର ମହିଳା ଥାନା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି...

ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ...

Advertisement
Archives

Model This Week