Advertisement

ପଦନୀପାଳକୁ ଜିଲାପାଳଙ୍କ ଗସ୍ତ: ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପ୍ରତିଶ୍ରୁତି

ଆଳି/ରାଜକନିକା, ୫।୧୨ (ଡି.ଏନ୍‌.ଏ): ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତ ଚତୁଃପାର୍ଶ୍ୱରେ କାଣୀ ଓ ଖରସ୍ରୋତା ନଦୀ ଘେରି ରହିଥିବାରୁ ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର ଆବଶ୍ୟକତା ପଡ଼େ। ତେବେ ଦୀର୍ଘବର୍ଷ ଧରି ଏହି ପଞ୍ଚାୟତବାସୀଙ୍କ ଯାତାୟାତ ସୁବିଧା ନିମନ୍ତେ ଏକ ପୋଲ ନିର୍ମାଣ ପାଇଁ ଦାବି ହେଉଥିଲେ ବି ପ୍ରଶାସନ କିମ୍ବା ରାଜନେତା ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହି ପଞ୍ଚାୟତରେ ବସବାସ କରୁଥିବା ପ୍ରାୟ ୫ହଜାର ଲୋକଙ୍କ ଯାତାୟାତର ଏକମାତ୍ର ମାଧ୍ୟମ ପାଲଟିଛି ଡଙ୍ଗା। ହେଲେ ଏବେ ନିଜ ଉଦ୍ୟମରେ ପୋଲ ତିଆରି କରିବା ପାଇଁ ପଞ୍ଚାୟତବାସୀ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରୁଥିବା ବେଳେ ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହି ଖବରପାଇ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ବୁଧବାର ପଦନୀପାଳ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକେ ନିର୍ମାଣ କରିଥିବା ରାସ୍ତାକୁ ଦେଖିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ନଦୀ ଉପରେ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏଥିସହିତ ନଦୀ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଂ କରାଯିବ ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ଚାନ୍ଦାକରି ତିଆରି କରିଥିବା ରାସ୍ତାକୁ ଏମ୍‌ଜିଏନଆର୍‌ଇଜିଏସ୍‌ ମାଧ୍ୟମରେ ଅର୍ଥ ପ୍ରଦାନ କରିବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୮ ରେ ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ ପଦନୀପାଳକୁ ଯାଇ ପୋଲ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ...

ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର: ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୪।୧୧: ଡିସେମ୍ବର ମାସରେ ଖୋଲିପାରେ ଶ୍ରୀମନ୍ଦିର। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ମୁଖ୍ୟ ପ୍ରଶାସକଙ୍କ ସୂଚନା...

ଓଡ଼ିଶାରେ ଖୁବ୍‌ଶୀଘ୍ର ଆଇଟିଏମ୍‌ଏସ୍‌

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା...

କେନାଲବନ୍ଧ ରାସ୍ତା ଶୋଚନୀୟ

ଭଦ୍ରକ ଅଫିସ,୧୮।୬ ଭଦ୍ରକ ଜିଲା ବନ୍ତ ବ୍ଲକର ଆଡ଼ିଆଠାରୁ ଓଡ଼ଙ୍ଗ ପଞ୍ଚାୟତର ଗୋହିରା ପର୍ଯ୍ୟନ୍ତ ଯାଇଥିବା ଗଣିଜାଙ୍ଗ ମାଇନର କେନାଲବନ୍ଧ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି...

ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ହୋଇଥିବା...

ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ...

ମନ ମୋହୁଛି ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏଥିରୁ ବାଦ ପଡ଼ି ନାହାନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବିଭିନ୍ନ...

Advertisement
Archives

Model This Week