ଜୟପୁର,୪।୧(ଡି.ଏନ୍.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା ଜିଲା ପ୍ରଶାସନ। ଖାଦ୍ୟ ଯୋଗାଣ ବିଭାଗର ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜିକରଣ କରିପାରି ନ ଥିବା ଚାଷୀ ପୁନର୍ବାର ଏଥିପାଇଁ ଆବେଦନ କରିଥିଲେ। ଜିଲାର ୨୦ଟି ଲ୍ୟାମ୍ପ ମଧ୍ୟରୁ ୮ଟି ଲ୍ୟାମ୍ପର ୩୨୮ ଜଣ ଚାଷୀ ଏହି ଆବେଦନ କରିଛନ୍ତି ା କିନ୍ତୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନ ଥିବା ଯୋଗୁ ପଞ୍ଜିକରଣ ଅପେକ୍ଷାରେ ରହିଛନ୍ତି ଚାଷୀ। ତୁରନ୍ତ ନିଷ୍ପତ୍ତି ନ ହେଲେ ପଞ୍ଜିକରଣ ଅପେକ୍ଷାରେ ଥିବା ଚାଷୀ ସେମାନଙ୍କ ଅମଳ ଧାନ କେଉଁଠାରେ ବିକିବେ, ସେନେଇ ଚିନ୍ତାରେ ରହିଛନ୍ତି ା
ଜୟପୁର ବ୍ଲକ କୁମୁଲିପୁଟ ଲ୍ୟାମ୍ପ ଅଧୀନରେ ୮୫ ଜଣ, ଉମୁରୀ ଲ୍ୟାମ୍ପର ୩୯, କୋଟପାଡ଼ ବ୍ଲକ ସଦର ଲ୍ୟାମ୍ପର ୮୧, ବୋରିଗୁମ୍ମା ବ୍ଲକ ସଦର ଲ୍ୟାମ୍ପର ଜଣେ ଏବଂ କାମତା ଲ୍ୟାମ୍ପର ୧୨, ବୈପାରୀଗୁଡ଼ା ବ୍ଲକ ସଦରର ୭, ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଲ୍ୟାମ୍ପର ୪ ଓ ସର୍ବାଧିକ କୁନ୍ଦୁରା ବ୍ଲକ ସଦର ଲ୍ୟାମ୍ପର ୧୫୩ ଜଣ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି। କୁନ୍ଦୁରା ବ୍ଲକର ଚାଷୀମାନେ ଅନ୍ତିମ ତାରିଖ ପୂର୍ବରୁ ଲ୍ୟାମ୍ପରେ କାଗଜପତ୍ର ଦାଖଲ କରି ପଞ୍ଜିକରଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଲ୍ୟାମ୍ପ କର୍ମଚାରୀଙ୍କ ଅବହେଳା ଯୋଗୁ ତାହା ହୋଇପାରି ନ ଥିବା ସେମାନେ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ଏନେଇ ଯାଞ୍ଚ କରାଯିବ ବୋଲି ପ୍ରଶାସନ କହିଛି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ରେ ଚାଷୀଙ୍କ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟ ସରକାର ଅଗଷ୍ଟ ୧ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପଞ୍ଜିକରଣ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହି ଦୁଇମାସ ଭିତରେ ଅଧିକାଂଶ ଚାଷୀ ପଞ୍ଜିକରଣ କରି ନ ଥିବା ଯୋଗୁ ଏହି ଅବଧି ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଥିଲା। ଅନ୍ତିମ ତାରିଖ ସୁଦ୍ଧା ୨୬ ହଜାର ୮୩୦ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସେଥିରୁ ଜାଲ୍ ପଞ୍ଜିକରଣ କରିଥିବା ୫୭ ଜଣ ଯାଞ୍ଚ ପରେ ବାଦ୍ ପଡ଼ିଥିଲେ।
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା
ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଅବକାରୀ…
ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା
ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…
ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….
ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…
Archives

