ପଞ୍ଚୁପାଲିରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ବାଲିଆପାଳ, ୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପଞ୍ଚୁପାଲିସ୍ଥିତ ପରିଚାଳନା ସଙ୍ଗଠନ ଏବଂ ଓଁଙ୍କାର ପୂଜ୍ୟପୂଜା ସାହିତ୍ୟ ପରିଷଦ ପକ୍ଷରୁ ରବିବାର ମଦ ବିରୋଧରେ ସଚେତନତା ପଦାଯାତ୍ର ଆୟୋଜିତ ହୋଇଥିଲା। ପଦଯାତ୍ରାକାରୀମାନେ ସ୍ଥାନୀୟ ପଞ୍ଚାୟତ ଅଫିସ ପ୍ରାଙ୍ଗଣରୁ ବାହାରି ପୂରା ଗାଁ ପରିକ୍ରମା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବା ଲାଗି ସେମାନେ ଦାବି କରି ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ପରିଚାଳନା ସଂଗଠନର ମୁଖ୍ୟ ରଞ୍ଜନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦୁଇ ସଂଗଠନ ପକ୍ଷରୁ ଏକ ସମାବେଶ କରାଯାଇଥିଲା ା ଏଥିରେ ରାମରଞ୍ଜନ ରାଉତ,ସଚୀନ୍ଦ୍ର ଦାସ, ନିମାଇ ମଣ୍ଡଳ, ଶାରଦା ମଣି ଗିରି, ଦିଲିପ କୁମାର ଗିରି, ବଟକୃଷ୍ଣ ଗିରି, ଶତୃଘ୍ନ ଗିରି, ପୂର୍ଣ୍ଣଚନ୍ଦ୍ର ଗିରି, ନିଶିକାନ୍ତ ଗିରି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ଦାସ, ବଙ୍କିମ ଗିରି, ଶ୍ୟାମସୁନ୍ଦର ଗିରି, ମାହେଶ୍ୱରୀ ଗିରି, ବିଷ୍ଣୁପଦ ଗିରି,ବିଶ୍ୱଜିତ ପ୍ରଧାନ,ସୁବଳ ଚନ୍ଦ୍ର ଦାସ,ପ୍ରଭାକର ଦାସ,ବଂଶୀଧର ଗିରି ପ୍ରମୁଖ ବେଆଇନ ମଦ କାରବାର ବନ୍ଦ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବିଗାଡ଼ିଲା

ଭାଇରସ୍‌ ସାରା ବିଶ୍ୱରେ ଅଚଳାବସ୍ଥା ସୃଷ୍ଟି କରିଛି। କରୋନାକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକେ...

ଛିଣ୍ଡୁନି ଅଡୁଆ, ବଢୁଛି ଚିନ୍ତା

ଢେଙ୍କାନାଳ ଅଫିସ, ୨୨।୧୨ ଅମଳ ହୋଇ ଖଳାରେ ପଡ଼ିଛି ଧାନ। ଝାଳବୁହା ପରିଶ୍ରମର ମୂଲ୍ୟ ପାଇବାକୁ ଜଗିରହିଛନ୍ତି ଚାଷୀ। ଅଥଚ ଢେଙ୍କାନାଳ ଜିଲାରେ ମଣ୍ଡି କେବେ...

ଜେଲ ଗଲେ କୋଟିପତି ସରପଞ୍ଚ

ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର...

ନିର୍ମାଣର ବର୍ଷକରେ ରାସ୍ତା ମରଣଯନ୍ତା

ବାଲିକୁଦା,୨ା୭(ସ୍ବ.ପ୍ର.): ବାଲିକୁଦା ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତ କୁଶୁପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। କିଛିଦିନ ତଳେ ନିର୍ମାଣ ହୋଇଥିବା ଏକ...

ସରକାରଙ୍କ ନିକଟରୁ ପହଞ୍ଚିଲା ଚିଠି: ଅନୁଗୋଳର ୩୫୫ ମେଧାବୀଙ୍କୁ ମିଳିବ ଲାପ୍‌ଟପ୍‌

ବନ୍ତଳା, ୮ା୧୨(ଡି.ଏନ.ଏ.) ୨୦୧୮ ଶିକ୍ଷାବର୍ଷରେ ଯୁକ୍ତ ୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଗୋଳ ଜିଲାର ପ୍ରାୟ ୩୫୫ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ...

ମୁଢ଼ି କରିଛି ସ୍ବାବଲମ୍ବୀ

ବାରିପଦା ଅଫିସ,୩ା୩(ରଞ୍ଜନ କୁମାର ପ୍ରଧାନ)- ବାରିପଦା ମୁଢ଼ି ମାଂସର ସ୍ବତନ୍ତ୍ରତା ରହିଛି। ଏହି ମୁଢ଼ିକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ମୟୂରଭଞ୍ଜ...

ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର...

କରୋନା ସାଙ୍ଗକୁ କାଳବୈଶାଖୀ: ବ୍ୟାପକ ଫସଲ ନଷ୍ଟ

ଖପ୍ରାଖୋଲ, ୨୭ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଗତଦୁଇ ଦିନ ତଳେ ହୋଇଥିବା କାଳବୈଶାଖୀ ସହ କୁଆପଥର ମାଡ ଯୋଗୁଁ ବ୍ୟାପକ ଫସଲ ନଷ୍ଟ...

Advertisement
Archives

Model This Week