ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ତିହିଡ଼ି, ୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ମଥନାଥ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାମ ଅନୁଯାୟୀ ଅଧିକ ବିଲ୍‌ କରାଇଥିବାରୁ ଜିଲାପାଳ ଜ୍ଞାନରଞ୍ଜନ ଦାସ ତାଙ୍କୁ ନିଲମ୍ବନ କରିଛନ୍ତି। ଦୋଳସାହି ପଞ୍ଚାୟତ ଅଧୀନ ଦୋଳସାହି ଗ୍ରାମର ବିଦ୍ୟାଧର ନାୟକ ନାମକ ଜଣେ ହିତାଧିକାରୀ ପୁରୁଣା ଘର ଦେଖାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୦ ହଜାର ଟଙ୍କା ବିଲ୍‌ କରାଇ ନେଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର କେତେକ ଅଧିବାସୀ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପରେ ଜିଲାପାଳ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡିଓ ରିପୋର୍ଟ ପ୍ରଦାନ କରିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ...

ପେଟି ଭିତରୁ ଶିଶୁକନ୍ୟାର ମୃତଦେହ ଜବତ କଲା ପୋଲିସ, କିଏ ସେହି …

ବାଲେଶ୍ୱର,୧୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ...

ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର...

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨ ଦିନ କର୍ଫ୍ୟୁ

ବାଲେଶ୍ୱର,୧୧।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବାଲେଶ୍ବର ସହରର ନୂଆବଜାର, ଯାଦବପୁର,...

ଗଙ୍ଗାସାଗର ମେଳା ଶୁଭାରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବନ୍ଦ ରହିବ ଫେରିଘାଟ

ଭୋଗରାଇ,୯ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଗୁରୁବାରଠାରୁ ସରକାରୀ...

ସମୁଦ୍ରରେ ପାଟ୍ରୋଲିଂବେଳେ ସ୍ପିଡ୍‌ ବୋଟ୍‌ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଭୋଗରାଇ,୫ା(ପ୍ରଦୀପ ଦାସ): ବର୍ଷ ଆରମ୍ଭରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା...

ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି

ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ...

ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri