ପଞ୍ଚାୟତ ଅଫିସ୍‌ ଆଗରେ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ବିରୋଧ

ବାଲିଆ, ୨୧।୨: ବିରିଡି ବ୍ଲକ ହାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣକୁ ଗୋପାଳ ସାହିର ଜନସାଧାରଣ ବିରୋଧ କରିବା ସହ ଏ ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ଅନ୍ୟ କୌଣସି ସ୍ଥାନରେ କରିବାକୁ ସାହିବାସିନ୍ଦା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଗ୍ରାମର ପୀତାମ୍ବର ବେହେରା, ପ୍ରମୋଦ ବେହେରା, ପଦ୍ମଲୋଚନ ବେହେରା, ଅକ୍ଷୟ କୁମାର ଦାସ, କାହ୍ନୁ ଚରଣ ବେହେରା, ରାମଚନ୍ଦ୍ର ବେହେରା, ସୁଦର୍ଶନ ଦାସ, ସରୋଜ କୁମାର ବେହେରା, ପଦ୍ମନାଭ ଦାସ, ଲକ୍ଷ୍ମୀଧର ଦାସ, ଭାଗ୍ୟଧର ଦାସ, ଗୌରାଙ୍ଗ ଦାସ ପ୍ରମୁଖ କହିଛନ୍ତି ଯେ, ହାଜିପୁର ଗ୍ରାମ ଗୋପଳସାହିର ପ୍ରବେଶ ପଥରେ ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ଏହାର ସମ୍ମୁଖ ଭାଗରେ ଅଳିଆ ଆବର୍ଜନା ଗଚ୍ଛିତ ରଖିବା ପାଇଁ ବ୍ୟବସ୍ଥା କରାଗଲେ, ସେଥିରୁ ନିର୍ଗତ ଦୁର୍ଗନ୍ଧ ଗ୍ରାମବାସୀଙ୍କୁ ଅତିଷ୍ଠ କରିବ। ତେଣୁ ପ୍ରସ୍ତାବିତ ସ୍ଥାନରେ ଏହି କେନ୍ଦ୍ର କରା ନ ଯାଇ ଅନ୍ୟତ୍ର କରାଯାଉ ବୋଲି କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବିମଲ ସେଠୀଙ୍କୁ ପଚାରିବାରେ, ପଞ୍ଚାୟତରେ ଖୋଲା ସ୍ଥାନ ଥିଲେ ମଧ୍ୟ ତାହା ଅଧିକ ଦୂର ଓ ସେହି ସ୍ଥାନକୁ ବିଦ୍ୟୁତ ସଂଯୋଗ ନାହିଁ। ଅନ୍ୟପଟେ ସବୁ ଦୃଷ୍ଟିରୁ ସୁବିଧା ପାଇଁ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣ କରିବାକୁ ଉକ୍ତ ସ୍ଥାନ ବଛାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri