ପଞ୍ଚାୟତରେ ଲୋକଙ୍କୁ କାମ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଗାଁ ଗହଳିରେ ଯେପରି ଲୋକଙ୍କୁ କାମ ମିଳିବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। କରୋନା ପରବର୍ତ୍ତୀ ସମୟରେ ଗ୍ରାମପଞ୍ଚାୟତ ସ୍ତରରେ ଜୀବିକା ଉପାର୍ଜନ ଏବଂ ନିଯୁକ୍ତି ବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ବିଭାଗ ମୁଖ୍ୟତଃ ଜଙ୍ଗଲ ଓ ପରିବେଶ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ଚାଷ, ମତ୍ସ୍ୟ ଓ ପଶୁ ସମ୍ପଦ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଆଦି ବିଭାଗ ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଅଧିକ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକଳ୍ପଗୁଡିକ ଅଭିଯାନ ଭିତ୍ତିରେ ଅନୁମୋଦନ ଓ କାର୍ଯ୍ୟାନ୍ବୟନ କରିବା ପାଇଁ ଜିଲାପାଳମାନଙ୍କୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ନିଯୁକ୍ତି ଲାଗି ଫାର୍ମ ପଣ୍ଡ, ନ୍ୟୁଟ୍ରି ଗାଡେନ୍‌, ଜଙ୍ଗଲ ଚାରିପଟରେ ଟ୍ରେଞ୍ଚ, ବୃକ୍ଷରୋପଣ, ଆକଟ ବନ୍ଧ, ଘାସଚାଷ ଆଦି ପ୍ରକଳ୍ପ ଅଧିକ ସଂଖ୍ୟାରେ କରିବାକୁ ବୈଠକରେ ସ୍ଥିର ହୋଇଛି। ଉଭୟ ଗ୍ରୀଷ୍ମ ଏବଂ ବର୍ଷାଋତୁକୁ ଦୃଷ୍ଟିରେ ରଖି ପ୍ରକଳ୍ପ ସ୍ଥିର କରିବାକୁ କୁହାଯାଇଛି। ବର୍ଷାଋତୁ ସମୟରେ ଯେପରି ନିଯୁକ୍ତି ସୃଷ୍ଟି ନ କମିବ ତା’ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରୁ ଫେରିଥିବା ଓଡ଼ିଆ ଶ୍ରମିକଙ୍କୁ ନୂଆ ଜବ୍‌କାର୍ଡ ଯୋଗାଇଦେବାକୁ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ କୁମାର ସିଂ କହିଛନ୍ତି। ଚଳିତ ବର୍ଷ ମେ ଶେଷ ବେଳକୁ ଗ୍ରାମାଞ୍ଚଳରେ ଦୈନିକ ୨୦ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲାଓ୍ବାରି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା ପରେ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଦ୍ୱାରା ଗ୍ରାମାଞ୍ଚଳଗୁଡିକରେ ଦୈନିକ ୧୨ଲକ୍ଷ ନିଯୁକ୍ତି ଦିବସ ସୃଷ୍ଟି କରାଯାଇପାରୁଛି। ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ୨ଟି ଲେଖା ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ଲାଗି ଜିଲାପାଳମାନଙ୍କୁ କୁହାଯାଇଛି। କାମ ହେବା ମାତ୍ରେ ଲୋକଙ୍କୁ ମଜୁରି ପୈଠ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ବକେୟା ପାଉଣା ଦେଲା ସଂସ୍କୃତି ବିଭାଗ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାକାରଙ୍କ ବକେୟା ପାଉଣା ଗୁରୁବାର ପ୍ରଦାନ କରାଯାଇଛି। ୨୦୧୯ ଆର୍ଥିକ ବର୍ଷରେ ଆୟୋଜିତ...

ନନ୍ଦନକାନନ: ୩୫ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ): ନୂଆବର୍ଷର ପ୍ରଥମ ଦିନରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ୩୫ହଜାର ୮୪୭ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦ୍ଦେଶ ଜୟନ୍ତ କୁମାର ଦାଶ କହିଛନ୍ତି। ଗତ କିଛିଦିନ...

ଅସହଯୋଗରୁ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ ନମୁନା ସଂଗ୍ରହ ଓ ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହେଲେ ଅନେକ କ୍ଷେତ୍ରରେ...

ତୃତୀୟ ଲହର କବଳରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ଲାଗି ଗଠନ ହେବ ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ..

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ତାଣ୍ଡବ ରଚିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି...

ଆଜିଠାରୁ ସ୍କୁଲ

ଭୁବନେଶ୍ୱର,୮ା୧(ବ୍ୟୁରୋ):ଦୀର୍ଘମାସର ପ୍ରତୀକ୍ଷା ପରେ ଶୁକ୍ରବାରଠାରୁ ସ୍କୁଲ ଖୋଲିବାକୁ ଯାଉଛି। ପ୍ରାୟ ୯ମାସ ଧରି ବନ୍ଦ ରହିବା ପରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା...

କେବିଏନ୍‌ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ପୁଣି ଗିରଫ

ଭୁବନେଶ୍ୱର,୪।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏମ୍ବାସି ବାର୍‌ ଭଙ୍ଗାରୁଜା ଏବଂ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତ ତଥା କେବିଏନ ଗ୍ୟାଙ୍ଗର ମୁଖ୍ୟଙ୍କୁ...

ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା...

ଆସୁଛି ବାତ୍ୟା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍‌(ଜିଏଫ୍‌ଏସ୍‌) ସମେତ ବିଭିନ୍ନ ପାଣିପାଗ ମଡେଲ କରିଥିବା ଅନୁମାନ ଧୀରେ ଧୀରେ ସତ ହେବାରେ ଲାଗିଛି। ଉତ୍ତର...

Advertisement
Archives

Model This Week