ପଞ୍ଚମ ଥର ଲାଗି ବିଜେଡି କବ୍ଜାରେ କାକଟପୁର: କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣଙ୍କୁ ହରାଇ ତୁଷାରକାନ୍ତି ହେଲେ ବିଧାୟକ

କାକଟପୁର,୨୪।୫(ଡି.ଏନ୍‌.ଏ.): ନାନା କଳ୍ପନା ଜଳ୍ପନା ସତ୍ତ୍ୱେ କାକଟପୁରରେ ପୁଣି ଥରେ ବାଜିମାତ୍‌ କରିଛି ବିଜେଡି। ଲଗାତାର ୫ମଥର ଲାଗି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ କବ୍ଜାକୁ ନେଇଛି ଦଳ। ଭାଜପା ଦଳ ଓ ପ୍ରାର୍ଥୀତ୍ୱକୁ ପରିତ୍ୟାଗ କରି ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯୁବ ଇଞ୍ଜିନିୟର ତୁଷାରକାନ୍ତି ବେହେରା ବିଜୟୀ ହୋଇ କାକଟପୁର ବିଧାୟକ ହୋଇଛନ୍ତି। ତୁଷାର ୯୧ ହଜାର ୭୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ ୪୬ ହଜାର ୧୫୬ଖଣ୍ଡ, ଭାଜପା ପ୍ରାର୍ଥୀ ରବି ମଲ୍ଲିକ ୩୦ ହଜାର ୬୬୮ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ୪୧ହଜାର ୩୦ଖଣ୍ଡ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ସେଠୀଙ୍କୁ ପରାଜିତ କରିଥିବା ବେଳେ ଚଳିତ ନିର୍ବାଚନରେ ତୁଷାରକାନ୍ତି ୪୫ହଜାର ୬୦୭ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ ବିଜୟୀ ହେବା ଘୋଷଣା ହେବା ପରେ କାକଟପୁର, ଅସ୍ତରଙ୍ଗ, ଗୋପ, କୋଣାର୍କ, ବାଲିଦୋକାନ, ନୟାହାଟ ପ୍ରଭୃତି ସ୍ଥାନରେ ଦଳୀୟ କର୍ମୀମାନେ ଆତସବାଜି ଫୁଟାଇ ମିଠାବାଣ୍ଟି ଖୁସି ମନାଇଛନ୍ତି। ବିଜୟୀ ହେବା ପରେ କାକଟପୁର ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ତୁଷାରକାନ୍ତି ଧନ୍ୟବାଦ ଜଣାଇବା ସହ ଲୋକମାନଙ୍କର ପ୍ରମୁଖ ସମସ୍ୟା ପାନୀୟ ଜଳ, ବିଜୁ ସେତୁ, ସ୍ଥାୟୀ ବସ୍‌ଷ୍ଟାଣ୍ଡ, ମଙ୍ଗଳା ମନ୍ଦିର ଓ ଜାହାନିଆଁଁ ପୀର ପୀଠର ଉନ୍ନତି ଆଦି ଦିଗକୁ ସେ ପ୍ରାଥମିକତା ଦେବେ ବୋଲି ‘ଧରିତ୍ରୀ’କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା...

ହିତାଧିକାରୀଙ୍କ ଘର ଆଗରେ ଅଧିକାରୀ

ଭଦ୍ରକ ଅଫିସ,୧୪।୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସମସ୍ତେ ଯେପରି ପକ୍କାଘର ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି।...

ସଖୀ ନାଚର କାହାଣୀ କହିବ ‘ନାଚବାଲି’

ଭୁବନେଶ୍ୱର, ୧୧।୪ (ବ୍ୟୁରୋ): ନବେ ଦଶକରେ ସଖୀ ନାଚ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲା। ବିଶେଷକରି ଗାଁ ଗହଳିର ବିଭିନ୍ନ ଉତ୍ସବରେ ସଖୀ ନାଚକୁ ପ୍ରାଧାନ୍ୟ...

ଭାଙ୍ଗିଲେ ପୋଲିସ ଗାଡ଼ି

ଭୁବନେଶ୍ୱର,୯।୧୨(ବ୍ୟୁରୋ) ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ବିଧାନସଭା ଚାଲିପାରୁନି । ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶାସକ ଓ...

ସୁସ୍ଥ ହେଲେ ୩୨୮କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୩୨, ଅନୁଗୋଳରୁ...

୨୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୭୧ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୦୩୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

ପୂର୍ବାହ୍ନ ୧୧ଟା ସୁଦ୍ଧା ଗଞ୍ଜାମରେ ୨୧.୩୩ ପ୍ରତିଶତ ମତଦାନ

ବ୍ରହ୍ମପୁର ଅଫିସ,୧୮ା୪: ଗଞ୍ଜାମ ଜିଲାର ଆସିକା ଲୋକ ସଭା ଏବଂ ଏହା ଅଧୀନ ୭ଟି ବିଧାନସଭା ଯଥା ଆସିକା, ହିଞ୍ଜିଳି, ସାନଖେମୁଣ୍ଡି, ସୋର ପୋଲସରା, ଖଲିକୋଟ...

ଜୁନାଗଡ଼ ଗଣବଳାତ୍କାର ମାମଲାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗ ଭିତ୍ତିହୀନ: ଦିବ୍ୟଶଙ୍କର

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଜୁନାଗଡ଼ ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି। ଭାଜପା ପକ୍ଷରୁ...

Advertisement
Archives

Model This Week