Posted inରାଜ୍ୟ

ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

ପୁରୀ ଅଫିସ୍‌, ୧୪।୧: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପୁରୀ ସ୍ବର୍ଗଦ୍ୱାରଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବଡପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ। ମନମୋହନଙ୍କୁ ଶେଷଦର୍ଶନ କରିବା ପାଇଁ ସ୍ବର୍ଗଦ୍ୱାରରେ ପ୍ରବଳ ଭିଡ ଜମିଥିଲା। ଓଡ଼ିଶା ସିନେ ଜଗତର ବହୁ କଳାକାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୬୮ ବର୍ଷୀୟ ମନମୋହନ ମହାପାତ୍ରଙ୍କ ସୋମବାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଥିଲା।

ଉଚ୍ଚକୋଟୀର କଳାତ୍ମକ ସିନେମା ନିର୍ମାଣ କରି ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭିନ୍ନ ପରିଚୟ ଦେଇଥିଲେ ମନମୋହନ ମହାପାତ୍ର। ନିକଟରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଥିବାବେଳେ ତାଙ୍କ ଫିଲ୍ମ ‘ଭିଜା ମାଟିର ସ୍ବର୍ଗ’ ୬ଟି ପୁରସ୍କାର ପାଇଥିଲା। ସେହିଭଳି ତାଙ୍କ ନିର୍ଦ୍ଦେଶିତ ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘କ୍ଲାନ୍ତ ଅପରାହ୍ନ’, ‘ନୀରବ ଝଡ଼’, ‘ମଝିପାହାଚ’, ‘ନିଷିଦ୍ଧ ସ୍ବପ୍ନ’, ‘ଶୀତରାତି’, ‘ତ୍ରିସା’, ‘କିଛି ସ୍ମୃତି କିଛି ଅନୁଭୂତି’, ‘ଅନ୍ଧ ଦିଗନ୍ତ’, ‘ଭିନ୍ନ ସମୟ’, ‘ଅଗ୍ନିବୀଣା’, ‘ମୁହୂର୍ତ୍ତ’, ‘ଭିଜା ମାଟିର ସ୍ବର୍ଗ’ ଓ ‘ଭିନ୍ନ ସମୟ’। ଜଣେ ସଫଳ ନିଦ୍ଦେର୍ର୍ଶକ ହେବା ସହ ମନମୋହନ ଦୁଇଟି ସିନେମା ‘ନୀରବ ଝଡ଼’ ଓ ‘ଫରବିଡେନ୍‌ ଡ୍ରିମ୍‌’ର ପ୍ରଯୋଜକ ମଧ୍ୟ ଥିଲେ। ଏଥିସହ ସେ ବହୁ ଉଚ୍ଚକୋଟୀର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ‘ଭଏସ୍‌ ଅଫ୍‌ ସାଇଲେନ୍ସ’, ‘କୋଣାର୍କ: ଦି ସନ୍‌ ଟେମ୍ପୁଲ’ ଓ ‘ଆଣ୍ଟି ମେମୋୟର୍ସ ଆଣ୍ଡ୍‌ ଆଣ୍ଟି ମେମୋରିଜ’ ଇତ୍ୟାଦି। ସେହିଭଳି ଜଣେ ସଫଳ ଚିତ୍ରନାଟ୍ୟକାର ଓ ସଂଳାପକାର ଭାବେ ମଧ୍ୟ ତାଙ୍କର ନୂଆ ପରିଚୟ ରହିଛି। କେବଳ ଜାତୀୟ ସ୍ତରରେ ନୁହେଁ, ଓଡ଼ିଆ ଚଳଚ୍ଚିତ୍ରକୁ ବିଶ୍ୱ ଦରବାରେ ପରିଚିତ କରାଇବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ନୀରବ ଝଡ଼’ ଜାତୀୟ ପୁରସ୍କାର ଜିତିବା ସହ ଅନେକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ମଧ୍ୟ ପୁରସ୍କାର ହାସଲ କରିଛି। ଶ୍ରେଷ୍ଠ ଆଞ୍ଚଳିକ ସିନେମା ବର୍ଗରେ ସେ ଲଗାତର ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି।


୧୯୫୧ରେ ଜନ୍ମଲାଭ କରିଥିବା ମନମୋହନ ବିଜେବି କଲେଜରେ ପାଠପଢ଼ା ସାରିବା ପରେ ପୁଣେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ (ଏଫ୍‌ଟିଟିଆଇ)ରେ ନାମ ଲେଖାଇଥିଲେ। ସେଠାରୁ ପାସ୍‌ କରିବା ପରେ ସେ ୧୯୭୬ରେ ଓଡ଼ିଆ ଫିଲ୍ମ ‘ଶୀତ ରାତି’କୁ ପ୍ରଥମକରି ନିର୍ଦ୍ଦେଶନା ଦେଇଥିଲେ। ଏହା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ହାସଲ କରିବା ସହ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଅର୍ଜନ କରିଥିଲା। ମନମୋହନଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ମହାପାତ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ରର ପଥ ପ୍ରଦର୍ଶକ ଥିଲେ। ଉଚ୍ଚମାନର କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ କରି ସେ ଦେଶ ବିଦେଶରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏଶନ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲୀପ ହାଲି ଏକ ଶୋକ ବାର୍ତ୍ତାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri