ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଅ

ନୂଆଦିଲ୍ଲୀ,୭ା୬(ପି.ଟି./ଆଇଏଏନ୍‌ଏସ୍‌): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର ଭାରତ ଓ ଚାଇନା ସୈନ୍ୟବାହିନୀର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଲେହସ୍ଥିତ ୧୪ କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡିଂ ଲ୍ୟୁଟ୍‌ନାଣ୍ଟ ଜେନେରାଲ ହରିନ୍ଦର ସିଂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ଚାଇନା ପକ୍ଷର ନେତୃତ୍ୱ ନେଇଛନ୍ତି ତିବ୍ବତ୍‌ ମିଲିଟାରି ଜିଷ୍ଟିକ୍ଟର କମାଣ୍ଡର। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଚାଇନା ପାର୍ଶ୍ୱରେ ଥିବା ମାଲ୍‌ଡୋ ସୀମାନ୍ତ ସୈନ୍ୟ ମିଟିଙ୍ଗ୍‌ ପଏଣ୍ଟରେ ଏହି ଆଲୋଚନା ହୋଇଥିଲା। ପଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ପାର୍ଶ୍ୱରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପୂର୍ବ ସ୍ଥିତିରେ ପରିବର୍ତ୍ତନ ପାଇଁ ଉଦ୍ୟମ ଚଳାଇଛି। ସେଥିପାଇଁ ଉକ୍ତ ଅଞ୍ଚଳରେ ପିଏଲ୍‌ଏ କ୍ୟାମ୍ପ୍‌ ନିର୍ମାଣ କରିଛି। ସେଠାରୁ ଚାଇନା ଏହାର ସୈନ୍ୟ ପ୍ରତ୍ୟାହାର କରିନେବା ସହ କ୍ୟାମ୍ପ୍‌ ହଟାଇନେବାକୁ ଭାରତ ପକ୍ଷରୁ ଦାବି କରାଯାଇଥିବା ଜଣାପଡିଛି।
ସୀମାନ୍ତ ଅଞ୍ଚଳରେ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଦୁଇ ଦେଶର ଅଧିକାରୀମାନେ ଉଭୟ ସାମରିକ ଓ କୂଟନୈତିକ ଚ୍ୟାନେଲରେ ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି ଭାରତୀୟ ସେନା ମୁଖପାତ୍ର ସୂଚନା ଦେଇଛନ୍ତି। ଭାରତ-ଚାଇନା ସୀମା ପ୍ରସଙ୍ଗରେ ତୃତୀୟ ପକ୍ଷର ସ୍ଥାନ ନାହିଁ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି। ଗତ ୨ ତାରିଖରେ ଦୁଇଦେଶର ମେଜର ଜେନେରାଲ ପାହ୍ୟାର ଅଧିକାରୀସ୍ତରୀୟ ଆଲୋଚନା ହୋଇଥିଲା। ତେବେ ଏଥିରେ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ବହୁସଂଖ୍ୟାରେ ଚାଇନା ସୈନ୍ୟ ପଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ ଅଞ୍ଚଳରେ କ୍ୟାମ୍ପ ପକାଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ସେଠାକୁ ଅନୁରୂପ ସଂଖ୍ୟକ ଯବାନ ପଠାଯାଇଛି। ପଙ୍ଗୋଙ୍ଗ ହ୍ରଦକୁ ୮ଟି ଫିଙ୍ଗରରେ ବିଭକ୍ତ କରାଯାଇଛି। ୧ରୁ ୪ ପର୍ଯ୍ୟନ୍ତ ଫିଙ୍ଗର ଭାରତ ନିୟନ୍ତ୍ରଣରେ ଥିବାବେଳେ ୫ରୁ ୮ ଫିଙ୍ଗର ଚାଇନା ଅଧୀନରେ ରହିଛି। ଫିଙ୍ଗର ୪ ନିକଟରେ ଭାରତୀୟ ଘାଟି ରହିଥିବାବେଳେ ଫିଙ୍ଗର ୮ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଭାରତ ଦାବି କରୁଛି। ଫଳରେ ଫିଙ୍ଗର ୪ରୁ ୮ ପର୍ଯ୍ୟନ୍ତ ଅଞ୍ଚଳ ବିବାଦୀୟ ହୋଇରହିଛି ଏବଂ ଏହାକୁ ନେଇ ବେଳେବେଳେ ଦୁଇ ସେନା ମୁହାଁମୁହିଁ ହେଉଛନ୍ତି। ମେ’ ୫ରେ ଉକ୍ତ ଅଞ୍ଚଳରେ ଭାରତ ଓ ଚାଇନ ସୈନ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ।
ଶୁକ୍ରବାର ଦୁଇଦେଶ ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା ହୋଇଥିଲା। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତପାର୍ଥକ୍ୟ ଦୂର କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ। ୨୦୧୮ରେ ଉହାନ ସହରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ସମିଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଓ ମାର୍ଗଦର୍ଶିକା ଅନୁଯାୟୀ ବିବାଦ ସମାଧାନ କରିବାକୁ ଦୁଇ ପକ୍ଷ ସହମତ ହୋଇଥିଲେ। ଏହା ବ୍ୟତୀତ ଦୁଇ ସେନାର ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ୧୨ ଥର ଏବଂ ମେଜର ଜେନେରାଲ ସ୍ତରରେ ୩ ଥର ବୈଠକ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri